ଧାର୍ଯ୍ୟ ସମୟରେ କୋର୍ସ ସରିବା ନେଇ ଆଶଙ୍କା

ଖୋର୍ଦ୍ଧା ଅଫିସ,୮।୨: କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ସହ ସୋମବାରଠାରୁ ଶ୍ରେଣୀଗୃହରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ଆରମ୍ଭ ହେବ। କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୨ରୁ ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ ପାଠପଢା ଚାଲିଥିଲା। ଏବେ ସ୍କୁଲ ଖୋଲିବା ପରେ ସରକାର ୧୦୦ ଦିନିଆ ପାଠ୍ୟକ୍ରମ ନିଷ୍ପତ୍ତି ନେଇଛନ୍ତି। ରବିବାର ମଧ୍ୟ ପାଠପଢା ହେଉଛି। ତେଣୁ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଫୁରସତ ନାହିଁ। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲାରେ ଶହେ ଦିନିଆ ପାଠପଢା ବ୍ୟାହତ ହେବା ଆଶଙ୍କା ଦେଖାଦେଇଛି। କାରଣ ବିଭିନ୍ନ ହାଇସ୍କୁଲରେ ବହୁ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଜିଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷକଙ୍କୁ ଡେପୁଟେଶନରେ ଅଣାଯାଇ ପାଠପଢ଼ା ଚାଲିଛି। ସୂଚନା ଅନୁଯାୟୀ, ଜିଲାରେ ୧୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଡେପୁଟେଶନରେ ଅଛନ୍ତି। ଏମାନେ ନିଜ ଅଞ୍ଚଳରେ ଥିବା ବିଦ୍ୟାଳୟକୁ ଯାଇ ପାଠ ପଢାଉଛନ୍ତି। ଆଗକୁ ନବମ ଶ୍ରେଣୀ ଖୋଲିବ। ପୁଣି ସରସ୍ବତୀ ପୂଜା ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଲାଗି ସରକାର ବିଚାର କରୁଛନ୍ତି। ତେଣୁ ଶିକ୍ଷକଙ୍କ ଅଭାବ ସୃଷ୍ଟି ଶିକ୍ଷାଦାନରେ ସମସ୍ୟା ସୃଷ୍ଟି ହୋଇପାରେ। ଅନ୍ୟପଟେ ସପ୍ତାହେବ୍ୟାପୀ ଶିକ୍ଷାଦାନ ଯୋଗୁ ଶିକ୍ଷୟିତ୍ରୀ ଶିକ୍ଷକ ଅସନ୍ତୋଷ ପ୍ରକାଶ କଲେଣି। ରବିବାରକୁ ପାଠପଢାରୁ ବାଦ ଦେବାକୁ ଦାବି ଉଠିଲାଣି। ଆସନ୍ତା ୮ରୁ ନବମ ଶ୍ରେଣୀର ପାଠପଢା ଆରମ୍ଭ ହେବ। ସକାଳ ୮.୩୦ରୁ ୧୦.୩୦ ମିନିଟ୍‌ ପର୍ଯ୍ୟନ୍ତ ବିଷୟଭିତ୍ତିକ ଶିକ୍ଷାଦାନ ହେବ। ସମ୍ପୃକ୍ତ ଶିକ୍ଷକମାନଙ୍କୁ ସକାଳ ୮ଟାରୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ପଡ଼ିିବ। ତେଣୁ ସେମାନେ ମାନସିକ ସ୍ତରରେ ଭାରାକ୍ରାନ୍ତ ହୋଇପଡ଼ିବେ ବୋଲି ଓଷ୍ଟା ଖୋର୍ଦ୍ଧା ଜିଲା ସମ୍ପାଦକ ସୁଧାକର ମହାପାତ୍ର କହିଛନ୍ତି। ଶିକ୍ଷକମାନେ ମାନସିକ ଚାପରେ ରହିଲେ ଶିକ୍ଷାଦାନ ବ୍ୟାହତ ହେବ। ଏହାକୁ ଦୃଷ୍ଟିରେ ରଖି ରବିବାର ପାଠପଢା ବନ୍ଦ ରଖାଯାଉ। ଯେଉଁଠି ଅଧିକ ଶ୍ରେଣୀ କୋଠରିକର ସୁବିଧା ଅଛି, ସେଠାରେ ଗୋଟିଏ ସିଟିଂ କରାଯାଉ ବୋଲି ମହାପାତ୍ର ମତ ରଖିଛନ୍ତି। ଅନ୍ୟପକ୍ଷରେ ନିର୍ଦ୍ଧାରିତ ସମୟ ସୁଦ୍ଧା ଦଶମ ଶ୍ରେଣୀ ପିଲାଙ୍କ ୧୦୦ ଦିନିଆ ପାଠ୍ୟକ୍ରମ ଶେଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ନେଇ ଡିଇଓ ବନ୍ଦନା ମହାପାତ୍ର କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗାଇଡ୍‌ ଲାଇନ ଅନୁଯାୟୀ ଜିଲାରେ ପାଠପଢା ଚାଲିଛି। ଶିକ୍ଷାଦାନରେ ଯେପରି କୌଣସି ଅସୁବିଧା ନ ହେବ ସେଥିଲାଗି ଅନ୍ୟ ଶିକ୍ଷକଙ୍କୁ ନିୟୋଜିତ କରାଯାଉଛି। ଏହା ମାନସିକ ଚାପ ଉଦ୍ଦେଶ୍ୟରେ ନୁହେଁ, ବରଂ ଦଶମଶ୍ରେଣୀ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତଥା ଧାର୍ଯ୍ୟ ସମୟ ପୂର୍ବରୁ ପାଠ୍ୟକ୍ରମ ସାରିବା
ନିମନ୍ତେ ଏଭଳି ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri