ରିୟା ସେନ୍‌ଙ୍କୁ ୪୦ ପୂରିଲା: ବିବାହ ପୂର୍ବରୁ ଥିଲେ ଗର୍ଭବତୀ !

ମୁମ୍ବାଇ,୨୪।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରିୟା ସେନ୍‌ଙ୍କୁ ରବିବାର ୪୦ ବର୍ଷ ପୂରଣ ହୋଇଛି। ସେ ୪୧ ବର୍ଷରେ ପାଦ ଦେଇଛନ୍ତି। ୧୯୮୧ ଜାନୁୟାରୀ ୨୪ରେ ସେ କୋଲକାତାଠାରେ ଜନ୍ମଗ୍ରହଣ କରିଥିଲେ। ନିଜର ହଟ୍‌ ଅଭିନୟ ପାଇଁ ରିୟା ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚିତ । ୧୯୯୧ରେ ଫିଲ୍ମ ବିଷକନ୍ୟାରେ ଜଣେ ଚାଇଲ୍ଡ ଆର୍ଟିଷ୍ଟ୍‌ ଭାବେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୬ ବର୍ଷ ବୟସରେ ରିୟା ଫାଲଗୁନୀ ପାଠକଙ୍କ ‘ୟାଦ୍‌ ପିୟା କି ଆନେ ଲଗି’ରେ ଦର୍ଶକଙ୍କ ମନକୁ କିଣି ନେଇଥିଲେ। ୨୦୦୧ରେ ଏନ୍‌.ଚନ୍ଦ୍ରାଙ୍କ ଫିଲ୍ମ ଷ୍ଟାଇଲ୍‌ରେ ଲିଡ୍‌ ରୋଲ୍‌ରେ ଡେବ୍ୟୁ କରିଥିଲେ। ତାଙ୍କ ଦ୍ୱାରା ଅଭିନୀତ ଗୁଡଲକ୍‌, କୟମତ ସିଟି ଅଣ୍ଡର ଥ୍ରେଟ୍‌, ଲୋନ୍‌ଲି ଗର୍ଲ ଆଦି ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ୨୦୧୭ରେ ସେ ଶିବମ୍‌ ତିଓ୍ବାରୀଙ୍କ ସହିତ ଲୁଚିଛପି ବିବାହ କରିଥିଲେ। ଏହାକୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ଜାରି ରହିଥିଲା। ତେବେ ରିୟା ବିବାହ ପୂର୍ବରୁ ଗର୍ଭବତୀ ଥିବାରୁ ଏଭଳି କରିଥିବା ନେଇ ଆଲୋଚନା ହୋଇଥିଲା। ବିବାହ ପରେ ସେ ବଡ଼ ପରଦାଠାରୁ ଦୂରେଇ ଯାଇଥିଲେ।

Share