ତୃତୀୟ ଲହରରେ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା: ସମସ୍ତ ରାଜ୍ୟଠାରୁ ରିପୋର୍ଟ ଲୋଡ଼ିଲା ଏନ୍‌ସିପିସିଆର୍‌..

ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ତୃତୀୟ ଲହର ଆଶଙ୍କା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ତୃତୀୟ ଲହରରେ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(ଏନ୍‌ସିପିସିଆର୍‌) ପକ୍ଷରୁ ଦେଶର ସମସ୍ତ ରାଜ୍ୟ ସରକାରଙ୍କଠାରୁ ରାଜ୍ୟରେ ଥିବା ଆଇସିୟୁ ସଂଖ୍ୟା ଏବଂ ଶିଶୁଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଉଥିବା ୨୨ଟି ଉପକରଣ ସମ୍ପର୍କିତ ତଥ୍ୟ ବିଷୟରେ ସୂଚନା ଲୋଡ଼ିଛନ୍ତି। ଏକ ସପ୍ତାହ ମଧ୍ୟରେ ରାଜ୍ୟସରକାରମାନେ ଏସମ୍ପର୍କିତ ସୂଚନା ଏନ୍‌ସିପିସିଆର୍‌ରେ ଦାଖଲ କରିବାକୁ କୁହାଯାଇଛି। ଏସମ୍ପର୍କରେ ଏନ୍‌ସିପିସିଆର୍‌ ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋ ସୂଚନା ଦେଇଛନ୍ତି। ଦେଶର ସ୍ବାସ୍ଥ୍ୟ ସେବାର ସ୍ଥିତି ସମ୍ପର୍କରେ ଦ୍ୱିତୀୟ ଲହରରୁ ଜଣାପଡ଼ିଯାଇଛି। ତୃତୀୟ ଲହର ଛୋଟ ପିଲାଙ୍କୁ ଆକ୍ରାନ୍ତ କରିବାରୁ ଆଶଙ୍କା ଥିବାରୁ ଏନେଇ ପୂର୍ବ ପ୍ରସ୍ତୁତି ଅପରିହାର୍ଯ୍ୟ ହୋଇପଡ଼ିଥିବା ସେ କହିଛନ୍ତି।

Share