Categories: ଜାତୀୟ

ନିର୍ବିରୋଧରେ ବିଜୟୀ ହୋଇପାରନ୍ତି ଋତୁଜା: ଭାଜପାର ପ୍ରାର୍ଥୀ ପ୍ରତ୍ୟାହାର ଘୋଷଣା…

ମୁମ୍ବାଇ,୧୭।୧୦ : ମୁମ୍ବାଇରା ଅନ୍ଧେରୀ ପୂର୍ବ ବିଧାନସଭା ଆସନରୁ ଭାଜପା ସୋମବାର ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଏହା ସହିତ ଉଦ୍ଧବ ବାଲାସାହେବ ଠାକରେ ଦଳର ରିତୁଜା ଲଟକେଙ୍କର ବିଧାୟକ ଭାବରେ ନିର୍ବିରୋଧ ନିର୍ବାଚିତ ହେବା ପାଇଁ ରାସ୍ତା ସଫା ହୋଇଯାଇଛି।

ଲଟକେଙ୍କ ନିର୍ବାଚନୋ ବିଜୟୀ କରାଇବା ପାଇଁ ସେମାନଙ୍କ ପ୍ରାର୍ଥୀଙ୍କ ନାମ ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳର ବିଧାୟକମାନେ ମଧ୍ୟ ଭାଜପାକୁ ନିବେଦନ କରିଥିଲେ। ରିତୁଜା ଲଟକେ ହେଉଛନ୍ତି ସ୍ବର୍ଗତ ଶିବସେନା ବିଧାୟକ ରମେଶ ଲଟକେଙ୍କ ସ୍ତ୍ରୀ। ତାଙ୍କ ଦେହାନ୍ତ ହେତୁ ଏହି ସିଟ ଖାଲି ପଡିଥିଲା। ଏଥିପାଇଁ ଉପ-ନିର୍ବାଚନ ନଭେମ୍ବର ୩ରେ ହେବାକୁ ଯାଉଛି।

ମହାରାଷ୍ଟ୍ର ଭଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲ ସୋମବାର ଭାଜପା ପ୍ରାର୍ଥୀଙ୍କ ନାମ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ଅନୁରୋଧର ଦ୍ୱିତୀୟ ଦିନରେ ବାୱନକୁଲେ ଏହି ନିଷ୍ପତ୍ତି ନେଇଛନ୍ତି।

Share