ସମସ୍ତେ ମୋ ଝିଅକୁ ଫାଶୀରେ ଝୁଲାଇବାକୁ ଚାହାନ୍ତି, ମୋର ମରିଯିବା ଉଚିତ: ରିୟାଙ୍କ ବାପା

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଗିରଫ ହୋଇଛନ୍ତି ପ୍ରେମିକା ରିୟା ଚକ୍ରବର୍ତ୍ତୀ। ଭାଇ ସୌଭିକଙ୍କ ପରେ ମଙ୍ଗଳବାର ଏନ୍‌ସିବି ତାଙ୍କୁ ଗିରଫ କରିଛି। ଏପରିକି ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକା ହେପାଜତରେ ପଠାଯାଇଛି। ଏଥିରେ ନିରାଶ ହୋଇ ପ୍ରତିକ୍ରିୟା ରଖିଛନ୍ତି ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ। କୌଣସି ବାପା ତା ଝିଅ ସହ ଅନ୍ୟାୟ ହେଉଥିବା ଦେଖିପାରିବ ନାହିଁ। ମୋତେ ମରିଯିବା ଆବଶ୍ୟକ ବୋଲି ନିଜର ଟୁଇଟର ଆକାଉଣ୍ଟରେ ସେ କହିଛନ୍ତି। କୌଣସି ପ୍ରମାଣ ନ ଥାଇ ସାରା ଦେଶ ରିୟାଙ୍କୁ ଫାଶିରେ ଝୁଲାଇବାକୁ ଚାହୁଁଛି। ଏଣୁ ତାଙ୍କୁ ନ୍ୟାୟ ମିଳୁ ବୋଲି ଇନ୍ଦ୍ରଜିତ ଦାବି କରିଛନ୍ତି।

ଅପରପକ୍ଷେ ଏନ୍‌ସିବି ରିୟାଙ୍କୁ ଡ୍ରଗ୍‌ ସିଣ୍ଡିକେଟ୍‌ର ସକ୍ରିୟ ସଦସ୍ୟ ବୋଲି କହିଛି। ସେ ଡ୍ରଗ୍ସ ନେଣଦେଣ ଏବଂ ଟଙ୍କାରେ ଭାଗୀଦାର ଥିଲେ। ଏଥିସହ ଦିପେଶ ସାଓ୍ବନ୍ତ, ଶୋଭିକ ଏବଂ ସୈମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଏଥିପାଇଁ ନିର୍ଦ୍ଦେଶ ଦେଉଥିଲେ।

Share