ସାଜସଜ୍ଜା ଅପେକ୍ଷା ରୀତିନୀତିକୁ ଗୁରୁତ୍ୱ

ଜଗତସିଂହପୁର ଅଫିସ, ୨୫।୯: ଦୁର୍ଗାପୂଜା ନେଇ ଜଗତ୍‌ସିଂହପୁର ସହରରେ ଧୀରେ ଧୀରେ ପରିବେଶ ଚଳଚଞ୍ଚଳ ହେବାକୁ ଲାଗିଲାଣି। ମୂର୍ତ୍ତି, ମେଢ, ସାଜସଜ୍ଜା ଆଦି କିପରି ଅଧିକ ଆକର୍ଷଣୀୟ ହେବ ସେନେଇ ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିନ୍ତୁ ଦୁର୍ଗା ବଜାରସ୍ଥିତ ଦୁର୍ଗା ମନ୍ଦିରରେ ପୂଜା କମିଟି ପକ୍ଷରୁ ପୂଜାପାଠ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି। କମିଟି ପକ୍ଷରୁ କୁହାଯାଇଛି, ଦୁର୍ଗା ମନ୍ଦିରରେ ପ୍ରତ୍ୟହ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଏ। ଦୁର୍ଗାପୂଜାରେ ପୂଜାପାଠକୁ ଅଧିକ ନିଷ୍ଠା ଓ ଆଧ୍ୟାତ୍ମିକମୟ କରିବା ପାଇଁ ଉଦ୍ୟମ କରାଯାଉଛି। ଏଥିସହ ଆଲୋକ ସାଜସଜ୍ଜା ଉପରେ ମଧ୍ୟ ଧ୍ୟାନ ଦିଆଯିବ ।
୧୯୮୩ରୁ ଏଠାରେ ଦୁର୍ଗାପୂଜା ହୋଇଆସୁଛି। ସେତେବେଳେ ଦୁର୍ଗା ବଜାର ଏତେ ସମ୍ପ୍ରସାରିତ ହୋଇ ନ ଥିଲା । ହାତ ଗଣତି କେତୋଟି କେବିନ୍‌ ଥିଲା । ସେତେବେଳେ ବଜାରକୁ ଲାଗି ଥିବା ସାହିର ଲୋକେ ପୂଜା କରିବା ପାଇଁ ଅଣ୍ଟା ଭିଡିଥିଲେ । ଭୋଳାନାଥ ରାଉତ, ଡ. ନଟବର ନାୟକ, ସ୍ବର୍ଗତ ନଗେନ୍ଦ୍ର ମହାନ୍ତି, ଡ.ଆର୍‌. ଏନ୍‌. ମିତ୍ର ପ୍ରମୁଖ ଦୁର୍ଗାପୂଜା କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏକ ବୈଠକ କରି ନିଷ୍ପତ୍ତି ନେଇଥିଲେ। ଏଥିରେ ସାହି ଲୋକଙ୍କ ପୂର୍ଣ୍ଣ ସହଯୋଗ କରିବାରୁ ପୂଜା ଆରମ୍ଭ ହୋଇଥିଲା। ଅତୀତରେ ମାଟିର ପ୍ରତିମା ପୂଜା ପାଉଥିଲା। ୧୯୯୬-୯୭ରେ ସିମେଣ୍ଟ ପ୍ରତିମା ହେଲା। ରଶ୍ମି ଟକିଜ୍‌ ମାଲିକ ବନମାଳୀ ସାହୁ ମନ୍ଦିର ନିର୍ମାଣ ପାଇଁ ଜମି ଦାନ କରିଥିଲେ। ଏହାପରେ ୨୨ ଫୁଟ ଲମ୍ବ, ୧୫ ଫୁଟ ଓସାର ଓ ୨୦ ଫୁଟ ଉଚ୍ଚତାର ମନ୍ଦିର ତିଆରି ହୋଇଥିଲା। ୧୯୯୯ ପୂର୍ବରୁ ମନ୍ଦିର କାମ ଶେଷ ହୋଇଥିଲା। ଜଗତ୍‌ସିଂହପୁରର ଏହା ଦ୍ୱିତୀୟ ଦୁର୍ଗା ମନ୍ଦିର ଭାବେ ପରିଚିତ। ମନ୍ଦିର ଭିତରେ ମା’ ଦୁର୍ଗା, ଶିବ, ପାର୍ବତୀ, ଲକ୍ଷ୍ମୀ, ଗଣେଶ, କାର୍ତ୍ତିକ ଆଦି ପୂଜା ପାଉଛନ୍ତି। ପ୍ରତ୍ୟହ ଷୋଡ଼ଶ ଉପଚାରରେ ପୂଜା କରାଯାଏ। ଦଶହରା ସମୟରେ ଅର୍ଥାତ୍‌ ମୂଳାଷ୍ଟମୀ ବୁଧବାରଠାରୁ ଦୁର୍ଗାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଷୋଳପୂଜା କରାଯିବ। ଏହି ସମୟରେ ଘଟ ବସିବା ସାଙ୍ଗକୁ ଚଣ୍ଡୀପାଠ ଓ ଅନ୍ୟ କର୍ମକାଣ୍ଡ ହେବ। ଏହି ପୂଜା ଅତି ନିଷ୍ଠାର ସହ କରାଯାଉଥିବାରୁ ଅନେକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri