ଦେଶରେ ତୃତୀୟ ଲହର ଆସିବା ଆଶଙ୍କା କମ୍‌…

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଏନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ, ଦେଶରେ କରୋନାର ତୃତୀୟ ଲହର ଆସିବା କମ୍‌ ରହିଛି। ଦେଶରେ ସୁସ୍ଥତା ହାର ଇତି ମଧ୍ୟରେ ୯୮.୩୩ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଗତ ବର୍ଷ ମାର୍ଚ୍ଚରୁ ସର୍ବାଧିକ ସ୍ତର ବୋଲି ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି। ଏହି ସମୟ ମଧ୍ୟରେ, କରୋନା ଟିକାକରଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୧୮ କୋଟିରୁ ଅଧିକ କରୋନା ଟିକା ଦିଆଯାଉଛି ଏବଂ ଖୁବ ଶୀଘ୍ର ଏହି ସଂଖ୍ୟା ୧୨୦ କୋଟି ଅତିକ୍ରମ କରିବ ବୋଲି ଆଶା କରାଯାଉଛି।

ପ୍ରଥମ ଏବଂ ଦ୍ୱିତୀୟ ଲହର ପରି ଦେଶରେ କରୋନାର ତୃତୀୟ ଲହର ଆସିବାର ବହୁତ କମ ଆଶଙ୍କା ଅଛି ବୋଲି ରଣଦୀପ୍‌ କହିଛନ୍ତି। ସେ କହିଛନ୍ତି ଯେ, ଯେଉଁଭଳି ଭାବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି, ସେଥିରୁ ସ୍ପଷ୍ଟ ଯେ ଲୋକମାନେ ଟିକା ନେବା ଦ୍ୱାରା ସୁରକ୍ଷିତ ଅଛନ୍ତି ଏବଂ ବର୍ତ୍ତମାନ ସମୟରେ କରୋନାର ବୁଷ୍ଟର ଡୋଜ ର ଆବଶ୍ୟକତା ନାହିଁ।

ଆଇସିଏମଆର ନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବଙ୍କ ପୁସ୍ତକ ‘ଗୋଇଙ୍ଗ ଭାଇରାଲ: ମେକିଂ ଅଫ କୋଭାକ୍ସିନ – ଦି ଇନ୍ସାଇଡ ଷ୍ଟୋରୀ’ର ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ରଣଦୀପ୍‌ ଏଭଳି କହିଛନ୍ତି।

ଡକ୍ଟର ଗୁଲେରିଆ କହିଛନ୍ତି ଯେ ଟିକାକରଣର ପ୍ରଭାବରେ ସଂକ୍ରମର ସଂଖ୍ୟା କମୁଛି ଫଳରେ ହସ୍ପିଟାଲ ଉପରେ ଚାପ ହ୍ରାସ ପାଇଛି। ସଂକ୍ରମଣର ଗତି ଯେପରି ବନ୍ଦ ହୋଇଯାଇଛି, ପ୍ରତିଦିନ ତୃତୀୟ ଲହରର ଭୟ କମିବାରେ ଲାଗିଛି।

ସେ କହିଛନ୍ତି ଯେ ଯଦି ବା ତୃତୀୟ ଆସିବ ତେବେ ଏହା ପ୍ରଥମ ଏବଂ ଦ୍ୱିତୀୟ ଲହର ଭଳି ବିପଜ୍ଜନକ ହୋଇ ନ ପାରେ।

ସେ କହିଛନ୍ତି ଯେ ସମୟ ବିତିବା ସହିତ ଏହି ମହାମାରୀ ଏକ ରୋଗରେ ପରିଣତ ହେବ। କିନ୍ତୁ ଏହାର ସାଂଘାତିକ ସ୍ଥିତି ହ୍ରାସ ପାଇବ।

ବୁଷ୍ଟର୍‌ ଡୋଜ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ବର୍ତ୍ତମାନ ମାମଲା ଯେପରି ହ୍ରାସ ପାଇବାରେ ଲାଗିଛି, ଦେଶରେ ବୁଷ୍ଟର୍‌ ଡୋଜ କିମ୍ବା ତୃତୀୟ ଡୋଜ କରୋନା ଟିକା ନେବାର କୌଣସି ଆବଶ୍ୟକତା ନାହିଁ।

Share