Categories: ଫୁରସତ

ନିଜ ଜୀବନକୁ ବାଜି ଲଗାଇ ବିଲେଇକୁ ବଞ୍ଚାଇଲା କୁକୁର

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବିଲେଇ ଛୁଆକୁ ଦେଖିବାକୁ ମିଳୁଛି। ବିଲେଇ ଛୁଆଟିକୁ ଏକ ଜଳାଶୟରେ ପଡ଼ିଥିବା ଦେଖି କୁକୁର ଛୁଆଟିି ତା ପାଖକୁ ଆସି ଉଦ୍ଧାର କରୁଛି। ହେଲେ ଉଦ୍ଧାର ବେଳେ ସେ ନିଜେ ପାଣିରେ ପଡ଼ିଯାଉଛି। ଏହା ଦେଖି ବାହାରେ ଥିବା ଅନ୍ୟ ଏକ କୁକୁର ବିଲେଇକୁ ଗୋଡ଼ାଉଛି। ପରେ ଉକ୍ତ କୁକୁରଟି ଜଳାଶୟରୁ ବାହାରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share