ଭାରତରେ ୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ନେସ୍‌ଲେ

ନୂଆଦିଲ୍ଲୀ,୨୫।୯: ଦେଶର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ତଥା ବିଶ୍ୱର ଜଣାଶୁଣା ଖାଦ୍ୟ ତଥା ପାନୀୟ କମ୍ପାନୀ ନେସ୍‌ଲେ ଏସ୍‌ଏ ଆସନ୍ତା ସାଢେ ୩ ବର୍ଷ ମଧ୍ୟରେ ବା ୨୦୨୫ ସୁଦ୍ଧା ଭାରତରେ ୫୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା ପ୍ରସ୍ତୁତ କରିଛି ବୋଲି ନେସ୍‌ଲେର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମାର୍କ ସ୍ନାଇଡର ନିକଟରେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଏହା ଉପରେ ଯଦି ଆମେ ମିଶ୍ରଣ ଏବଂ ଅଧିଗ୍ରହଣ ପାଇଁ ସୁଯୋଗ ଦେଖୁ ତେବେ ଆମେ ସେଗୁଡିକୁ ମଧ୍ୟ ଅନୁସନ୍ଧାନ କରି ଖୁସି ହେବୁ ବୋଲି ମାର୍କ କହିଛନ୍ତି। ଏପରିକି ପୁଞ୍ଜି ବିନିଯୋଗ କ୍ୟାପେକ୍ସ (ପୁଞ୍ଜି ବ୍ୟୟ) ସାଙ୍ଗକୁ ପ୍ଲାଣ୍ଟ ସ୍ଥାପନ ଏବଂ କମ୍ପାନୀର ଉତ୍ପାଦ ପୋର୍ଟଫୋଲିଓର ବିସ୍ତାର କରିବାକୁ ଯୋଜନା କରିଛୁ। ବର୍ତ୍ତମାନ କମ୍ପାନୀ ଭାରତରେ ୯ଟି ପ୍ଲାଣ୍ଟ ପରିଚାଳନା କରୁଥିବା ବେଳେ ଆଉ ଅଧିକ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବାକୁ ନୂତନ ସ୍ଥାନଗୁଡିକ ଉପରେ ମଧ୍ୟ ନଜର ରଖିଛୁ। ବିଶେଷକରି କ୍ଲିୟରାନ୍ସ ଏବଂ ଅନୁମୋଦନ ଅନୁଯାୟୀ ପୁଞ୍ଜି ବିନିଯୋଗ ସହ ନିଯୁକ୍ତି ସୃଷ୍ଟି କରିବାରେ ଏହା ବେଶ୍‌ ସହାୟକ ହେବ ବୋଲି ମାର୍କ ଆଶାବ୍ୟକ୍ତ କରିଛନ୍ତି। ସେହିଭଳି କମ୍ପାନୀ ଶ୍ରେଷ୍ଠ ୧୦ ମଧ୍ୟରେ ଥିବା ଭାରତୀୟ ବଜାରରେ ପୁଞ୍ଜି ବିନିଯୋଗ ଯୋଜନା ସମ୍ପର୍କରେ ସ୍ନାଇଡର ଏକ ମିଡିଆ ରାଉଣ୍ଡ ଟେବୁଲରେ ବିସ୍ତୃତ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଭାରତରେ ଉତ୍ପାଦନ ଆରମ୍ଭ କରିବାର ୬୦ବର୍ଷ ମଧ୍ୟରେ ଏହି ଯୋଜନା ୮,୦୦୦ କୋଟି ଟଙ୍କା ସହ ତୁଳନା କରାଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀ ୧୧୦ ବର୍ଷରୁ ଅଧିକ ସମୟ ଧରି ଭାରତ ବଜାରରେ ତା’ର ଉପସ୍ଥିତି ଜାହିର କରିଆସିଛି। ଏହି ବିନିଯୋଗ ଉଭୟ ବିକାଶମୂଳକ କାର୍ଯ୍ୟ ଏବଂ ବ୍ରାଣ୍ଡ୍‌ ବିଲ୍‌ଡିଂ ଇତ୍ୟାଦି ପାଇଁ କାର୍ଯ୍ୟ କରିବ ବୋଲି ସ୍ନାଇଡର ଆଶା ପ୍ରକାଶ କରିଛନ୍ତି। ସେହିପରି ୨୦୨୦ରେ କମ୍ପାନୀ ଗୁଜରାଟର ସାନନ୍ଦଠାରେ ଥିବା କାରଖାନାର କ୍ଷମତା ବୃଦ୍ଧି ପାଇଁ ପ୍ରାୟ ୨,୬୦୦ କୋଟି ଟଙ୍କାର ବିନିଯୋଗ ସମ୍ପର୍କରେ ମଧ୍ୟ ଘୋଷଣା କରିଥିଲା। କିଟ୍‌କାଟର ନିର୍ମାତା ପୁରିନା ପେଟକେୟାର ସହ ଦେଶରେ ପୋଷା ଖାଦ୍ୟ ବିଭାଗରେ ପ୍ରବେଶ କରିଥିଲେ।
ଏ ସମ୍ପର୍କରେ ନେସ୍‌ଲେ ଇଣ୍ଡିଆର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ସୁରେଶ ନାରାୟଣନ କହିଛନ୍ତି, କମ୍ପାନୀର ମୂଳ ବ୍ୟବସାୟକୁ ତ୍ୱରାନ୍ବିତ କରିବା ସହ ଏହା ଆଉ ଏକ ଧ୍ୟାନ କ୍ଷେତ୍ର ହେବ। ବିଶେଷକରି କମ୍ପାନୀ ୩ଟି ପରିକଳନା ଯୋଜନା ମାଧ୍ୟମରେ ଏହାର ନକ୍ସା ପ୍ରସ୍ତୁତ କରିଛି। ସୂଚନାଯୋଗ୍ୟ, ୨୦୨୧ ରେ ନେସ୍‌ଲେ ଇଣ୍ଡିଆର ଆୟ ୧୪,୭୦୯.୪୧ କୋଟି ଟଙ୍କା ରହିଥିଲା। କମ୍ପାନୀ ଶେଷ ଥର ମ୍ୟାଗି ନୁଡୁଲ୍‌ ଉତ୍ପାଦନ ପାଇଁ ସାନନ୍ଦଠାରେ ଏହାର କାରଖାନା ଖୋଲିବା ପାଇଁ ପ୍ରାୟ ୭୦୦କୋଟି ଟଙ୍କା ବିନିଯୋଗ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?