ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା

ଇସଲାମାବାଦ୍‌,୨୭।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ‘ଆଜାଦୀ ମାର୍ଚ୍ଚ’ ଯୋଗୁ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଇମ୍ରାନ ଏକ ବଡ ସମାବେଶ କରି କହିଛନ୍ତି ଯେ,ସରକାରଙ୍କ ସହ ତାଙ୍କର କୌଣସି ଚୁକ୍ତିନାମା ହୋଇନାହିଁ। ନିର୍ବାଚନ ତାରିଖ ଘୋଷଣା କରିବାକୁ ସେ ସରକାରଙ୍କୁ ୬ ଦିନର ଅଲ୍ଟିମେଟମ ଦେଇଛନ୍ତି। ଏହି ସମୟରେ, ସମ୍ବିଧାନର ଧାରା ୨୪୫ ଅନୁଯାୟୀ ରାଜଧାନୀର ରେଡ ଜୋନ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ସରକାରଙ୍କୁ ସେ ଆହ୍ବାନ କରିଛନ୍ତି। ଇମ୍ରାନଙ୍କ ପଦଯାତ୍ରା ଇସଲାମାବାଦରେ ପହଞ୍ଚିଛି। ସମଗ୍ର ରାଜଧାନୀରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟର ସୁରକ୍ଷା ପାଇଁ ସେନା ମୁତୟନ କରାଯାଇଛି।
ବୁଧବାର ବିଳମ୍ବିତ ରାତିରେ ଇସଲାମାବାଦ ଅଗ୍ନିକାଣ୍ଡ ଓ ବିଶୃଙ୍ଖଳା ପରିସ୍ଥିତିରେ ସୃଷ୍ଟି ଥିଲା। ପିଟିଆଇ କାର୍ଯ୍ୟକର୍ତ୍ତାମାନେ ମେଟ୍ରୋ ଷ୍ଟେଶନରେ ନିଆଁ ଲଗାଇ ଦେଇଛନ୍ତି। ଗୁରୁବାର ଇମ୍ରାନ ଇସଲାମାବାଦରେ ପହଞ୍ଚିବା ପରେ ତାଙ୍କ କାର୍ଯ୍ୟକର୍ତ୍ତାମାନେ ପୋଲିସ ସହ ସଂଘର୍ଷ କରିଥିଲେ। ଏହି ସଂଘର୍ଷରେ ଅନେକ ଲୋକ ଆହତ ହୋଇଥିବା ଖବର ରହିଛି। ଏପର୍ଯ୍ୟନ୍ତ ପିଟିଆଇ ୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି।

Share