ବଢୁଛି ମାମଲା, ପୋଲିସ କର୍ମଚାରୀ ଅଭାବ

ପଟ୍ଟାମୁଣ୍ଡାଇ,୧୧ା୧ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଜବେଷ୍ଟସ ଘରେ ଚାଲିଛି। ଥାନାରେ ଦିନକୁ ଦିନ ମାମଲା ବଢି ଚାଲିଛି। ଏଥିସହ ଆପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି। ୨୦୧୮ ନଭେମ୍ବରରେ ଏହା ଆଦର୍ଶ ଥାନାର ମାନ୍ୟତା ପାଇଥିଲା। ପରେ ଆବଶ୍ୟକ ପୋଲିସ କର୍ମଚାରୀ ନିଯୁକ୍ତି ପାଇନାହାନ୍ତି। ବଢି ଚାଲିଥିବା ମାମଲାର ତଦନ୍ତ ଓ ତାହାର ଆନୁଷଙ୍ଗିକ କାଗଜପତ୍ର ପ୍ରସ୍ତୁତ କରିବାକୁ ପୋଲିସ କର୍ମଚାରୀଙ୍କ ଅଭାବ ଦେଖାଦେଇଛି। ଲୋକମାନଙ୍କ ପକ୍ଷରୁ ଏତଲା ହେଉଥିବା ବେଳେ ଥାନାରେ ଏହା ମାସ ମାସ ଧରି ପଡି ରହୁଛି। ଫଳରେ ସ୍ଥାନୀୟ ଅଞ୍ଚଳ ଅପରାଧ ପ୍ରବଣ ହୋଇଉଠୁଛି। ଆଦର୍ଶ ଥାନାରେ ୨ଜଣ ଇନ୍ସପେକ୍ଟର, ୫ଜଣ ସବଇନ୍ସପେକ୍ଟର, ୧୦ଜଣ ଏଏସ୍‌ଆଇ, ୩୪ ଜଣ ହାବିଲଦାର ଓ କନଷ୍ଟେବଳ ଏବଂ ୪୨ଜଣ ହୋମଗାର୍ଡ ରହିବା କଥା। ଏହି ଥାନା ପାଇଁ ବିଭିନ୍ନ ମାମଲାର ତଦନ୍ତ, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ୨ଟି ଭ୍ୟାନ୍‌ ଓ ୩୦ଟି ବାଇକ୍‌ ଆବଶ୍ୟକ। ମାତ୍ର ଏବେ ଜଣେ ଇନ୍ସପେକ୍ଟର, ୪ଜଣ ସବଇନ୍ସପେକ୍ଟର, ୪ଜଣ ଏଏସ୍‌ଆଇ, ଜଣେ ହାବିଲଦାର, ୧୯ ଜଣ କନଷ୍ଟେବଳ, ୩୩ ଜଣ ହୋମଗାର୍ଡ, ୨ଟି ଭ୍ୟାନ୍‌ ଓ ୨ ଡ୍ରାଇଭର୍‌ ଅଛନ୍ତି। ମାତ୍ର ୨ଟି ବାଇକ୍‌ ରହିଛି। ଫଳରେ ବିଭିନ୍ନ ମାମଲା ଓ ଘଟଣାର ପୋଲିସ ଆଶୁ ତଦନ୍ତ କରିବାରେ ବିଳମ୍ବ ଘଟୁଛି। ଅନ୍ୟପକ୍ଷରେ ବ୍ରିଟିଶ୍‌ ଅମଳରେ ୧୯୧୭ରେ ସ୍ଥାପିତ ପଟ୍ଟାମୁଣ୍ଡାଇ ଥାନାର କଳେବର ଏ ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନାହିଁ। ଏବେ ବି ଥାନା ଆଜବେଷ୍ଟସ୍‌ ଘରେ ଚାଲିଛି। ବର୍ଷା ହେଲେ ସେଥିରୁ ପାଣି ଗଳୁଛି। ପୋଲିସ କର୍ମଚାରୀ ବସିବାକୁ ସ୍ଥାନ ଏବଂ ରହିବାକୁ କ୍ୱାର୍ଟର୍ସ ନାହିଁ। ଅଧିକାଂଶ କର୍ମଚାରୀ ଥାନା ବାହାରେ ଭଡା ଘର ନେଇ ରହୁଛନ୍ତି। ଏହି ଆଦର୍ଶ ଥାନା ପାଇଁ ଆବଶ୍ୟକ ପୋଲିସ୍‌ କର୍ମଚାରୀ ଯୋଗାଇ ଦେବା, ପକ୍କା ଗୃହରେ ପରିଣତ କରିବା, କର୍ମଚାରୀଙ୍କ ରହିବାକୁ କ୍ୱାର୍ଟର୍ସ ନିର୍ମାଣ କରିବା ଜରୁରୀ ହୋଇପଡିଛି। ଅପରପକ୍ଷରେ ନୂତନ ଥାନା ନିର୍ମାଣ ପାଇଁ ରାଜସ୍ବ ବିଭାଗ ଅଧୀନରେ ଥିବା ଜମି ଗୃହ ବିଭାଗକୁ ହସ୍ତାନ୍ତର କରାଯାଇଛି। ହେଲେ ଉକ୍ତ ସ୍ଥାନରେ ଏ ପର୍ଯ୍ୟନ୍ତ ମାଟି ଝୁଡିଏ ପଡିପାରିଲା ନାହିଁ। ଅନ୍ୟପକ୍ଷରେ ଥାନା ଅଞ୍ଚଳ ବଡ ହୋଇଥିବା ବେଳେ ଗ୍ରାମାଞ୍ଚଳ ଥାନା ପ୍ରତିଷ୍ଠା ପାଇଁ ବହୁ ଦିନରୁ ଦାବି ହୋଇଆସୁଛି। ପୋଲିସ କର୍ମଚାରୀ ଅଭାବ ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଏ ଦିଗରେ ରାଜ୍ୟ ଘରୋଇ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଅଭାବ ଓ ଅସୁବିଧାର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri