କଥାରେ ଅଛି, “ଖରା ସହେ ତରୁ, ଖରା ସହେ ମେରୁ, ଖରା ସହେ ଚାଷୀ ଭାଇ, ଖରା ସହେ ଗୋରୁ।” ଏହି ଚାରି ମଧ୍ୟରୁ ମେରୁ ନିର୍ଜୀବ, ଗୋରୁ ଓ ତରୁ ସଜୀବ ହେଲେ ମଧ୍ୟ ସେମାନେ ଗ୍ରୀଷ୍ମ କଷ୍ଟ ପ୍ରକାଶ କରିବାକୁ ଅକ୍ଷମ। ପରନ୍ତୁ ଚାଷୀଭାଇ ଯେଉଁମାନେ ଶହଶହ ବର୍ଷ ହେବ ଗ୍ରୀଷ୍ମରେ ସନ୍ତୁଳିତ ହୋଇଥାନ୍ତି, ସେହିମାନେ ହିଁ ଗରିବ ଶ୍ରେଣୀଭୁକ୍ତ।
ଆଦିମ କାଳରେ ଗଛର ଫଳ ଓ ପଶୁ ଶିକାର କରି ପେଟ ନ ପୂରିବାରୁ ମଣିଷ କୃଷି ଉପରେ ନିର୍ଭର କଲା। କାଳକ୍ରମେ କୃଷକର ଆୟ ଉପରେ ରାଜା, ରାଜୁଡ଼ା ଆଖି ପକାଇଲେ। ଚତୁର ଲୋକମାନେ ସରକାରୀ ଜମିକୁ ହଡ଼ପ କରିନେଲେ। ସର୍ବଦା ଚିର ସହଚର ଦୈବୀଦୁର୍ବିପାକ ଯୋଗୁ ଗାଁ ମହାଜନଙ୍କ ପାଖରୁ କୃଷକମାନେ ସୁଧରେ ଟଙ୍କା ଆଣି ଜମି ବନ୍ଧକ ଦିଅନ୍ତି। ମୂଳ ଶୁଝି ନ ପାରି ସେହି ସମ୍ପତ୍ତିକୁ ବିକ୍ରି କରି ମହାଜନି ଶୁଝନ୍ତି ଅବା ମହାଜନର କଣ୍ଟ ପୂରିଗଲେ ସମ୍ପତ୍ତି ତାଙ୍କର ହୋଇଯାଏ। ଯେଉଁମାନେ କ୍ଷୁଦ୍ର ଚାଷୀ ସେମାନେ ନାମମାତ୍ର। ନାମମାତ୍ର ଚାଷୀ କୃଷି ଶ୍ରମିକ ହୋଇଗଲେ। କେତେକ କୃଷି ଶ୍ରମିକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଓ ଯେଉଁମାନେ ରାଜ୍ୟ ଭିତରେ ରହିଲେ ସେମାନେ ନିର୍ମାଣ ଶ୍ରମିକ ଅଥବା କଳକାରଖାନାଗୁଡ଼ିକର ସାଧାରଣ ଶ୍ରମିକ ଭାବେ କାମ କଲେ। ଏହିମାନେ ଗରିବ ଶ୍ରେଣୀଭୁକ୍ତ ହୋଇଥିବାରୁ ଖରା, ବର୍ଷା, ଶୀତ, କାକର ସହ୍ୟ କରି ମାଲିକ ଅବା କୃଷିକ୍ଷେତ୍ରରେ ଦିନ ତମାମ ଖଟିଥାନ୍ତି।
ଉତ୍ତାପ ଆଗକୁ ଆହୁରି ବଢ଼ିବ ବୋଲି ପରିବେଶବିତ୍ମାନେ ସତର୍କବାଣୀ ଦେଲେଣି। ପରିବେଶ ସୁରକ୍ଷା ପାଇଁ ବିଶ୍ୱସ୍ତରରେ ନାନା ବୈଠକ ବସି ଏହାର ସୁଧାର ପାଇଁ ବିଭିନ୍ନ ନିୟମ ଲାଗୁ ହେଲେ ମଧ୍ୟ ବିକଶିତ ତଥା ବିକାଶଶୀଳ ଦେଶଗୁଡ଼ିକ ଏହାକୁ ନ ମାନିବାରୁ ପୃଥିବୀର ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି। ଅନ୍ୟ ପକ୍ଷରେ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବା ଲୋକମାନେ ଶରୀରକୁ ଥଣ୍ଡା ରଖିବା ପାଇଁ ଆବଶ୍ୟକ ଉପକରଣ କିମ୍ବା ନିରନ୍ତର ବିଜୁଳି ଯୋଗାଣର ସୁବିଧା ପାଉନାହାନ୍ତି। ବିଶ୍ୱର ୭୬ଟି ଦେଶରେ କୁଲିଂ ସୁବିଧା ପାଇବା ପାଇଁ ଅସୁବିଧା ରହିଛି। ବିଶ୍ୱର ୧୨୦ କୋଟି ଲୋକଙ୍କ ପାଖରେ କୁଲିଂ ସୁବିଧା ଉପଲବ୍ଧ ହେଉ ନ ଥିବାରୁ ଗରିବମାନେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଏହାର ମୁଖ୍ୟ କାରଣ ଦାରିଦ୍ର୍ୟ ତାଙ୍କ ପିଛା ଛାଡ଼ୁନାହିଁ। ବର୍ତ୍ତମାନର ଧାରା ଜାରି ରହିଲେ ଚଳିତ ଦଶନ୍ଧି ଶେଷ ବେଳକୁ ଆହୁରି ଅଧିକ ଲୋକ ଅସୁବିଧାରେ ରହିଥିବେ। ବିଜ୍ଞାନୀମାନେ ୧୦ ବର୍ଷରେ ଯେତିକି ଉତ୍ତାପ ବଢ଼ିବ ବୋଲି ଆକଳନ କରୁଛନ୍ତି, ତାହା ୫ ବର୍ଷ ପୂର୍ବରୁ ଘଟିଯାଇଛି। କୋଇଲା ସଙ୍କଟକୁ ବିଜୁଳି କାଟ ଆହୁରି ସମସ୍ୟା ସୃଷ୍ଟି କରିବ। ପରନ୍ତୁ ସମସ୍ତଙ୍କୁ ବିଜୁଳି ସୁବିଧା ଯୋଗାଇ ଦେବା ଓ ଦାରିଦ୍ର୍ୟ ହ୍ରାସ ପାଇଲେ ଜୀବନ ପ୍ରତି ବିପଦ ଥିବା ଲୋକଙ୍କ ସଂଖ୍ୟା ୩୬% ବା ୪୫ କୋଟି ଅଧିକ ହ୍ରାସ ପାଇବ।
ଗ୍ରାମାଞ୍ଚଳରେ ରହିଥିବା କୃଷକ ଭାଇମାନେ ଅଧିକରୁ ଅଧିକ ଗରିବ ହେବାରେ ଲାଗିଛନ୍ତି। ଭାରତର ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକେ ସମୁଦାୟ ଲୋକସଂଖ୍ୟାର ୩୬% ଗରିବ ଶ୍ରେଣୀର। ଯଦିଓ ଏମାନଙ୍କ ନିକଟରେ ୧୦୦ ପ୍ରତିଶତ ବିଜୁଳି ଉପଲବ୍ଧ ଅଛି। ଏମାନେ ତାହା ବିନିଯୋଗ କରିପାରୁ ନାହାନ୍ତି ଏବଂ ଏମାନଙ୍କ ନିକଟରେ ଶୀତଳ ଉତ୍ପାଦନକାରୀ ଉପକରଣ ନାହିଁ। ଭାରତର ୧୪୦ କୋଟି ଲୋକଙ୍କର ମାତ୍ର ୧୬.୨ କୋଟିର ରେଫ୍ରିଜରେଟର ରହିଛି। ସମଗ୍ର ବିଶ୍ୱରେ ୨୦୨୧ ସୁଦ୍ଧା ୯୬ କୋଟି ଏ.ସି. ରହିଥିଲା। ଭାରତରେ କେବଳ ମଧ୍ୟବିତ୍ତ ଓ ଧନୀକ ଶ୍ରେଣୀର ଲୋକେ ଏ.ସି. ବ୍ୟବହାର କରିଥା’ନ୍ତି। ଭାରତରେ ଅତ୍ୟଧିକ ଉତ୍ତାପ ବର୍ଷରେ ଛଅ ସାତ ମାସ ଗରମର ପ୍ରାଦୁର୍ଭାବ ପରିଲକ୍ଷିତ ହେଉଥିବାରୁ ଏହି ଗରିବ, କୃଷକ, ଶ୍ରମିକଙ୍କର କାର୍ଯ୍ୟଦକ୍ଷତା ହ୍ରାସ ପାଉଛି। ଯାହା ପ୍ରାକୃତିକ ବିପର୍ଯ୍ୟୟ ଗରିବମାନଙ୍କୁ ବହୁ ପରିମାଣରେ କ୍ଷତିଗ୍ରସ୍ତ କରାଏ। ଏମାନଙ୍କ ଦୁଃଖର ଅନ୍ତ ନାହିଁ। କାରଣ କିଛି ପରିବର୍ତ୍ତନ କରିବାକୁ ହେଲେ ଗରିବଙ୍କର ସାହସ ନାହିଁ, ମଧ୍ୟବିତ୍ତଙ୍କ ସମୟ ନାହିଁ, ବଡ଼ ଲୋକଙ୍କର ଆଗ୍ରହ ନାହିଁ, ତେବେ ପ୍ରାକୃତିକ ବିପର୍ଯ୍ୟୟରୁ ଗରିବମାନେ ବଞ୍ଚିବେ କିପରି ? ଅତ୍ୟଧିକ ଗାଡ଼ି ମୋଟର ଉତ୍ତାପ ବୃଦ୍ଧିର ପ୍ରଧାନ କାରଣ। ଏହି ଗରିବ ଶ୍ରେଣୀ ଯେଉଁମାନଙ୍କ ସଂଖ୍ୟା ସର୍ବାଧିକ, ଯେଉଁମାନେ ଦିନରାତି ଏକକରି ଦେଶର ଉନ୍ନତିରେ ମୁଖ୍ୟ ଭାଗୀଦାର ସାଜିଥାନ୍ତି ସେମାନେ ଅକାଳରେ ଝଡ଼ିପଡ଼ୁଛନ୍ତି।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨
ଏଇ ଭାରତରେ
ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…
ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା
ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…
ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ
ମୁଁ ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…
ଆଣବିକ ପ୍ରତିରୋଧ ଓ ମହାଶକ୍ତି
ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…
ଏଇ ଭାରତରେ
ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…
ତଳ ଅଫିସର
ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍ରେ ଯାତ୍ରୀଙ୍କ…
ବିଶ୍ୱ ପାଇଁ ଚେତାବନୀ
ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…
ଜୈନଧର୍ମରେ ମହିଳା
ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…
Archives

