Categories: ବାଣିଜ୍ୟ

କନ୍ଦାଇପାରେ ଦରଦାମ ବୃଦ୍ଧି

ନୂଆଦିଲ୍ଲୀ,୨୬।୭: କରୋନା ପାଇଁ ଲାଗୁ ହୋଇଥିବା କଟକଣା ଧୀରେ ଧୀରେ କୋହଳ ହେଉଛି। ହେଲେ ଦେଶର କଳକାରଖାନାଗୁଡ଼ିକରେ ଉତ୍ପାଦନ ହେଉକି କରୋନା ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ସମଗ୍ର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଟ୍ରାକ୍‌କୁ ଫେରିପାରିନାହିଁ। ଏଭଳି ସ୍ଥିତିରେ ଚାହିଦା ମଧ୍ୟ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଦୈନଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀ ଦର ବୃଦ୍ଧି ହେବା ନେଇ ଆଶଙ୍କା କରାଯାଇଛି। ଏଭଳି ସ୍ଥିତି ଆସିଲେ ଏହା ଲୋକଙ୍କର ଚିନ୍ତାକୁ ବଢ଼ାଇପାରେ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଖୁଚୁରା ମୁଦ୍ରାସ୍ଫୀତି ୭%ରୁ ଅଧିକ ହୋଇପାରେ। ଜୁନ ୨୦୨୦ରେ ଉପଭୋକ୍ତା ମୂଲ୍ୟସୂଚୀ ଆଧାରିତ ମୁଦ୍ରାସ୍ଫୀତି ୬.୦୯% ସ୍ତରରେ ରହିଛି। ଖୁବ୍‌ ସ୍ବଳ୍ପ ଡାଟାକୁ ନେଇ ଏଭଳି ଆକଳନ କରାଯାଇଥିବା ନିକଟରେ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ଦେଶର କଳକାରଖାନାଗୁଡିକ ବର୍ତ୍ତମାନ ଅଧା କ୍ଷମତା ସହ ଚାଲୁଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୯.୫% ଖସିପାରେ ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

Share