ଧାର୍ଯ୍ୟ ସମୟରେ କୋର୍ସ ସରିବା ନେଇ ଆଶଙ୍କା

ଖୋର୍ଦ୍ଧା ଅଫିସ,୮।୨: କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ସହ ସୋମବାରଠାରୁ ଶ୍ରେଣୀଗୃହରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ଆରମ୍ଭ ହେବ। କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୨ରୁ ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ ପାଠପଢା ଚାଲିଥିଲା। ଏବେ ସ୍କୁଲ ଖୋଲିବା ପରେ ସରକାର ୧୦୦ ଦିନିଆ ପାଠ୍ୟକ୍ରମ ନିଷ୍ପତ୍ତି ନେଇଛନ୍ତି। ରବିବାର ମଧ୍ୟ ପାଠପଢା ହେଉଛି। ତେଣୁ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଫୁରସତ ନାହିଁ। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲାରେ ଶହେ ଦିନିଆ ପାଠପଢା ବ୍ୟାହତ ହେବା ଆଶଙ୍କା ଦେଖାଦେଇଛି। କାରଣ ବିଭିନ୍ନ ହାଇସ୍କୁଲରେ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଜିଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷକଙ୍କୁ ଡେପୁଟେଶନରେ ଅଣାଯାଇ ପାଠପଢ଼ା ଚାଲିଛି। ସୂଚନା ଅନୁଯାୟୀ, ଜିଲାରେ ୧୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଡେପୁଟେଶନରେ ଅଛନ୍ତି। ଏମାନେ ନିଜ ଅଞ୍ଚଳରେ ଥିବା ବିଦ୍ୟାଳୟକୁ ଯାଇ ପାଠ ପଢାଉଛନ୍ତି। ଆଗକୁ ନବମ ଶ୍ରେଣୀ ଖୋଲିବ। ପୁଣି ସରସ୍ବତୀ ପୂଜା ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଲାଗି ସରକାର ବିଚାର କରୁଛନ୍ତି। ତେଣୁ ଶିକ୍ଷକଙ୍କ ଅଭାବ ସୃଷ୍ଟି ଶିକ୍ଷାଦାନରେ ସମସ୍ୟା ସୃଷ୍ଟି ହୋଇପାରେ। ଅନ୍ୟପଟେ ସପ୍ତାହେବ୍ୟାପୀ ଶିକ୍ଷାଦାନ ଯୋଗୁ ଶିକ୍ଷୟିତ୍ରୀ ଶିକ୍ଷକ ଅସନ୍ତୋଷ ପ୍ରକାଶ କଲେଣି। ରବିବାରକୁ ପାଠପଢାରୁ ବାଦ ଦେବାକୁ ଦାବି ଉଠିଲାଣି। ଆସନ୍ତା ୮ରୁ ନବମ ଶ୍ରେଣୀର ପାଠପଢା ଆରମ୍ଭ ହେବ। ସକାଳ ୮.୩୦ରୁ ୧୦.୩୦ ମିନିଟ୍‌ ପର୍ଯ୍ୟନ୍ତ ବିଷୟଭିତ୍ତିକ ଶିକ୍ଷାଦାନ ହେବ। ସମ୍ପୃକ୍ତ ଶିକ୍ଷକମାନଙ୍କୁ ସକାଳ ୮ଟାରୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ପଡ଼ିିବ। ତେଣୁ ସେମାନେ ମାନସିକ ସ୍ତରରେ ଭାରାକ୍ରାନ୍ତ ହୋଇପଡ଼ିବେ ବୋଲି ଓଷ୍ଟା ଖୋର୍ଦ୍ଧା ଜିଲା ସମ୍ପାଦକ ସୁଧାକର ମହାପାତ୍ର କହିଛନ୍ତି। ଶିକ୍ଷକମାନେ ମାନସିକ ଚାପରେ ରହିଲେ ଶିକ୍ଷାଦାନ ବ୍ୟାହତ ହେବ। ଏହାକୁ ଦୃଷ୍ଟିରେ ରଖି ରବିବାର ପାଠପଢା ବନ୍ଦ ରଖାଯାଉ। ଯେଉଁଠି ଅଧିକ ଶ୍ରେଣୀ କୋଠରିକର ସୁବିଧା ଅଛି, ସେଠାରେ ଗୋଟିଏ ସିଟିଂ କରାଯାଉ ବୋଲି ମହାପାତ୍ର ମତ ରଖିଛନ୍ତି। ଅନ୍ୟପକ୍ଷରେ ନିର୍ଦ୍ଧାରିତ ସମୟ ସୁଦ୍ଧା ଦଶମ ଶ୍ରେଣୀ ପିଲାଙ୍କ ୧୦୦ ଦିନିଆ ପାଠ୍ୟକ୍ରମ ଶେଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ନେଇ ଡିଇଓ ବନ୍ଦନା ମହାପାତ୍ର କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗାଇଡ୍‌ ଲାଇନ ଅନୁଯାୟୀ ଜିଲାରେ ପାଠପଢା ଚାଲିଛି। ଶିକ୍ଷାଦାନରେ ଯେପରି କୌଣସି ଅସୁବିଧା ନ ହେବ ସେଥିଲାଗି ଅନ୍ୟ ଶିକ୍ଷକଙ୍କୁ ନିୟୋଜିତ କରାଯାଉଛି। ଏହା ମାନସିକ ଚାପ ଉଦ୍ଦେଶ୍ୟରେ ନୁହେଁ, ବରଂ ଦଶମଶ୍ରେଣୀ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତଥା ଧାର୍ଯ୍ୟ ସମୟ ପୂର୍ବରୁ ପାଠ୍ୟକ୍ରମ ସାରିବା
ନିମନ୍ତେ ଏଭଳି ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri