ରୀତା, ବାସନ୍ତିଙ୍କୁ ପ୍ରଥମ ମନ୍ତ୍ରୀ ସୁଯୋଗ

ଭୁବନେଶ୍ୱର,୫ା୬(ବ୍ୟୁରୋ): ବିଜେଡି ସରକାରଙ୍କ ୫ମ ପାଳିର ଦ୍ୱିତୀୟ ମନ୍ତ୍ରିମଣ୍ଡଳରେ ମୋଟ ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୫ ମହିଳାଙ୍କୁ ସ୍ଥାନ ଦିଆଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଥିବା ବେଳେ ୨ ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଛନ୍ତି। ବରିଷ୍ଠ ବିଧାୟିକା ଉଷା ଦେବୀ, ପ୍ରମିଳା ମଲ୍ଲିକ ଏବଂ ଟୁକୁନି ସାହୁଙ୍କୁ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ଦାୟିତ୍ୱ ମିଳିଛି। ୨୦୧୯ରେ ଟୁକୁନି ସାହୁ ମନ୍ତ୍ରୀ ଥିବାବେଳେ ତାଙ୍କୁ ପୁଣିଥରେ ଦାୟିତ୍ୱ ମିଳିଛି। ରୀତା ସାହୁ ଏବଂ ବାସନ୍ତି ହେମ୍ବ୍ରମ୍‌ଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ରୀତା ଏବଂ ବାସନ୍ତିଙ୍କୁ ନୂଆକରି ମନ୍ତ୍ରୀ କରାଯାଇଛି। ଉଷା ଦେବୀ ଏବଂ ପ୍ରମିଳା ମଲ୍ଲିକ ପୂର୍ବରୁ ମନ୍ତ୍ରୀ ଥିଲେ।