ସପ୍ତାହରେ ଦୁଇଥର ଏହି ଖାଦ୍ୟ ଖାଇଲେ ଦୂର ହୁଏ ହୃଦ୍‌ରୋଗ ଆଶଙ୍କା

ଆଜିକାଲି ଏମିତି ରୋଗ ହେଉଛି ନିମିଷକ ମଧ୍ୟରେ ପ୍ରାଣ ଚାଲିଯାଉଛି। ତେଣୁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସୁସ୍ଥ ଜୀବନଶୈଳୀ ଆପଣାଇବା ସତ୍ତ୍ୱେ ମଧ୍ୟ କିଛି ରୋଗ ହଠାତ୍‌ ହୋଇଥାଏ। ଯେମିତିକି ହୃଦ୍‌ରୋଗ। ଏହା କେତେବେଳେ କାହାକୁ କେଉଁଠି ହେବ କହିହେବ ନାହିଁ। ସୁସ୍ଥ ଆହାର ଏବଂ ନିୟମିତ ବ୍ୟାୟାମ ଦ୍ୱାରା ହିଁ ଏଥିରୁ ମୁକ୍ତି ମିଳିବ। ଏମିତି କିଛି ପ୍ରାକୃତିକ ଫୁଡ୍‌ସ ବା ଖାଦ୍ୟ ରହିଛି, ଯାହା ହୃଦ୍‌ରୋଗ ଆଶଙ୍କା ଦୂର କରିଥାଏ। ଜାଣନ୍ତୁ ଏ ସମ୍ପର୍କରେ…

ଏକ ପରୀକ୍ଷା କରି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ସପ୍ତାହରେ ଦୁଇଥର ମାଛ ଖାଇଲେ ହୃଦ୍‌ରୋଗ ଆଶଙ୍କା କମ୍‌ ହୁଏ। ହାଓ୍ବାର୍ଡ ମେଡିକାଲ ସ୍କୁଲର ଏକ ରିସର୍ଚ୍ଚରୁ ଏହା ଜଣାପଡ଼ିଛି। ସପ୍ତାହରେ ଅତି କମ୍‌ରେ ଖାଦ୍ୟରେ ମାଛ ସାମିଲ କରନ୍ତୁ। ମାଛରେ ଓମେଗା – ୩ ଫ୍ୟାଟି ଏସିଡ୍‌ ଏବଂ ଭିଟାମିନ୍‌ ଏ ରହିଛି। ଏହି ପୋଷକତତ୍ତ୍ୱ ଅନ୍ତରେ ବ୍ଲଡ୍‌ କ୍ଲଟ୍‌ ତିଆରି ରୋକି ରକ୍ତ ପ୍ରବାହକୁ ବଢ଼ାଇଥାଏ। ଏଥିସହିତ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ୍‌। ନିୟମିତ ବ୍ୟାୟାମ କଲେ ମଧ୍ୟ ହୃଦ୍‌ରୋଗ ଆଶଙ୍କା କମ୍‌ ହୋଇଥାଏ। ଶାକାହାରୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ଫିଶ୍‌ ଅଏଲ କ୍ୟାପସୁଲ ଖାଇବା ଉଚିତ୍‌।