ଅବହେଳାରୁ ଖାଇବାତେଲ ଦର ବୃଦ୍ଧି

ଭୁବନେଶ୍ୱର, ୨୭।୫ (ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ପରେ ଏବେ ଖାଇବା ତେଲର ଲଗାତର ଦରବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି। କିଛି ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାର ତୁଳନାରେ ଭାରତରେ ଖାଇବା ତେଲ ମୂଲ୍ୟ ଅହେତୁକ ଭାବେ ବଢ଼ିଛି। ଏହି ଦରବୃଦ୍ଧି ସମସ୍ୟାକୁ ନେଇ କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଚିନ୍ତା ପ୍ରକଟ କରିଛି। ବିଭାଗ ପକ୍ଷରୁ ଉକ୍ତ ପ୍ରସଙ୍ଗରେ ସୋମବାର ସମସ୍ତ ପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଖାଇବା ତେଲ ଦର ନିୟନ୍ତ୍ରଣକୁ ଆଣିବା ଲାଗି ପଦକ୍ଷେପ ନେବାକୁ ରାଜ୍ୟ ଏବଂ ବ୍ୟବସାୟିକ ସଂସ୍ଥାଗୁଡିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦର ବୃଦ୍ଧି ପାଇଁ ଭାରତର ନୀତି ଦାୟୀ। କାରଣ ଆମଦାନୀ ପରେ ଗ୍ରାଇଣ୍ଡିଂ ଖର୍ଚ୍ଚ ଏବଂ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବାବଦ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ଆଦୌ ଧ୍ୟାନ ଦେଉନାହାନ୍ତି। ଯେଉଁମାନେ ଆମଦାନୀ କରୁଛନ୍ତି, ସେମାନେ ଏକଚାଟିଆ ନୀତି ଆପଣାଉଛନ୍ତି। ଫଳରେ କେତେଜଣ ବ୍ୟବସାୟୀ ଏବଂ କମ୍ପାନୀ ଏହା ଦ୍ୱାରା ଲାଭବାନ୍‌ ହେଉଥିବାବେଳେ ସାଧାରଣ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ଏଥିରେ ହସ୍ତକ୍ଷେପ କରି ରପ୍ତାନି କରୁ୍‌ଥିବା ଦେଶଗୁଡ଼ିକ ସହ ଆଲୋଚନା ଦ୍ୱାରା କିଛି ମାତ୍ରାରେ ଟିକସ କମାଇ ପାରିଲେ ଏହାର ଲାଭ ସିଧାସଳଖ ଖାଉଟିଙ୍କୁ ମିଳିପାରନ୍ତା।
ରୋଷେଇରେ ବ୍ୟବହୃତ ବାଦାମ, ସୋରିଷ, ବନସ୍ପତି, ସୋୟା, ସନ୍‌ଫ୍ଲାଓ୍ବାର ଏବଂ ପାମ୍‌ ଭଳି ତେଲର ମାସିକ ହାରାହାରି ଖୁଚୁରା ଦର ମେ’ରେ ୧୧ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଥିବା ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି। କରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ଆର୍ଥତ୍କ କାର୍ଯ୍ୟକଳାପ ଉପରେ ଏହାର ଗଭୀର ପ୍ରଭାବ ପରିଲକ୍ଷିତ ହୋଇଛି। ଏଭଳି ସ୍ଥିତିରେ ଦୈନନ୍ଦିନ ବ୍ୟବହାରରେ ଆସୁଥିବା ଖାଇବା ତେଲର ଦରବୃଦ୍ଧି ଘଟି ରେକର୍ଡ ସ୍ତର ଛୁଇଁଛି। ଦେଶରେ ମୋଟ ଖାଇବା ତେଲ ଆବଶ୍ୟକତାରୁ ପ୍ରାୟ ୬୦% ବିଦେଶରୁ ଆମଦାନୀ କରି ପୂରଣ କରାଯାଇଥାଏ। ବିଦେଶ ବଜାରରେ ତେଲ ଦର ଉଚ୍ଚ ରହିଲେ ଏହାର ପ୍ରଭାବ ଘରୋଇ ବଜାର ଉପରେ ସଙ୍ଗେ ସଙ୍ଗେ ପଡୁଛି। ଏଭଳି ସ୍ଥିତିରେ ଭାରତକୁ ତେଲ ରପ୍ତାନି କରୁଥିବା ଦେଶଗୁଡ଼ିକ ଉଚ୍ଚ ଟିକସ ଲାଗୁ କରୁଥିବା ଦେଖାଯାଉଛି। କେନ୍ଦ୍ର ସରକାର ମଧ୍ୟ ଏଥିରେ ଲାଗୁ କରୁଥିବା ଉଚ୍ଚ ହାରର ଆମଦାନୀ ଟିକସ ଯୋଗୁ ଦର ଉଚ୍ଚରେ ରହୁଛି। ପୂର୍ବରୁ ଆକାଶଛୁଆଁ ଇନ୍ଧନ ତେଲ ଦରକୁ ନେଇ ଅତିଷ୍ଠ ହୋଇପଡ଼ିଥିବା ସାଧାରଣ ଖାଉଟିଙ୍କ ପକେଟକୁ ଏହା ଅଧିକ ଗରମ କରିଛି। ଭୁବନେଶ୍ୱରରେ ଗତ ମାସରେ ସୋରିଷ ତେଲ ଲିଟର ପିଛା ୧୫୫ରୁ ୧୬୫ ଟଙ୍କା ରହିଥିବାବେଳେ ଏବେ ଏହା ୧୭୫ରୁ ୧୯୩ ଟଙ୍କା ରହିଛି। ସେହିପରି ସନ୍‌ଫ୍ଲାଓ୍ବାର ତେଲ ଲିଟର ପିଛା ୧୪୦ରୁ ୧୬୫ ମଧ୍ୟରେ ପୂର୍ବରୁ ବିକ୍ରି ହେଉଥିବାବେଳେ ଏବେ ୧୫୦ରୁ ୧୭୫ରେ ବିକ୍ରି ହେଉଛି। ବାଦାମ ତେଲ ଦର ମଧ୍ୟ ବୃଦ୍ଧି ଘଟିଛି। ଗତ ମାସରେ ବାଦାମ ତେଲ ଲିଟର ପିଛା ୧୭୦ରେ ବିକ୍ରି ହେଉଥିବାବେଳେ ଏବେ ୧୮୦, ପାମୋଲିନ୍‌ ତେଲ ୧୧୫ରୁ ଏବେ ୧୩୫ ଏବଂ ବନସ୍ପତି ୧୨୫ରୁ ୧୪୦କୁ ବୃଦ୍ଧି ଘଟିଛି। ଭୁବନେଶ୍ୱର ୧ନମ୍ବର ହାଟରେ ଦୋକାନ କରିଥିବା ବ୍ୟବସାୟୀ ଏ. ଦିନେଶ କୁମାର ପାତ୍ରଙ୍କ କହିବା ହେଲା, ସୋରିଷର ମୂଲ୍ୟ ପୂର୍ବାପେକ୍ଷା ସେତେ ବଢ଼ି ନ ଥିଲେ ମଧ୍ୟ କମ୍ପାନୀଗୁଡ଼ିକ ଲାଭଖୋର ମନୋବୃତ୍ତି ନେଇ ସୋରିଷ ତେଲ ମୂଲ୍ୟ ଆଶାତୀତ ବୃଦ୍ଧି କରି ଗ୍ରାହକଙ୍କୁ ଲୁଟୁଛନ୍ତି। ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ମାସିକ ପ୍ରାୟ ୫୦ ହଜାର ଟନ୍‌ ଖାଇବା ତେଲ ବ୍ୟବହାର ହୋଇଥାଏ। ଏହା ବାର୍ଷିକ ଭିତ୍ତିରେ ୬ ଲକ୍ଷ ଟନ୍‌ ହେବ। ରାଜ୍ୟ ସ୍ତରରେ ମଧ୍ୟ ତେଲ ଉତ୍ପାଦନକୁ ଗୁରୁତ୍ୱ ମିଳିବା ଜରୁରୀ। ଏକଦା ଓଡ଼ିଶା ତୈଳବୀଜ ଶସ୍ୟ ଉତ୍ପାଦନରେ ଆଗରେ ରହୁଥିଲା। ଏବେ ସେହି ସ୍ଥିତି ନାହିଁ। ଏହି ଚାଷକୁ ସରକାର ପ୍ରୋତ୍ସାହିତ କଲେ ଏହାର ଲାଭ କୃଷକମାନେ ମଧ୍ୟ ପାଇପାରନ୍ତେ ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ଗତ ୨ ବର୍ଷ ହେବ କୋଭିଡ୍‌ ଯୋଗୁ ବଜାର ପ୍ରଭାବିତ ହୋଇ ରହିଥିବାରୁ ଖାଇବା ତେଲ ବିକ୍ରି ପ୍ରାୟ ୪୦% କମିଛି।
କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ମୁତାବକ, ମଙ୍ଗଳବାର ପ୍ୟାକେଜ୍‌ଡ ସୋରିଷ ତେଲର ମାସିକ ହାରାହାରି ଖୁଚୁରା ଦର ଲିଟର ପ୍ରତି ୧୬୪.୪୪ ଟଙ୍କା ଛୁଇଁଛି। ଗତ ବର୍ଷ ମେ’ ମାସରେ ଏହା ୧୧୮.୨୫ ଟଙ୍କା ସ୍ତରରେ ଥିବାବେଳେ ଚଳିତ ବର୍ଷ ଅଦ୍ୟାବଧି ଏହାର ଦର ୩୯% ଊର୍ଦ୍ଧ୍ୱରେ ରହିଛି। ଗତ ଏପ୍ରିଲରେ ସୋରିଷ ତେଲ ଲିଟର ପିଛା ୧୫୫.୩୯ ଟଙ୍କାରେ ବିକ୍ରି ହେଉଥିଲା। ୨୦୧୦ ମେ’ରେ ଏହି ତେଲ ଲିଟର ପିଛା ଦର ୬୩.୦୫ ଟଙ୍କା ଥିଲା। ଏହାବାଦ୍‌ ପାମ୍‌ ତେଲ ଦର ମଧ୍ୟ ଅହେତୁକ ଭାବେ ବଢ଼ିଛି। ଚଳିତ ମାସରେ ଏହି ତେଲର ଲିଟର ପିଛା ଦର ୧୩୧.୬୯ ଟଙ୍କା ଛୁଇଁଛି। ଗତ ବର୍ଷ ମେ’ ମାସରେ ଏହା ୮୮.୨୭ ଟଙ୍କାରେ ବିକ୍ରି ହେଉଥିବାବେଳେ ବର୍ତ୍ତମାନ ୪୯% ବୃଦ୍ଧି ଘଟିଛି। ଗତ ମାସରେ ମଧ୍ୟ ପାମ୍‌ ତେଲର ହାରାହାରି ଖୁଚୁରା ଦର ରେକର୍ଡ ସ୍ତରରେ ଥିଲା। ଚଳିତ ମାସରେ ବାଦାମ, ବନସ୍ପତିି, ସୋୟା ଏବଂ ସନ୍‌ଫ୍ଲାଓ୍ବାର ତେଲ ଲିଟର ପିଛା ଦର ଗତ ବର୍ଷ ସମାନ ସମୟ ତୁଳନାରେ ୧୯ରୁ ୫୨% ବୃଦ୍ଧି ପାଇଛି। ଏହି ତେଲଗୁଡ଼ିକର ଖୁଚୁରା ବଜାର ଦର ଯଥାକ୍ରମେ ୧୭୫.୫୫ ଟଙ୍କା, ୧୨୮.୭ ଟଙ୍କା, ୧୪୮.୨୭ ଟଙ୍କା ଏବଂ ୧୬୯.୫୪ ଟଙ୍କା ରହିଛି।
ଅନ୍ୟପକ୍ଷରେ ଖାଇବା ତେଲ ଉପରେ ଲାଗୁ ହେଉଥିବା ସେସ୍‌, ଜିଏସ୍‌ଟି ଏବଂ ଆମଦାନୀ ଟିକସ ହ୍ରାସ କରି ଖାଉଟିଙ୍କୁ ଆଶ୍ୱସ୍ତି ଦେବା ଉପରେ ସରକାର ଧ୍ୟାନ ଦିଅନ୍ତୁ। ବର୍ତ୍ତମାନ ଜରୁରୀ ସାମଗ୍ରୀ ଆଇନରେ ଯେଉଁ କୋହଳ ନୀତି ଗ୍ରହଣ କରାଯାଇଛି ତା’ର ଲାଭ ବହୁରାଷ୍ଟ୍ରୀୟ କମ୍ପାନୀ ନୁହେଁ, ବରଂ ସାଧାରଣ ଲୋକ କିଭଳି ପାଇବେ ସେ ନେଇ ସରକାର ବିଚାର କରିବା ଆବଶ୍ୟକ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି, ଏହି ଦରବୃଦ୍ଧି ଖାଉଟିଙ୍କ ଉପରେ ଚାପ ପକାଇଛି। ଦେଶର ଖାଇବା ତେଲ ଚାହିଦା ପୂରଣ କରିବା ଭଳି ଉତ୍ପାଦନ କ୍ଷମତା ନ ଥିବାରୁ ସବୁବେଳେ ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରିବାକୁ ପଡୁଛି। ବିଦେଶୀ ବଜାରରେ ତେଲ ଦର ଉଚ୍ଚରେ ରହିଲେ ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡୁଛି। ରାଜ୍ୟରେ ଗତ ୬ ମାସ ତଳେ ଖାଇବା ତେଲ ଯେଉଁ ଦରରେ ବିକ୍ରି ହେଉଥିଲା ତାହା ଏବେ ଦୁଇଗୁଣ ହୋଇଛି। କୋଭିଡ୍‌ ଯୋଗୁ ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ଲୋକଙ୍କର ଜୀବିକା ନାହିଁ। ଏଭଳି ସ୍ଥିତିରେ ଖାଉଟିଙ୍କ କ୍ରୟ କ୍ଷମତା ନ ଥିବା ବେଳେ ଏହି ଦରବୃଦ୍ଧି ରୋଷେଇ ଘରେ ସଙ୍କଟ ସୃଷ୍ଟି କରିଛି। ସରକାର ଧ୍ୟାନ ଦେଲେ ଖାଇବା ତେଳଦର ହ୍ରାସ ପାଇବା କଷ୍ଟକର ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri