Posted inଜାତୀୟ

ବ୍ଲାକ୍‌ ଆଉଟ୍‌ ଆଶଙ୍କା

ନୂଆଦିଲ୍ଲୀ/ ଭୁବନେଶ୍ୱର,୧୧।୧୦ (ବ୍ୟୁରୋ): ଦେଶର ପ୍ରାୟ ୭୦% ବିଦ୍ୟୁତ୍‌ ଚାହିଦା କୋଇଲାରୁ ପୂରଣ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ପାଓ୍ବାର ପ୍ଲାଣ୍ଟଗୁଡ଼ିକ ସାଧାରଣତଃ ୧୫ରୁ ୩୦ ଦିନ ପାଇଁ କୋଇଲା ଗଚ୍ଛିତ ରଖିଥାଆନ୍ତି। କିନ୍ତୁ ବର୍ତ୍ତମାନ ସ୍ଥିତିରେ କୋଇଲା ଖଣିଗୁଡ଼ିକରେ ପାଣି ଜମିଯାଇଥିବାରୁ ଉତ୍ତୋଳନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଦେଶର ୧୩୫ ପାଓ୍ବାର ପ୍ଲାଣ୍ଟରେ ମହଜୁଦ ଥିବା କୋଇଲା ଦିନେ କି ଦୁଇଦିନରେ ଶେଷ ହୋଇଯିବ। ଏଥିଯୋଗୁ ଆଗକୁ ଅନେକ ରାଜ୍ୟରେ ବିଦ୍ୟୁତ୍‌ ସଙ୍କଟ ଘନେଇବା ଆଶଙ୍କା କରାଯାଉଛି। କେନ୍ଦ୍ରୀୟ ବିଦ୍ୟୁତ୍‌ ପ୍ରାଧିକରଣ (ସିଇଏ) ଏହି ବିଷୟ ସ୍ବୀକାର କରିଥିବାବେଳେ କେନ୍ଦ୍ର ସରକାର ପର୍ଯ୍ୟାପ୍ତ କୋଇଲା ମହଜୁଦ ଥିବା କହୁଛନ୍ତି। କେନ୍ଦ୍ରର ଏହି ଦୃଢ଼ୋକ୍ତିକୁ ଦେଖି ବିରୋଧୀ କହିଲେଣି, କରୋନା ମହାମାରୀର ଦ୍ୱିତୀୟ ଲହରରେ ଅମ୍ଳଜାନ ସଙ୍କଟ ଯୋଗୁ ଲୋକେ ମରୁଥିବାବେଳେ ମଧ୍ୟ ପର୍ଯ୍ୟାପ୍ତ ଅକ୍ସିଜେନ ସିଲିଣ୍ଡର ମହଜୁଦ ଥିବା କେନ୍ଦ୍ର କହୁଥିଲା। ସାମ୍ପ୍ରତିକ ସ୍ଥିତିରେ କୋଇଲାକୁ ନେଇ କେନ୍ଦ୍ର କେତେ ସତ କହୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୯ ଅଗଷ୍ଟ ଓ ସେପ୍ଟେମ୍ବର ତୁଳନାରେ ବିଗତ ୨ ମାସ ମଧ୍ୟରେ ଭାରତରେ ବିଦ୍ୟୁତ୍‌ ବ୍ୟବହାର ୧୭% ବୃଦ୍ଧି ପାଇଛି। ବିଦ୍ୟୁତ୍‌ ଉତ୍ପାଦନ ପାଇଁ ରାଜ୍ୟଗୁଡ଼ିକ କୋଇଲା ଉପରେ ନିର୍ଭରଶୀଳ ହେଉଥିବାରୁ ଆଗକୁ ଅଚଳାବସ୍ଥା ଦେଖାଦେଇପାରେ। କାରଣ ଅଧିକାଂଶ ପାଓ୍ବାର ଷ୍ଟେଶନରେ କୋଇଲା ଶେଷ ହୋଇଯାଇଥିବାବେଳେ ଅନ୍ୟ କେତେକ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥା ପାଖରେ ଗଚ୍ଛିତ ଥିବା କୋଇଲା ଦିନେ କି ଦୁଇଦିନ ଯିବ ବୋଲି ଜଣାପଡ଼ିଛି। ବିଶେଷକରି ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ ଓ ତାମିଲନାଡୁରେ ସ୍ଥିତି ଅତି ଖରାପ ଆଡ଼କୁ ଗତି କରିବାରେ ଲାଗିଛି। ଏପରି କି ଓଡ଼ିଶାର ଶିଳ୍ପ ଜଗତ ମଧ୍ୟ କୋଇଲା ସଙ୍କଟଜନିତ ଅସୁବିଧା ଭୋଗିପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଏସବୁ ଭିତରେ କେନ୍ଦ୍ର ସରକାର କୋଇଲାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା କହି ଆଦୌ ଚିନ୍ତିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି।
ମୌସୁମୀ ସମୟରେ ବର୍ଷା ଓ ବନ୍ୟା ଯୋଗୁ କୋଇଲା ଖଣିଗୁଡ଼ିକରେ ପାଣି ଜମିଯାଇଛି। ଏଥିଯୋଗୁ କୋଇଲା ଉତ୍ପାଦନ ହ୍ରାସ ପାଇଥିବାବେଳେ ଏହାର ଦାମ୍‌ ବଢ଼ିବାରେ ଲାଗିଛି। ଫଳରେ ତାପଜ ବିଦ୍ୟୁତ୍‌ ପ୍ଳାଣ୍ଟଗୁଡ଼ିକ ବାଧ୍ୟ ହୋଇ ଚଢ଼ାଦରରେ କୋଇଲା କିଣୁଛନ୍ତି ଓ ସେମାନଙ୍କ ଉତ୍ପାଦନ କ୍ଷମତାକୁ ଅଧାରେ ସୀମିତି କରିଦେଇଛନ୍ତି। ଏସବୁ ଭିତରେ ଆର୍ଥିକ ଗତିବିଧି ପାଇଁ କଳାହୀରାର ଚାହିଦା ବଢ଼ିବାରେ ଲାଗିଥିବାରୁ ଦେଶରେ କୋଇଲାକୁ ନେଇ ବଡ଼ଧରଣର ସଙ୍କଟ ସୃଷ୍ଟି ହୋଇଛି। ଏହାର ପ୍ରଭାବ ସବୁଠି ଅନୁଭୂତ ହେଲାଣି। ବହୁ ପାଓ୍ବାର ପ୍ଲାଣ୍ଟରେ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଲାଣି। ଏହାକୁ ନେଇ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସହ ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଓ ତାମିଲନାଡୁ ସମେତ ଅନେକ ରାଜ୍ୟରେ ସମ୍ପୂର୍ଣ୍ଣ ବ୍ଲାକ୍‌ ଆଉଟ୍‌ ହୋଇପାରେ। ଏଥିପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ପାଓ୍ବାର ପ୍ଲାଣ୍ଟଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ କୋଇଲା ଯୋଗାଣ କରା ନ ଗଲେ ଆସନ୍ତା ଦିନେ କି ଦୁଇଦିନ ଭିତରେ ଜାତୀୟ ରାଜଧାନୀରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇପାରେ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ପଞ୍ଜାବ ସରକାର ମଧ୍ୟ ରାଜ୍ୟର ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡ଼ିକରେ କୋଇଲା ନ ଥିବାରୁ ଅନେକ ସ୍ଥାନରେ ରୋଟେଶନ ଭିତ୍ତିରେ ଲୋଡ୍‌ ଶେଡିଂ ଆରମ୍ଭ କରିଛନ୍ତି। ଗଚ୍ଛିତ ଥିବା କୋଇଲା ୫ ଦିନ ଭିତରେ ଶେଷ ହୋଇଯିବ ବୋଲି ପଞ୍ଜାବ ଷ୍ଟେଟ୍‌ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ର ଜଣେ ଅଧିକାରୀ କହିଛନ୍ତି। ତେବେ ଅନ୍ତର୍ଜାତୀୟ ବଜାରରେ କୋଇଲା ଦର ବୃଦ୍ଧି ପାଇଥିବାରୁ ପର୍ଯ୍ୟାପ୍ତ କୋଇଲା ଉପଲବ୍ଧ ହେଉନାହିଁ ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି। କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂ କହିଛନ୍ତି, କୋଇଲା ଅଭାବ ଥିବା ନେଇ ଅନାବଶ୍ୟକ ଭାବେ ଲୋକଙ୍କୁ ଭୟଭୀତ କରାଯାଉଛି। ଗେଲ୍‌ ଓ ଟାଟା ମଧ୍ୟରେ ଭୁଲ୍‌ ଯୋଗାଯୋଗ ଯୋଗୁ ଏପରି ହୋଇଥିବା ସେ ପ୍ରକାଶ କରିଛନ୍ତି। ଶକ୍ତିମନ୍ତ୍ରୀଙ୍କ ମତରେ ଭାରତରେ ଆହୁରି ୪ ଦିନ ପାଇଁ କୋଇଲା ମହଜୁଦ ରହିଛି। କିନ୍ତୁ ବିଦ୍ୟୁତ୍‌ ଶକ୍ତି ପର୍ଯ୍ୟାପ୍ତ ରହିଛି।
ତେଣୁ ଆମେ ସାରା ଦେଶକୁ ବିଦ୍ୟୁତ୍‌ ଯୋଗାଉଛୁ। ଯେଉଁ ରାଜ୍ୟ ଆବଶ୍ୟକ କରିବ ଆମକୁ ରିକ୍ୟୁଜିଶନ କଲେ ଆମେ ବିଦ୍ୟୁତ୍‌ ଯୋଗାଇଦେବୁ ବୋଲି ଶକ୍ତିମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି, ମହଜୁଦ ଥିବା କୋଇଲାର ପରିମାଣକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଦାୟିତ୍ୱହୀନ। କୋଭିଡ୍‌-୧୯ର ଦ୍ୱିତୀୟ ଲହର ବେଳେ ଦେଶରେ ଅକ୍ସିଜେନ ସଙ୍କଟ ଦେଖାଦେଇଥିଲା। ସେତେବେଳେ ବି କେନ୍ଦ୍ର ସରକାର ଏଭଳି ଦୃଢ଼ୋକ୍ତି ବାଢ଼ୁଥିଲେ। ଅମ୍ଳଜାନ ସଙ୍କଟ ନାହିଁ ବୋଲି କହୁଥିଲେ। ଆଜି କୋଇଲା ସଙ୍କଟ ସୃଷ୍ଟି ହୋଇଥିବାବେଳେ ବାସ୍ତବତାକୁ ସ୍ବୀକାର କରୁନାହାନ୍ତି।
ଓଡ଼ିଶାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଲାଣି। ଗତ ସେପ୍ଟେମ୍ବରରେ ରାଜ୍ୟରେ ବିଦ୍ୟୁତ୍‌ ଚାହିଦା ୫୦୬୨ ମେଗା ଓ୍ବାଟ୍‌ ଥିବାବେଳେ ଅକ୍ଟୋବର ୧୦ ରବିବାର ସୁଦ୍ଧା ଏହା ୫୩୪୪ ମେଗା ଓ୍ବାଟ୍‌କୁ ବୃଦ୍ଧି ପାଇଛି। ଫଳରେ ପାର୍ବଣ ବେଳେ ପାଓ୍ବାର କଟ୍‌ ହେବା ଆଶଙ୍କା ପ୍ରକାଶ ପାଇଛି। ଓଡ଼ିଶା ଭଳି ପର୍ଯ୍ୟାପ୍ତ କୋଇଲା ଖଣି ଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଛି। କୋଇଲା ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ୨୦୨୧ ଅଗଷ୍ଟରେ କୋଇଲା ଉତ୍ପାଦନ ୫୩ ନିୟୁତ ନିୟୁତ ଟନ୍‌ ଥିବାବେଳେ ସେପ୍ଟେମ୍ବର ବେଳକୁ ୪ ପ୍ରତିଶତ ହ୍ରାସ ପାଇ ୫୧.୭ ନିୟୁତ ଟନ୍‌କୁ ହ୍ରାସ ପାଇଥିଲା। ଚଳିତ ଅକ୍ଟୋବରରେ କୋଇଲା ଉତ୍ପାଦନ ବହୁଳ ଭାବେ ପ୍ରଭାବିତ ହୋଇଛି। ଏହାସତ୍ତ୍ୱେ ସେପ୍ଟେମ୍ବରରେ ବିଦ୍ୟୁତ୍‌ ବ୍ୟବହାର ୧୨୪ ବିଲିୟନ୍‌ ୟୁନିଟକୁ ବୃଦ୍ଧି ପାଇଛି। ଏସବୁ ଭିତରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଭବିଷ୍ୟବାଣୀ କରିଛି ଯେ, ଦେଶରେ ଅକ୍ଟୋବରରେ ବିଦ୍ୟୁତ୍‌ ଚାହିଦା ୨୦୦ ଗିଗାଓ୍ବାଟ୍‌କୁ ବୃଦ୍ଧି ପାଇବ, ଯହାକି ସେପ୍ଟେମ୍ବରରେ ୧୯୦ ଗିଗାଓ୍ବାଟ୍‌ ଥିଲା। ବଙ୍ଗୋପସାଗରରେ ଲଘୁଚାପ ଘନେଇଲେ ସାମୁଦ୍ରିକ ଝଡ଼ ସୃଷ୍ଟି ହେବା ଆଶଙ୍କା ଥିବାରୁ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହୋଇପାରେ। ଏପରି ହେଲେ କୋଇଲା ଉତ୍ତୋଳନ ଆହୁରି ବାଧାପ୍ରାପ୍ତ ହେବ। ଏଥିଲାଗି ବିଦ୍ୟୁତ୍‌ ନିଅଣ୍ଟ ହେବା ଜଳଜଳ ଦିଶୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri