ରକ୍ତିମ ହେଲା ନଦୀଜଳ

ଟୋକିଓ,୩୦।୬: ଜାପାନ ଓକିନାଓ୍ବା ଦ୍ୱୀପ ନାଗୋ ସହରରେ ପ୍ରବାହିତ ନଦୀ ଜଳ ହଠାତ୍‌ ଲାଲ୍‌ ରଙ୍ଗ ଧାରଣ କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ନଦୀ ଜଳ ରକ୍ତିମ ବର୍ଣ୍ଣ ହୋଇଯିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହାର କିଛି ସମୟ ପରେ ସ୍ଥାନୀୟ ଅଞ୍ଚଳରେ ଥିବା ଓରିଓନ୍‌ ବ୍ରେଓ୍ବେରିଜ୍‌ ବିୟର୍‌ ଫ୍ୟାକ୍ଟ୍ରିରୁ ସ୍ପଷ୍ଟୀକରଣ ଆସିଲା ଯେ, କାରଖାନାରେ ବ୍ୟବହୃତ ଫୁଡ୍‌ କଲରିଂ ଡାଏ ଲିକ୍‌ ହୋଇ ବର୍ଷାଜଳ ନିଷ୍କାସନ ଲାଗି ବ୍ୟବହାର କରାଯାଉଥିବା ଡ୍ରେନ୍‌ ଦ୍ୱାରା ନଦୀ ଜଳରେ ଯାଇ ମିଶିଛି। ଫଳରେ ନଦୀ ଜଳର ବର୍ଣ୍ଣ ଲାଲ ରଙ୍ଗ ହୋଇଯାଇଛି। ଫୁଡ୍‌ କଲର ମିଶିଥିବା ନଦୀ ଜଳକୁ ବ୍ୟବହାର କରିବା ଦ୍ୱାରା କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ନଦୀ ଜଳର ରଙ୍ଗ ପରିବର୍ତ୍ତନକୁ ନେଇ ସ୍ଥାନୀୟ ଲୋକଙ୍କଠାରେ ଯେଉଁ ଭୟର ବାତାବରଣ ସୃଷ୍ଟି ହୋଇଛି ସେ ଲାଗି ଓରିଓନ୍‌ ବ୍ରେଓ୍ବେରିଜ୍‌ କ୍ଷମା ମାଗିଛି।
ଲାଲ୍‌ ନଦୀ ଜଳର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ମଙ୍ଗଳବାର ସ୍ଥାନୀୟ ସମୟ ସକାଳ ୯ଟା ୩୦ ମିନିଟ୍‌ରେ କମ୍ପାନୀର ଏକ କୁଲିଂ ସିଷ୍ଟମରୁ ଫୁଡ୍‌ କଲର ଲିକ୍‌ ହୋଇଥିବା ଜଣାପଡ଼ିଛି। କମ୍ପାନୀର କୁଲିଂ ପ୍ରୋସେସ୍‌ ପାଇଁ ଫୁଡ୍‌ କଲର (ପ୍ରୋପାଇଲିନ୍‌ ଗ୍ଲାଇକୋଲ)କୁ ବ୍ୟବହାର କରାଯାଉଥିଲା। ସାଧାରଣ ଭାବେ ଏହାକୁ ଡ୍ରଗ୍‌ ଏବଂ କସ୍‌ମେଟିକ୍‌ କାରଖାନାରେ ବିଶେଷ କରି ବ୍ୟବହାର କରାଯାଉଥିବାବେଳେ ଏହା ମଣିଷ ଶରୀରରେ କୌଣସି କ୍ଷତିକାରକ ପ୍ରଭାବ ପକାଇବ ନାହିଁ ବୋଲି ଆମେରିକୀୟ ଏଜେନ୍ସୀ ଟକ୍ସିକ୍‌ ସବ୍‌ଷ୍ଟାନ୍‌ସେସ୍‌ ଆଣ୍ଡ୍‌ ଡିଜିଜ୍‌ ରେଜିଷ୍ଟ୍ରି ସୂଚନା ଦେଇଛି। କମ୍ପାନୀରୁ କେଉଁଭଳି ଫୁଡ୍‌ କଲର ଲିକ୍‌ ହେଲା ସେ ନେଇ କର୍ତ୍ତୃପକ୍ଷ ତଦନ୍ତ ଚଳାଇଥିବା ସହ ଭବିଷ୍ୟତରେ ଏଭଳି ଘଟଣା ଘଟିବ ନାହିଁ ବୋଲି ଓରିଓନ୍‌ ବ୍ରେଓ୍ବେରିଜ୍‌ ଅଧ୍ୟକ୍ଷ ହାଜିମେ ମୁରାନୋ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri