ତୃତୀୟ ଲହର ଆସିବା ଆଶଙ୍କା କ୍ଷୀଣ !…

ନୂଆଦିଲ୍ଲୀ,୧୯।୧୦: ଦେଶରେ ଧୀରେ ଧୀରେ କରୋନା ମହାମାରୀ ଆତଙ୍କ କମିବାରେ ଲାଗିଛି। ପୂର୍ବରୁ ତୃତୀୟ ଲହର ଆସିବା ନେଇ କୁହାଯାଉଥିଲା। ମାତ୍ର ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମୁଥିବାରୁ ତୃତୀୟ ଲହର ଆଶଙ୍କା ଆସିବାର ଆଶଙ୍କା କ୍ଷୀଣ ହେବାରେ ଲାଗିଛି। ଦେଶରେ କରୋନା ସୁସ୍ଥତା ହାର ୯୮.୧୨ ପ୍ରତିଶତ ରହିଛି। ସେହିପରି ସାପ୍ତାହିକ ସଂକ୍ରମଣ ହାର ୧.୫୬ ପ୍ରତିଶତ ଅଛି।

ଅପରପକ୍ଷରେ ସକ୍ରିୟ ମାମଲା ୦.୫୪ ପ୍ରତିଶତରେ ପହଞ୍ଚିଛି। ଦୈନିକ ସଂକ୍ରମଣ ହାର ୧.୧୧ ପ୍ରତିଶତ ଛୁଇଁଛି। ଗତ ୫୦ ଦିନ ମଧ୍ୟରେ ଏହା ସର୍ବନିମ୍ନ ବୋଲି ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି। ସେହିପରି ଇତିମଧ୍ୟରେ ଦେଶରେ ୯୮ କୋଟି ୬୭ ଲକ୍ଷ ୬୯ ହଜାର ୪୧୧ ଜଣଙ୍କୁ ଟିକାଦାନ ସରିଛି। ଚଳିତ ସପ୍ତାହରେ ଟିକାକରଣ ୧୦୦ କୋଟିରେ ପହଞ୍ଚି ଇତିହାସ ରଚିବାରେ ଆଶା ରହିଛି।

Share