ବାଜିମାରିଲେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ

ଅହମ୍ମଦାବାଦ୍‌,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ଐତିହାସିକ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଜାମନଗର ଉତ୍ତର ଆସନରୁ ବାଜି ମାରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ରିଭାବା ଜାଡେଜା। ରିଭାବା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏଏପିର କରଶନଭାଇ କାରମାରଙ୍କୁ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି। ବିଜୟ ପରେ ସେ ସ୍ବାମୀଙ୍କ ରବିନ୍ଦ୍ର ଜାଡେଜାଙ୍କ ସହ ମିଶି ଏକ ରୋଡ ଶୋ’ କରିଛନ୍ତି। ଭାଜପା ଓ ତାଙ୍କୁ ସମର୍ଥନ କରିଥିବା ଗୁଜରାଟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।
ଭୋଟ ଗଣତି ଆରମ୍ଭରୁ ରିଭାବା ପଛରେ ରହିଥିଲେ। ପରିସ୍ଥିତି ଏପରି ହୋଇଥିଲା ସେ ତୃତୀୟ ସ୍ଥାନରେ ଥିଲେ। କିନ୍ତୁ ଶେଷରେ ବାଜି ମାରିନେଇଥିଲେ।

Share