ଆଖିରୁ ଜଣାପଡ଼ିବ ହୃଦ୍‌ଘାତ ଆଶଙ୍କା

ଲଣ୍ଡନ, ୧୦ା୧୦: ବିଶ୍ୱରେ ହୃଦ୍‌ଘାତଜନିତ ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ପ୍ରତିବର୍ଷ ବିଶ୍ୱବ୍ୟାପୀ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟୁଛି। ଭାରତରେ ଯୁବବର୍ଗଙ୍କଠାରେ ଏଭଳି ସ୍ବାସ୍ଥ୍ୟସଙ୍କଟ ଚିନ୍ତାର କାରଣ ପାଲଟିଥିବାବେଳେ ସମୟ ଆଗରୁ ଲୋକଙ୍କ ହୃଦ୍‌ରୋଗ ଆଶଙ୍କା କିମ୍ବା ଏଥିରେ କେହି ପୀଡ଼ିତ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର କରିଛନ୍ତି। ଏଆଇ ସକ୍ଷମ ଏକ ଉପକରଣ ଦ୍ୱାରା କେବଳ ଆଖି ପରୀକ୍ଷାରୁ ଜଣଙ୍କଠାରେ ହୃଦ୍‌ରୋଗ ଆଶଙ୍କା କେତେ ତାହା ଜଣାପଡ଼ିବ। ଏହାଦ୍ୱାରା ସମୟ ପୂର୍ବରୁ ଜଣେ ଆବଶ୍ୟକ ଚିକିତ୍ସା ଏବଂ ଜୀବନଶୈଳୀ ଆପଣାଇପାରିବ ବୋଲି କୁହାଯାଇଛି। ଏ ସଂକ୍ରାନ୍ତୀୟ ଏକ ଗବେଷଣା ରିପୋର୍ଟ ବ୍ରିଟିଶ ଜର୍ନାଲ ଅଫ୍‌ ଅପ୍‌ଥାଲ୍‌ମୋଲୋଜିରେ ପ୍ରକାଶ ପାଇଛି।

ଟେକ୍ନୋଲୋଜି ସକ୍ଷମ ଏକ ଉପକରଣ ‘କ୍ୱାର୍ଜ’ ରେଟିନା ସ୍କାନ୍‌ କରି ୧ ମିନିଟ୍‌ରୁ ବି କମ୍‌ ସମୟରେ ହୃଦ୍‌ରୋଗ ବିଷୟରେ କହିପାରିବ ବୋଲି ଗବେଷଣାରୁ ଜଣାପଡ଼ିଛି। କୌଣସି ରକ୍ତ ପରୀକ୍ଷା କିମ୍ବା ରକ୍ତଚାପ ଟେଷ୍ଟ ବିନା ମଧ୍ୟ ଏହି ସ୍କାନିଂ ରିପୋର୍ଟ ହୃଦ୍‌ରୋଗ ସମ୍ବନ୍ଧୀୟ ଠିକ୍‌ ତଥ୍ୟ ଦେଇପାରିବ। ରେଟିନା ସ୍କାନ୍‌ରେ ଆଖିରେ ରକ୍ତ ସଞ୍ଚାଳନର ମାତ୍ରାରୁ ଜଣଙ୍କ ହୃଦ୍‌ଘାତ ହେବା ଆଶଙ୍କା କେତେ ରହିଛି ତାହା ଜଣାପଡ଼ିବ ବୋଲି ଗବେଷକମାନେ କହିଛନ୍ତି। ବ୍ରିଟେନ ବାୟୋବ୍ୟାଙ୍କରେ ଭାଗ ନେଇଥିବା ୮୮,୦୫୨ ଜଣଙ୍କ ଉପରେ ଏହି ଉପକରଣ ଦ୍ୱାରା ପରୀକ୍ଷଣ କରାଯାଇଥିଲା। ୪୦ରୁ ୬୯ ବର୍ଷୀୟ ଏହି ଅଂଶଗ୍ରହଣକାରୀଙ୍କ ଆଖି ସ୍କାନ୍‌ କରାଯାଇଥିଲା।

ରେଟିନାରେ ରକ୍ତ ସଞ୍ଚାଳନ, ଶିରା ଧମନୀର ଆକାର ତଥା ଏଥିରେ ରକ୍ତ ପ୍ରବାହ ବେଳେ ଏହାର ଚଉଡ଼ା କେତେ ରହୁଛି ତାହା ନିରୀକ୍ଷଣ କରାଯାଇଥିଲା। ଏହବ୍ୟତୀତ ୟୁରୋପିଆନ୍‌ ପ୍ରୋସ୍‌ପେକ୍ଟିଭ୍‌ ଇନ୍‌ଭେଷ୍ଟିଗେଶନ୍‌ ଇନ୍‌ଟୁ କ୍ୟାନ୍‌ସର (ଏପିକ୍‌-ନର୍‌ଫୋକ୍‌)ରେ ଅଂଶଗ୍ରହଣ କରିଥିବା ୪୮ରୁ ୯୨ ବର୍ଷ ବୟସ ବର୍ଗର ୭,୪୧୧ ଜଣଙ୍କ ଉପରେ ମଧ୍ୟ ଏହି ମଡେଲରେ ଆଖି ପରୀକ୍ଷା କରାଯାଇଥିଲା। ପ୍ରାୟ ୭ରୁ ୯ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିଲା।

ଏହି ସମୟ ମଧ୍ୟରେ ବାୟୋବ୍ୟାଙ୍କ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୩୨୭ ଜଣଙ୍କ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ କାରଣରୁ ମୃତ୍ୟୁ ଘଟିଥିବାବେଳେ ଏପିକ୍‌-ନର୍‌ଫୋକ୍‌ର ୨୦୧ ଜଣଙ୍କ ମୃତ୍ୟୁ ହୋଇଥିଲା।
ଭାବେ ବୟସ, ଧୂମପାନ, ମେଡିକାଲ ହିଷ୍ଟ୍ରି, ରେଟିନାଲ ଭାସ୍‌କୁଲେଚର୍‌ ଆଦି ମାନଦଣ୍ଡ ଆଧାରରେ ଏହି ଉପକରଣ ଜଣଙ୍କଠାରେ ହୃଦ୍‌ରୋଗର ଆଶଙ୍କାକୁ ଆକଳନ କରିବ ବୋଲି କୁହାଯାଇଛି। ରକ୍ତ ସଞ୍ଚାଳନ ସହିତ ଏହା ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବାରୁ ଏଥିରେ ରେଟିନା ସ୍କାନିଂକୁ ଅନ୍ତର୍ଭୂକ୍ତ କରାଯାଇଛି। ଶରୀରରେ ରକ୍ତ ସଞ୍ଚାଳନ କମ୍‌ କିମ୍ବା ପର୍ଯ୍ୟାପ୍ତ ନ ଥିଲେ ଆଖିର ରେଟିନା କୋଷ ମଧ୍ୟ ପ୍ରଭାବିତ ହୁଏ। ତେଣୁ ଏଥିରୁ ଜଣଙ୍କ ହୃ୍‌ତ୍‌ପିଣ୍ଡ କେତେ ସୁସ୍ଥ ତାହା ଜଣାପଡ଼ିବ ବୋଲି ଗବେଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri