ସିଦ୍ଧାର୍ଥଙ୍କ ପାଇଁ ରିୟା-ସୁଶାନ୍ତଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର କାରଣ ଖୋଜୁଛି ପୋଲିସ। ମାମଲାରେ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସନ୍ଦେହ ଘେରରେ ଅଛନ୍ତି। ନିକଟରେ ବାନ୍ଦ୍ରା ପୋଲିସ ତାଙ୍କୁ ୧୦ ଘଣ୍ଟା କାଳ ଜେରା କରିଥିଲା। ଏବେ ଯାହା ଶୁଣିବାକୁ ମିଳୁଛି, ପୁଣି ଥରେ ତାଙ୍କୁ ଡକାଯାଇ ପଚରାଉଚରା କରାଯିବ।

ରିୟା ପୋଲିସକୁ କହିଛନ୍ତି, ସୁଶାନ୍ତ ଆଉ ସେ ସମ୍ପର୍କରେ ଥିଲେ। କାର୍ଟର ରୋଡ୍‌ ପେଣ୍ଟହାଉସ୍‌ରେ ସେ ସୁଶାନ୍ତଙ୍କ ସହ ରହୁଥିଲେ। ଏହାକୁ ରିୟା ପୂର୍ବରୁ ସିଦ୍ଧାର୍ଥ ପିଟାନୀଙ୍କ ସହ ମିଶି ଭଡ଼ାରେ ନେଇଥିଲେ। କିଛିଦିନ ତଳେ ସିଦ୍ଧାର୍ଥଙ୍କୁ ନେଇ ସୁଶାନ୍ତଙ୍କ ସହ ଝଗଡ଼ା ମଧ୍ୟ ହୋଇଥିଲା। ଫଳରେ ସେ ରାଗି ନିଜ ଘରକୁ ଚାଲି ଯାଇଥିଲେ। ଏହାର ଏକ ସପ୍ତାହ ପରେ ସୁଶାନ୍ତ ଆତ୍ମହତ୍ୟା କହିଥିବା ରିୟା ପୋଲିସ ଆଗରେ ସ୍ପଷ୍ଟ କରିଛନ୍ତି।

Share