ଜବରଦଖଲକାରୀଙ୍କ କବ୍‌ଜାରେ ନଦୀ, ନାଳ, ଜଳାଶୟ

ପଟ୍ଟାମୁଣ୍ଡାଇ, ୯।୯ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଅଖପାଖ ଅଞ୍ଚଳରେ ନଦୀ, ପ୍ରାକୃତିକ ନାଳ, କେନାଲ, ନୟନଯୋରି ଓ ଜଳାଶୟଗୁଡ଼କ ଜବରଦଖଲ ହେବାରେ ଲାଗିଛି। ଜବରଦଖଲକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଭବିଷ୍ୟତରେ ଏହା ଜନସାଧାରଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଏପରି କି ସହରରେ ଜଳମଗ୍ନ ହେବା ସହ ଆଖପାଖ ଅଞ୍ଚଳରେ ଚାଷଜମି ପଡ଼ଆ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଜିଲା ପ୍ରଶାସନ ଓ ପଟ୍ଟାମୁଣ୍ଡାଇ ପୌର ପ୍ରଶାସନ ପ୍ରାକୃତିକ ନାଳ ଓ ଜଳାଶୟଗୁଡ଼ିକୁ ଜବରଦଖଲ ମୁକ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ସାମାଜିକ କର୍ମୀ ଅନନ୍ତ ଦାଶ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ବୃହତ୍ତମ ସହର ପଟ୍ଟାମୁଣ୍ଡାଇରେ କାମଧନ୍ଦା, ଚାକିରି ତଥା ଝିଅ ପୁଅଙ୍କୁ ପାଠ ପଢ଼ାଇବା ପାଇଁ ଗ୍ରାମାଞ୍ଚଳରୁ ଲୋକଙ୍କ ସୁଅ ଛୁଟିଲା। ଲୋକେ ବିଭିନ୍ନ ସ୍ଥାନରେ ଘର ଦ୍ୱାର ନିର୍ମାଣ କରି ରହିଲେ। ସହରର ଜନସଂଖ୍ୟା ବୃଦ୍ଧି ଓ ଲୋକଙ୍କ ଚାହିଦା ଅନୁସାରେ ଜମିର ମୂଲ୍ୟ ବଢ଼ି ଚାଲିଲା। ସରକାରଙ୍କ ଧାର୍ଯ୍ୟ ଦରଠାରୁ ଢେର ଚଢ଼ା ଦରରେ ଘରଡିହ ବିକ୍ରି ହେଲା। ଏଭଳି ସ୍ଥିତିରେ ଯେ ଯେଉଁଠି ପାଇଲେ ସରକାରୀ ଓ ଜଳାଶୟ ଜାଗା ମାଡ଼ି ବସି ଘର ନିର୍ମାଣ କରୁଛନ୍ତି। ତାହା ପ୍ରାକୃତିକ ନାଳ ହେଉ କି ଜଳ ଉତ୍ସ କିମ୍ବା ନୟନଯୋରି କି ନଦୀ ପଠା। ଯେଉଁଠି ସୁବିଧା ହେଲା ଲୋକେ ଘର ନିର୍ମାଣ କରି ରହିଲେ। କେତେଜଣ ଧନୀ ଶ୍ରେଣୀର ଲୋକ ଓ ଚାକିରିଆ ମଧ୍ୟ ଏହାର ଫାଇଦା ଉଠାଇଲେ। ନଦୀନାଳଗୁଡ଼ିକୁ ପୋତି ଲୋକେ ଘର କଲେ। ସେହିପରି ପୁନରୁଦ୍ଧାର ହେଉ ନ ଥିବା ଜଳଉତ୍ସଗୁଡ଼ିକରେ ମାଟି ପକାଇ ଘର ନିର୍ମାଣ କରିବାରେ ଲାଗିଲେ। ଏହାର କୁପରିଣାମ ଚଳିତବର୍ଷ ବର୍ଷାଋତୁରେ ଚାଷଜମି ପଡ଼ଆ ରହିବାରୁ ଆଖପାଖ ଗ୍ରାମର ଚାଷୀଙ୍କୁ ଭୋଗିବାକୁ ପଡୁଛି। ଶିକ୍ଷାବିତ୍‌ ପ୍ରଫୁଲ୍ଲ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ହ୍ରାସ ପାଇଥିବା ସରକାରୀ ଜାଗା ସଂଖ୍ୟା ଏବେ ସମସ୍ତଙ୍କ ପାଇଁ ଉଦ୍‌ବେଗର ବିଷୟ ହୋଇଛି। ଅତୀତରେ ପଟ୍ଟାମୁଣ୍ଡାଇ ବଜାର ବିଦ୍ୟୁତ୍‌ ଅଫିସ ପାଖରୁ ଜଳସମ୍ପଦ ବିଭାଗ ପାଟ କେନାଲ ମାଟିଆ ମାଇନର ଦେଇ ଗୋବରୀ ନଦୀକୁ ସଂଯୋଗ ଥିଲା। ସହରର ଉଦ୍‌ବୃତ ବର୍ଷାଜଳ ସେହି ମାଇନର କେନାଲ ଓ ନାଳ ଦେଇ ଗୋବରୀ ନଦୀକୁ ନିଷ୍କାସିତ ହେଉଥିଲା। ଏବେ ଏହି କେନାଲ ପୋତି ହୋଇ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି। ଧୀରେ ଧୀରେ ସହରର ଜଳଉତ୍ସଗୁଡ଼କ ନିଶ୍ଚିହ୍ନ ହେବାକୁ ବସିଛି। ପୂର୍ବରୁ କେବେ ବର୍ଷା ଦିନରେ ସହରରେ କୃତ୍ରିମ ବନ୍ୟା କିମ୍ବା ଜଳମଗ୍ନ ଭଳି ପରିସ୍ଥିତି ସୃଷ୍ଟି ହେଉ ନ ଥିଲା। ଭଲ ଅସରାଏ ବର୍ଷା ହେଲେ ଏବେ ରାସ୍ତାରେ ଜଳସ୍ରୋତ ପ୍ରବାହିତ ହେଉଛି। ନାଳକୁ ପୋତି ରାସ୍ତା ନିର୍ମାଣ ହୋଇଛି। ଜବରଦଖଲକାରୀଙ୍କ ବେପରୁଆ ମନୋଭାବ ଯୋଗୁ ଭବିଷ୍ୟତରେ ସହରବାସୀ ଅସୁବିଧା ଭୋଗିବେ। ତେଣୁ ପ୍ରାକୃତିକ ନାଳ ଓ ଜଳାଶୟଗୁଡ଼ିକକୁ ପ୍ରଶାସନ ପକ୍ଷରୁ ଜବରଦଖଲ ମୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି। ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ୨୦୧୮ରୁ ୨୦୨୩ ମଧ୍ୟରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ଏହାର ଆଖପାଖରେ ଥିବା ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତ୍ତନ ହୋଇ ଘରବାଡ଼ି ହୋଇଛି। ପୋଖରିଆପଡ଼ା କେନାଲ ପାଖ ଜମି, ତାତନା ରାସ୍ତାର ଦୁଇପାଶର୍‌ବର ଜମି, ପହରାଜପୁର ରାସ୍ତାର ଉଭୟ ପାଶର୍‌ବ ଜମିରେ କୋଠା ହୋଇ ଚାଲିଛି। ସେହିଭଳି ପଟ୍ଟାମୁ୍‌ଣ୍ଡାଇ ପୋଖରିଆପଡା ବକ୍ତାରପୁର ଦେଇ କଖାରୁଣୀ ପୋଲ ପର୍ଯ୍ୟନ୍ତ ୨ ପାଶର୍‌ବ ଜମିରେ କୋଠା ଗଢ଼ି ଉଠି ନୟନଯୋରି ଜବରଦଖଲ ହୋଇଛି। ଫଳରେ ତଳପଟ ଚାଷଜମିକୁ ଜଳସେଚନ ହୋଇ ନ ପାରି ପଡ଼ିଆ ପଡ଼ିଛି। ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡ଼ା, ଗୋବରୀ ନଦୀର ଦୁଇପାଶର୍‌ବ ଜମିକୁ ଜବରଦଖଲକାରୀ ଘରଦ୍ୱାର କରି ଚାଲିଛନ୍ତି। ଫଳରେ ଉଭୟପାଶର୍‌ବ ଜମିକୁ ଜଳସେଚନ ହୋଇ ପାରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଚାଷ ପ୍ରତି ବିମୁଖ ଭାବ ସୃଷ୍ଟି ହେବାରୁ ଜମି ପଡ଼ିଆ ରହୁଛି। ଏପରି ସ୍ଥିତିରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଚାଷଜମି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏ ଦିଗରେ ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ତହସିଲଦାର ସମୀର ବେହେରାଙ୍କୁ ପଚାରିବାରେ ଚାଷଜମିରୁ ଘରବାଡ଼ି କରିବା ଦରଖାସ୍ତ ଉପରେ ଜିଜ୍ଞାସା କଲା ପରେ ଆପ୍ରୁଭାଲ ଦିଆଯିବ। ମାତ୍ର ନୟନଯୋରି ଜବରଦଖଲ କରାଇ ଦିଆଯିବ ନାହଁି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri