କଥାରେ ଅଛି, “ଖରା ସହେ ତରୁ, ଖରା ସହେ ମେରୁ, ଖରା ସହେ ଚାଷୀ ଭାଇ, ଖରା ସହେ ଗୋରୁ।” ଏହି ଚାରି ମଧ୍ୟରୁ ମେରୁ ନିର୍ଜୀବ, ଗୋରୁ ଓ ତରୁ ସଜୀବ ହେଲେ ମଧ୍ୟ ସେମାନେ ଗ୍ରୀଷ୍ମ କଷ୍ଟ ପ୍ରକାଶ କରିବାକୁ ଅକ୍ଷମ। ପରନ୍ତୁ ଚାଷୀଭାଇ ଯେଉଁମାନେ ଶହଶହ ବର୍ଷ ହେବ ଗ୍ରୀଷ୍ମରେ ସନ୍ତୁଳିତ ହୋଇଥାନ୍ତି, ସେହିମାନେ ହିଁ ଗରିବ ଶ୍ରେଣୀଭୁକ୍ତ।
ଆଦିମ କାଳରେ ଗଛର ଫଳ ଓ ପଶୁ ଶିକାର କରି ପେଟ ନ ପୂରିବାରୁ ମଣିଷ କୃଷି ଉପରେ ନିର୍ଭର କଲା। କାଳକ୍ରମେ କୃଷକର ଆୟ ଉପରେ ରାଜା, ରାଜୁଡ଼ା ଆଖି ପକାଇଲେ। ଚତୁର ଲୋକମାନେ ସରକାରୀ ଜମିକୁ ହଡ଼ପ କରିନେଲେ। ସର୍ବଦା ଚିର ସହଚର ଦୈବୀଦୁର୍ବିପାକ ଯୋଗୁ ଗାଁ ମହାଜନଙ୍କ ପାଖରୁ କୃଷକମାନେ ସୁଧରେ ଟଙ୍କା ଆଣି ଜମି ବନ୍ଧକ ଦିଅନ୍ତି। ମୂଳ ଶୁଝି ନ ପାରି ସେହି ସମ୍ପତ୍ତିକୁ ବିକ୍ରି କରି ମହାଜନି ଶୁଝନ୍ତି ଅବା ମହାଜନର କଣ୍ଟ ପୂରିଗଲେ ସମ୍ପତ୍ତି ତାଙ୍କର ହୋଇଯାଏ। ଯେଉଁମାନେ କ୍ଷୁଦ୍ର ଚାଷୀ ସେମାନେ ନାମମାତ୍ର। ନାମମାତ୍ର ଚାଷୀ କୃଷି ଶ୍ରମିକ ହୋଇଗଲେ। କେତେକ କୃଷି ଶ୍ରମିକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଓ ଯେଉଁମାନେ ରାଜ୍ୟ ଭିତରେ ରହିଲେ ସେମାନେ ନିର୍ମାଣ ଶ୍ରମିକ ଅଥବା କଳକାରଖାନାଗୁଡ଼ିକର ସାଧାରଣ ଶ୍ରମିକ ଭାବେ କାମ କଲେ। ଏହିମାନେ ଗରିବ ଶ୍ରେଣୀଭୁକ୍ତ ହୋଇଥିବାରୁ ଖରା, ବର୍ଷା, ଶୀତ, କାକର ସହ୍ୟ କରି ମାଲିକ ଅବା କୃଷିକ୍ଷେତ୍ରରେ ଦିନ ତମାମ ଖଟିଥାନ୍ତି।
ଉତ୍ତାପ ଆଗକୁ ଆହୁରି ବଢ଼ିବ ବୋଲି ପରିବେଶବିତ୍ମାନେ ସତର୍କବାଣୀ ଦେଲେଣି। ପରିବେଶ ସୁରକ୍ଷା ପାଇଁ ବିଶ୍ୱସ୍ତରରେ ନାନା ବୈଠକ ବସି ଏହାର ସୁଧାର ପାଇଁ ବିଭିନ୍ନ ନିୟମ ଲାଗୁ ହେଲେ ମଧ୍ୟ ବିକଶିତ ତଥା ବିକାଶଶୀଳ ଦେଶଗୁଡ଼ିକ ଏହାକୁ ନ ମାନିବାରୁ ପୃଥିବୀର ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି। ଅନ୍ୟ ପକ୍ଷରେ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିବା ଲୋକମାନେ ଶରୀରକୁ ଥଣ୍ଡା ରଖିବା ପାଇଁ ଆବଶ୍ୟକ ଉପକରଣ କିମ୍ବା ନିରନ୍ତର ବିଜୁଳି ଯୋଗାଣର ସୁବିଧା ପାଉନାହାନ୍ତି। ବିଶ୍ୱର ୭୬ଟି ଦେଶରେ କୁଲିଂ ସୁବିଧା ପାଇବା ପାଇଁ ଅସୁବିଧା ରହିଛି। ବିଶ୍ୱର ୧୨୦ କୋଟି ଲୋକଙ୍କ ପାଖରେ କୁଲିଂ ସୁବିଧା ଉପଲବ୍ଧ ହେଉ ନ ଥିବାରୁ ଗରିବମାନେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଏହାର ମୁଖ୍ୟ କାରଣ ଦାରିଦ୍ର୍ୟ ତାଙ୍କ ପିଛା ଛାଡ଼ୁନାହିଁ। ବର୍ତ୍ତମାନର ଧାରା ଜାରି ରହିଲେ ଚଳିତ ଦଶନ୍ଧି ଶେଷ ବେଳକୁ ଆହୁରି ଅଧିକ ଲୋକ ଅସୁବିଧାରେ ରହିଥିବେ। ବିଜ୍ଞାନୀମାନେ ୧୦ ବର୍ଷରେ ଯେତିକି ଉତ୍ତାପ ବଢ଼ିବ ବୋଲି ଆକଳନ କରୁଛନ୍ତି, ତାହା ୫ ବର୍ଷ ପୂର୍ବରୁ ଘଟିଯାଇଛି। କୋଇଲା ସଙ୍କଟକୁ ବିଜୁଳି କାଟ ଆହୁରି ସମସ୍ୟା ସୃଷ୍ଟି କରିବ। ପରନ୍ତୁ ସମସ୍ତଙ୍କୁ ବିଜୁଳି ସୁବିଧା ଯୋଗାଇ ଦେବା ଓ ଦାରିଦ୍ର୍ୟ ହ୍ରାସ ପାଇଲେ ଜୀବନ ପ୍ରତି ବିପଦ ଥିବା ଲୋକଙ୍କ ସଂଖ୍ୟା ୩୬% ବା ୪୫ କୋଟି ଅଧିକ ହ୍ରାସ ପାଇବ।
ଗ୍ରାମାଞ୍ଚଳରେ ରହିଥିବା କୃଷକ ଭାଇମାନେ ଅଧିକରୁ ଅଧିକ ଗରିବ ହେବାରେ ଲାଗିଛନ୍ତି। ଭାରତର ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକେ ସମୁଦାୟ ଲୋକସଂଖ୍ୟାର ୩୬% ଗରିବ ଶ୍ରେଣୀର। ଯଦିଓ ଏମାନଙ୍କ ନିକଟରେ ୧୦୦ ପ୍ରତିଶତ ବିଜୁଳି ଉପଲବ୍ଧ ଅଛି। ଏମାନେ ତାହା ବିନିଯୋଗ କରିପାରୁ ନାହାନ୍ତି ଏବଂ ଏମାନଙ୍କ ନିକଟରେ ଶୀତଳ ଉତ୍ପାଦନକାରୀ ଉପକରଣ ନାହିଁ। ଭାରତର ୧୪୦ କୋଟି ଲୋକଙ୍କର ମାତ୍ର ୧୬.୨ କୋଟିର ରେଫ୍ରିଜରେଟର ରହିଛି। ସମଗ୍ର ବିଶ୍ୱରେ ୨୦୨୧ ସୁଦ୍ଧା ୯୬ କୋଟି ଏ.ସି. ରହିଥିଲା। ଭାରତରେ କେବଳ ମଧ୍ୟବିତ୍ତ ଓ ଧନୀକ ଶ୍ରେଣୀର ଲୋକେ ଏ.ସି. ବ୍ୟବହାର କରିଥା’ନ୍ତି। ଭାରତରେ ଅତ୍ୟଧିକ ଉତ୍ତାପ ବର୍ଷରେ ଛଅ ସାତ ମାସ ଗରମର ପ୍ରାଦୁର୍ଭାବ ପରିଲକ୍ଷିତ ହେଉଥିବାରୁ ଏହି ଗରିବ, କୃଷକ, ଶ୍ରମିକଙ୍କର କାର୍ଯ୍ୟଦକ୍ଷତା ହ୍ରାସ ପାଉଛି। ଯାହା ପ୍ରାକୃତିକ ବିପର୍ଯ୍ୟୟ ଗରିବମାନଙ୍କୁ ବହୁ ପରିମାଣରେ କ୍ଷତିଗ୍ରସ୍ତ କରାଏ। ଏମାନଙ୍କ ଦୁଃଖର ଅନ୍ତ ନାହିଁ। କାରଣ କିଛି ପରିବର୍ତ୍ତନ କରିବାକୁ ହେଲେ ଗରିବଙ୍କର ସାହସ ନାହିଁ, ମଧ୍ୟବିତ୍ତଙ୍କ ସମୟ ନାହିଁ, ବଡ଼ ଲୋକଙ୍କର ଆଗ୍ରହ ନାହିଁ, ତେବେ ପ୍ରାକୃତିକ ବିପର୍ଯ୍ୟୟରୁ ଗରିବମାନେ ବଞ୍ଚିବେ କିପରି ? ଅତ୍ୟଧିକ ଗାଡ଼ି ମୋଟର ଉତ୍ତାପ ବୃଦ୍ଧିର ପ୍ରଧାନ କାରଣ। ଏହି ଗରିବ ଶ୍ରେଣୀ ଯେଉଁମାନଙ୍କ ସଂଖ୍ୟା ସର୍ବାଧିକ, ଯେଉଁମାନେ ଦିନରାତି ଏକକରି ଦେଶର ଉନ୍ନତିରେ ମୁଖ୍ୟ ଭାଗୀଦାର ସାଜିଥାନ୍ତି ସେମାନେ ଅକାଳରେ ଝଡ଼ିପଡ଼ୁଛନ୍ତି।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨
ଏଇ ଭାରତରେ
ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍ଏସ୍) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...
ଶିକ୍ଷକ ହେବା କି ସହଜ କଥା
କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...
ବିମାନବନ୍ଦର କାହା ସ୍ବାର୍ଥରେ
ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...
ବିଶେଷଜ୍ଞ ଲୋଡ଼ା
ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...
ଏଇ ଭାରତରେ
ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...
ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ
ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...
ନୀରବ ପ୍ରତିକ୍ରିୟା
ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...
ଭବିଷ୍ୟତର ଭୟ
ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍ ହାଉସ୍ ଏକ ୩୩ ପୃଷ୍ଠା ବିଶିଷ୍ଟ...
Archives


