ଅବହେଳାରୁ ଖାଇବାତେଲ ଦର ବୃଦ୍ଧି

ଭୁବନେଶ୍ୱର, ୨୭।୫ (ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ପରେ ଏବେ ଖାଇବା ତେଲର ଲଗାତର ଦରବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି। କିଛି ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାର ତୁଳନାରେ ଭାରତରେ ଖାଇବା ତେଲ ମୂଲ୍ୟ ଅହେତୁକ ଭାବେ ବଢ଼ିଛି। ଏହି ଦରବୃଦ୍ଧି ସମସ୍ୟାକୁ ନେଇ କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଚିନ୍ତା ପ୍ରକଟ କରିଛି। ବିଭାଗ ପକ୍ଷରୁ ଉକ୍ତ ପ୍ରସଙ୍ଗରେ ସୋମବାର ସମସ୍ତ ପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଖାଇବା ତେଲ ଦର ନିୟନ୍ତ୍ରଣକୁ ଆଣିବା ଲାଗି ପଦକ୍ଷେପ ନେବାକୁ ରାଜ୍ୟ ଏବଂ ବ୍ୟବସାୟିକ ସଂସ୍ଥାଗୁଡିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦର ବୃଦ୍ଧି ପାଇଁ ଭାରତର ନୀତି ଦାୟୀ। କାରଣ ଆମଦାନୀ ପରେ ଗ୍ରାଇଣ୍ଡିଂ ଖର୍ଚ୍ଚ ଏବଂ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବାବଦ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ଆଦୌ ଧ୍ୟାନ ଦେଉନାହାନ୍ତି। ଯେଉଁମାନେ ଆମଦାନୀ କରୁଛନ୍ତି, ସେମାନେ ଏକଚାଟିଆ ନୀତି ଆପଣାଉଛନ୍ତି। ଫଳରେ କେତେଜଣ ବ୍ୟବସାୟୀ ଏବଂ କମ୍ପାନୀ ଏହା ଦ୍ୱାରା ଲାଭବାନ୍‌ ହେଉଥିବାବେଳେ ସାଧାରଣ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ଏଥିରେ ହସ୍ତକ୍ଷେପ କରି ରପ୍ତାନି କରୁ୍‌ଥିବା ଦେଶଗୁଡ଼ିକ ସହ ଆଲୋଚନା ଦ୍ୱାରା କିଛି ମାତ୍ରାରେ ଟିକସ କମାଇ ପାରିଲେ ଏହାର ଲାଭ ସିଧାସଳଖ ଖାଉଟିଙ୍କୁ ମିଳିପାରନ୍ତା।
ରୋଷେଇରେ ବ୍ୟବହୃତ ବାଦାମ, ସୋରିଷ, ବନସ୍ପତି, ସୋୟା, ସନ୍‌ଫ୍ଲାଓ୍ବାର ଏବଂ ପାମ୍‌ ଭଳି ତେଲର ମାସିକ ହାରାହାରି ଖୁଚୁରା ଦର ମେ’ରେ ୧୧ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଥିବା ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି। କରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ଆର୍ଥତ୍କ କାର୍ଯ୍ୟକଳାପ ଉପରେ ଏହାର ଗଭୀର ପ୍ରଭାବ ପରିଲକ୍ଷିତ ହୋଇଛି। ଏଭଳି ସ୍ଥିତିରେ ଦୈନନ୍ଦିନ ବ୍ୟବହାରରେ ଆସୁଥିବା ଖାଇବା ତେଲର ଦରବୃଦ୍ଧି ଘଟି ରେକର୍ଡ ସ୍ତର ଛୁଇଁଛି। ଦେଶରେ ମୋଟ ଖାଇବା ତେଲ ଆବଶ୍ୟକତାରୁ ପ୍ରାୟ ୬୦% ବିଦେଶରୁ ଆମଦାନୀ କରି ପୂରଣ କରାଯାଇଥାଏ। ବିଦେଶ ବଜାରରେ ତେଲ ଦର ଉଚ୍ଚ ରହିଲେ ଏହାର ପ୍ରଭାବ ଘରୋଇ ବଜାର ଉପରେ ସଙ୍ଗେ ସଙ୍ଗେ ପଡୁଛି। ଏଭଳି ସ୍ଥିତିରେ ଭାରତକୁ ତେଲ ରପ୍ତାନି କରୁଥିବା ଦେଶଗୁଡ଼ିକ ଉଚ୍ଚ ଟିକସ ଲାଗୁ କରୁଥିବା ଦେଖାଯାଉଛି। କେନ୍ଦ୍ର ସରକାର ମଧ୍ୟ ଏଥିରେ ଲାଗୁ କରୁଥିବା ଉଚ୍ଚ ହାରର ଆମଦାନୀ ଟିକସ ଯୋଗୁ ଦର ଉଚ୍ଚରେ ରହୁଛି। ପୂର୍ବରୁ ଆକାଶଛୁଆଁ ଇନ୍ଧନ ତେଲ ଦରକୁ ନେଇ ଅତିଷ୍ଠ ହୋଇପଡ଼ିଥିବା ସାଧାରଣ ଖାଉଟିଙ୍କ ପକେଟକୁ ଏହା ଅଧିକ ଗରମ କରିଛି। ଭୁବନେଶ୍ୱରରେ ଗତ ମାସରେ ସୋରିଷ ତେଲ ଲିଟର ପିଛା ୧୫୫ରୁ ୧୬୫ ଟଙ୍କା ରହିଥିବାବେଳେ ଏବେ ଏହା ୧୭୫ରୁ ୧୯୩ ଟଙ୍କା ରହିଛି। ସେହିପରି ସନ୍‌ଫ୍ଲାଓ୍ବାର ତେଲ ଲିଟର ପିଛା ୧୪୦ରୁ ୧୬୫ ମଧ୍ୟରେ ପୂର୍ବରୁ ବିକ୍ରି ହେଉଥିବାବେଳେ ଏବେ ୧୫୦ରୁ ୧୭୫ରେ ବିକ୍ରି ହେଉଛି। ବାଦାମ ତେଲ ଦର ମଧ୍ୟ ବୃଦ୍ଧି ଘଟିଛି। ଗତ ମାସରେ ବାଦାମ ତେଲ ଲିଟର ପିଛା ୧୭୦ରେ ବିକ୍ରି ହେଉଥିବାବେଳେ ଏବେ ୧୮୦, ପାମୋଲିନ୍‌ ତେଲ ୧୧୫ରୁ ଏବେ ୧୩୫ ଏବଂ ବନସ୍ପତି ୧୨୫ରୁ ୧୪୦କୁ ବୃଦ୍ଧି ଘଟିଛି। ଭୁବନେଶ୍ୱର ୧ନମ୍ବର ହାଟରେ ଦୋକାନ କରିଥିବା ବ୍ୟବସାୟୀ ଏ. ଦିନେଶ କୁମାର ପାତ୍ରଙ୍କ କହିବା ହେଲା, ସୋରିଷର ମୂଲ୍ୟ ପୂର୍ବାପେକ୍ଷା ସେତେ ବଢ଼ି ନ ଥିଲେ ମଧ୍ୟ କମ୍ପାନୀଗୁଡ଼ିକ ଲାଭଖୋର ମନୋବୃତ୍ତି ନେଇ ସୋରିଷ ତେଲ ମୂଲ୍ୟ ଆଶାତୀତ ବୃଦ୍ଧି କରି ଗ୍ରାହକଙ୍କୁ ଲୁଟୁଛନ୍ତି। ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ମାସିକ ପ୍ରାୟ ୫୦ ହଜାର ଟନ୍‌ ଖାଇବା ତେଲ ବ୍ୟବହାର ହୋଇଥାଏ। ଏହା ବାର୍ଷିକ ଭିତ୍ତିରେ ୬ ଲକ୍ଷ ଟନ୍‌ ହେବ। ରାଜ୍ୟ ସ୍ତରରେ ମଧ୍ୟ ତେଲ ଉତ୍ପାଦନକୁ ଗୁରୁତ୍ୱ ମିଳିବା ଜରୁରୀ। ଏକଦା ଓଡ଼ିଶା ତୈଳବୀଜ ଶସ୍ୟ ଉତ୍ପାଦନରେ ଆଗରେ ରହୁଥିଲା। ଏବେ ସେହି ସ୍ଥିତି ନାହିଁ। ଏହି ଚାଷକୁ ସରକାର ପ୍ରୋତ୍ସାହିତ କଲେ ଏହାର ଲାଭ କୃଷକମାନେ ମଧ୍ୟ ପାଇପାରନ୍ତେ ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ଗତ ୨ ବର୍ଷ ହେବ କୋଭିଡ୍‌ ଯୋଗୁ ବଜାର ପ୍ରଭାବିତ ହୋଇ ରହିଥିବାରୁ ଖାଇବା ତେଲ ବିକ୍ରି ପ୍ରାୟ ୪୦% କମିଛି।
କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ମୁତାବକ, ମଙ୍ଗଳବାର ପ୍ୟାକେଜ୍‌ଡ ସୋରିଷ ତେଲର ମାସିକ ହାରାହାରି ଖୁଚୁରା ଦର ଲିଟର ପ୍ରତି ୧୬୪.୪୪ ଟଙ୍କା ଛୁଇଁଛି। ଗତ ବର୍ଷ ମେ’ ମାସରେ ଏହା ୧୧୮.୨୫ ଟଙ୍କା ସ୍ତରରେ ଥିବାବେଳେ ଚଳିତ ବର୍ଷ ଅଦ୍ୟାବଧି ଏହାର ଦର ୩୯% ଊର୍ଦ୍ଧ୍ୱରେ ରହିଛି। ଗତ ଏପ୍ରିଲରେ ସୋରିଷ ତେଲ ଲିଟର ପିଛା ୧୫୫.୩୯ ଟଙ୍କାରେ ବିକ୍ରି ହେଉଥିଲା। ୨୦୧୦ ମେ’ରେ ଏହି ତେଲ ଲିଟର ପିଛା ଦର ୬୩.୦୫ ଟଙ୍କା ଥିଲା। ଏହାବାଦ୍‌ ପାମ୍‌ ତେଲ ଦର ମଧ୍ୟ ଅହେତୁକ ଭାବେ ବଢ଼ିଛି। ଚଳିତ ମାସରେ ଏହି ତେଲର ଲିଟର ପିଛା ଦର ୧୩୧.୬୯ ଟଙ୍କା ଛୁଇଁଛି। ଗତ ବର୍ଷ ମେ’ ମାସରେ ଏହା ୮୮.୨୭ ଟଙ୍କାରେ ବିକ୍ରି ହେଉଥିବାବେଳେ ବର୍ତ୍ତମାନ ୪୯% ବୃଦ୍ଧି ଘଟିଛି। ଗତ ମାସରେ ମଧ୍ୟ ପାମ୍‌ ତେଲର ହାରାହାରି ଖୁଚୁରା ଦର ରେକର୍ଡ ସ୍ତରରେ ଥିଲା। ଚଳିତ ମାସରେ ବାଦାମ, ବନସ୍ପତିି, ସୋୟା ଏବଂ ସନ୍‌ଫ୍ଲାଓ୍ବାର ତେଲ ଲିଟର ପିଛା ଦର ଗତ ବର୍ଷ ସମାନ ସମୟ ତୁଳନାରେ ୧୯ରୁ ୫୨% ବୃଦ୍ଧି ପାଇଛି। ଏହି ତେଲଗୁଡ଼ିକର ଖୁଚୁରା ବଜାର ଦର ଯଥାକ୍ରମେ ୧୭୫.୫୫ ଟଙ୍କା, ୧୨୮.୭ ଟଙ୍କା, ୧୪୮.୨୭ ଟଙ୍କା ଏବଂ ୧୬୯.୫୪ ଟଙ୍କା ରହିଛି।
ଅନ୍ୟପକ୍ଷରେ ଖାଇବା ତେଲ ଉପରେ ଲାଗୁ ହେଉଥିବା ସେସ୍‌, ଜିଏସ୍‌ଟି ଏବଂ ଆମଦାନୀ ଟିକସ ହ୍ରାସ କରି ଖାଉଟିଙ୍କୁ ଆଶ୍ୱସ୍ତି ଦେବା ଉପରେ ସରକାର ଧ୍ୟାନ ଦିଅନ୍ତୁ। ବର୍ତ୍ତମାନ ଜରୁରୀ ସାମଗ୍ରୀ ଆଇନରେ ଯେଉଁ କୋହଳ ନୀତି ଗ୍ରହଣ କରାଯାଇଛି ତା’ର ଲାଭ ବହୁରାଷ୍ଟ୍ରୀୟ କମ୍ପାନୀ ନୁହେଁ, ବରଂ ସାଧାରଣ ଲୋକ କିଭଳି ପାଇବେ ସେ ନେଇ ସରକାର ବିଚାର କରିବା ଆବଶ୍ୟକ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି, ଏହି ଦରବୃଦ୍ଧି ଖାଉଟିଙ୍କ ଉପରେ ଚାପ ପକାଇଛି। ଦେଶର ଖାଇବା ତେଲ ଚାହିଦା ପୂରଣ କରିବା ଭଳି ଉତ୍ପାଦନ କ୍ଷମତା ନ ଥିବାରୁ ସବୁବେଳେ ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରିବାକୁ ପଡୁଛି। ବିଦେଶୀ ବଜାରରେ ତେଲ ଦର ଉଚ୍ଚରେ ରହିଲେ ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡୁଛି। ରାଜ୍ୟରେ ଗତ ୬ ମାସ ତଳେ ଖାଇବା ତେଲ ଯେଉଁ ଦରରେ ବିକ୍ରି ହେଉଥିଲା ତାହା ଏବେ ଦୁଇଗୁଣ ହୋଇଛି। କୋଭିଡ୍‌ ଯୋଗୁ ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ଲୋକଙ୍କର ଜୀବିକା ନାହିଁ। ଏଭଳି ସ୍ଥିତିରେ ଖାଉଟିଙ୍କ କ୍ରୟ କ୍ଷମତା ନ ଥିବା ବେଳେ ଏହି ଦରବୃଦ୍ଧି ରୋଷେଇ ଘରେ ସଙ୍କଟ ସୃଷ୍ଟି କରିଛି। ସରକାର ଧ୍ୟାନ ଦେଲେ ଖାଇବା ତେଳଦର ହ୍ରାସ ପାଇବା କଷ୍ଟକର ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri