Posted inଜାତୀୟ

ପଶ୍ଚିମବଙ୍ଗ ରାଜନୀତିରେ ଭୂକମ୍ପ: ଦିଦି ନୁହେଁ, ଋତବ୍ରତ ବାନାର୍ଜୀ ହେବେ ଟିଏମସିର ନୂଆ ‘ଦାଦା’?

କୋଲକାତା,୨।୬: ପଶ୍ଚିମବଙ୍ଗ ନିର୍ୱାଚନ ଫଳାଫଳ ପରେ ତୃଣମୂଳ କଂଗ୍ରେସ (TMC) ଭିତରେ ଏଭଳି ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି, ଯାହା ମମତା ବାନାର୍ଜୀଙ୍କ ରାଜନୈତିକ ସାମ୍ରାଜ୍ୟର ମୂଳଦୁଆକୁ ହଲାଇ ଦେଇଛି। ଦଳରୁ ବହିଷ୍କୃତ ହୋଇଥିବା ପ୍ରଭାବଶାଳୀ ନେତା ଋତବ୍ରତ ବାନାର୍ଜୀ ଏବେ ‘ଦିଦି’ଙ୍କ ବିକଳ୍ପ ଭାବେ ନୂଆ ‘ଦାଦା’ ସାଜି ଉଭା ହେଉଛନ୍ତି।

ପଶ୍ଚିମବଙ୍ଗ ରାଜନୀତିରେ ଏବେ ସେହି ସବୁ ଘଟୁଛି, ଯାହା କିଛି ଦିନ ପୂର୍ୱରୁ କଳ୍ପନା କରିବା ମଧ୍ୟ ଅସମ୍ଭବ ଥିଲା। ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ଟିଏମସି ଭିତରେ ଯେଉଁ ଅସନ୍ତୋଷର ନିଆଁ କୁହୁଳୁଥିଲା, ତାହା ଏବେ ସମ୍ପୂର୍ଣ୍ଣ ରୂପେ ବିସ୍ଫୋରଣ ହୋଇଛି। ରିପୋର୍ଟ ଅନୁଯାୟୀ, ଦଳର ବହିଷ୍କୃତ ନେତା ଋତବ୍ରତ ବାନାର୍ଜୀଙ୍କ ପଛରେ କେବଳ ଜଣେ କିମ୍ୱା ଦୁଇ ଜଣ ନୁହେଁ, ବରଂ ୫୦ରୁ ଅଧିକ ବିଧାୟକ, ୧୨ ଜଣ ଲୋକ ସଭା ଏମପି ଏବେଂ ୬ ଜଣ ରାଜ୍ୟ ସଭା ଏମପି ଏକାଠି ହୋଇଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି ଯେ, ଏହି ଗୋଷ୍ଠୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଧକ୍କା ଦେବାକୁ ଯାଉଛନ୍ତି, ଯାହା ଦ୍ୱାରା କେବଳ ବିରୋଧୀ ଦଳ ନେତା ପଦ ବଦଳିବ ନାହିଁ, ବରଂ ସମ୍ପୂର୍ଣ୍ଣ ଟିଏମସି ଦୁଇ ଭାଗ ହୋଇଯିବାର ଆଶଙ୍କା ରହିଛି।

ମମତା ବାନାର୍ଜୀଙ୍କ ପ୍ରଭାବ ଥିବା ଏହି ଦଳରେ କେହି କେବେ ତାଙ୍କ ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ କରିନଥିଲେ, କିନ୍ତୁ ଋତବ୍ରତ ବାନାର୍ଜୀ ଏହି ଭ୍ରମକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ବିଧାନସଭା ସଚିବାଳୟରେ ବିରୋଧୀ ଦଳ ନେତା (LoP) ପାଇଁ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ନାମ ପ୍ରସ୍ତାବରେ ଜାଲ ଦସ୍ତଖତ ପ୍ରସଙ୍ଗ ଉଠାଇ ଋତବ୍ରତ ଯେଉଁ ଖେଳ ଆରମ୍ଭ କରିଥିଲେ, ତାହା ଏବେ ମମତା ବାନାର୍ଜୀଙ୍କୁ ଗାଦିଚ୍ୟୁତ କରିବାର ଏକ ବଡ଼ ଯୋଜନାରେ ପରିଣତ ହୋଇଛି। କୋଲକାତାର ଗେଟୱେ ହୋଟେଲରେ ହୋଇଥିବା ଗୁପ୍ତ ବୈଠକରେ ୫୦ରୁ ଅଧିକ ବିଧାୟକ ସର୍ୱସମ୍ମତି କ୍ରମେ ଋତବ୍ରତ ବାନାର୍ଜୀଙ୍କୁ ନିଜର ନେତା ଭାବେ ଗ୍ରହଣ କରିଛନ୍ତି।

ଟିଏମସିର ପୂର୍ୱତନ ଜାତୀୟ ପ୍ରବକ୍ତା ରିଜୁ ଦତ୍ତ ଗଣମାଧ୍ୟମ ସାମ୍ନାରେ ଏକ ବଡ଼ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ବିଦ୍ରୋହ କେବଳ କୋଲକାତାରେ ସୀମିତ ନାହିଁ, ବରଂ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଛି। ଟିଏମସିର ୧୨ ଲୋକ ସଭା ଓ ୬ ରାଜ୍ୟ ସଭା ଏମପି ଭାଜପା ଶୀର୍ଷ ନେତୃତ୍ୱଙ୍କ ସହ ଯୋଗାଯୋଗରେ ଅଛନ୍ତି । ଭାଜପା ରଣନୈତିକ ଭାବେ ସେମାନଙ୍କୁ ଦଳରେ ସାମିଲ ନକରି ଟିଏମସିକୁ ଭିତରୁ ଦୁର୍ୱଳ କରିବାକୁ ସୁଯୋଗ ଦେଉଛି।

ଯେଭଳି ଭାବେ ମହାରାଷ୍ଟ୍ର ରାଜନୀତିରେ ରାତାରାତି ଶିବସେନା ଏବଂ ଏନସିପି ସମ୍ପୂର୍ଣ୍ଣ ଭାବେ ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କ ହାତରୁ ଖସିଯାଇଥିଲା, ଠିକ ସେଭଳି ସ୍ଥିତି ଏବେ ବେଙ୍ଗଲରେ ଦେଖିବାକୁ ମିଳୁଛି। ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ଋତବ୍ରତ ବାନାର୍ଜୀଙ୍କ ପାଖରେ ୫୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବାରୁ ଦଳ ବଦଳ ଆଇନ (Defection Law) ମଧ୍ୟ ସେମାନଙ୍କ ଉପରେ କାମ କରିବ ନାହିଁ, କାରଣ ୮୦ ବିଧାୟକ ଥିବା ଟିଏମସିରେ ବିଦ୍ରୋହୀଙ୍କ ସଂଖ୍ୟା ଦୁଇ-ତୃତୀୟାଂଶରୁ ଅଧିକ। ଯଦି ସେମାନେ ବାଚସ୍ପତିଙ୍କୁ ସମର୍ଥନ ପତ୍ର ଦିଅନ୍ତି, ତେବେ ଆଇନଗତ ଭାବେ ଋତବ୍ରତ ବାନାର୍ଜୀ ’ଅସଲି ତୃଣମୂଳ’ର ମାଲିକ ହୋଇଯିବେ।

ଏହି ଅପ୍ରତ୍ୟାଶିତ ବିଦ୍ରୋହ ମମତା ବାନାର୍ଜୀଙ୍କୁ ଚିନ୍ତାରେ ପକାଇ ଦେଇଛି। ସେ ଏହାକୁ ଭାଜପାର ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଏବଂ ‘ଦମ ଅଛି ତ ମୋତେ ଗିରଫ କରି ଦେଖାଅ’ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। କିନ୍ତୁ ବାସ୍ତବତା ହେଉଛି, ଏଥର ତାଙ୍କ ଲଢ଼େଇ ବାହାର ଶତ୍ରୁଙ୍କ ସହ ନୁହେଁ, ବରଂ ଘର ଭିତରେ ଥିବା ନିଜ ଲୋକଙ୍କ ସହ।

ଆଗାମୀ କିଛି ଦିନ ମଧ୍ୟରେ ଯଦି ବିଦ୍ରୋହୀ ବିଧାୟକ ଏବଂ ଏମପିମାନେ ରାଜଭବନ ସାମ୍ନାରେ ପରେଡ କରିବାରେ ସଫଳ ହୁଅନ୍ତି, ତେବେ ବେଙ୍ଗଲ ରାଜନୀତିରେ ‘ଦିଦି’ ଯୁଗର ଅନ୍ତ ଏବଂ ‘ଦାଦା’ ଯୁଗର ଆରମ୍ଭକୁ କେହି ରୋକିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?