ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ କୋଠା ନିର୍ମାଣ ପାଇଁ ଆଜକୁ ପ୍ରାୟ ଦୁଇବର୍ଷ ତଳେ ଓଡ଼ିଶା ପୋଲିସ ହାଉସିଂ ବୋର୍ଡ ପକ୍ଷରୁ ଟେଣ୍ଡର ହୋଇଥିଲା। ଏହାର କିଛିମାସ ପରେ କୋଠା ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ଦେଢ଼ବର୍ଷ ହେଲା କୋଠା ଅଧପନ୍ତରିଆ ଭାବେ ପଡ଼ି ରହିଛି।

ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏ ନେଇ ଠିକାଦାରଙ୍କୁ ଯୋଗାଯୋଗ କରିବାରୁ ବର୍ଷା ହେତୁ କାମ ହୋଇପାରୁ ନାହିଁ ବୋଲି ଉତ୍ତର ରଖିଥିଲେ। ଏଥିପ୍ରତି ପୋଲିସ ହାଉସିଂ ବୋର୍ଡ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।