ପରିବର୍ତ୍ତନ ହେବ ବ୍ରିଟେନ-ଭାରତ ସମ୍ପର୍କ: ଋଷି ସୁନକ

ଲଣ୍ଡନ,୨୫।୧୦: ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି। ଏହି ଅବସରରେ ସୁନକ କହିଛନ୍ତି, ସେ ବ୍ରିଟେନ-ଭାରତ ସମ୍ପର୍କକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ମୁଁ ନିଶ୍ଚିତ କରିବାକୁ ଚାହୁଁଛି ଯେ, ବ୍ରିଟେନ୍‌ ଛାତ୍ରଙ୍କ ପାଇଁ ଭାରତ ଯାତ୍ରା ସହଜ କରିବା, ଏପରିକି ବ୍ରିଟେନ କମ୍ପାନୀ ଏବଂ ଭାରତୀୟ କମ୍ପାନୀ ସହ ମିଳିତ ଭାବେ କାମ କରି ଦ୍ୱିପାକ୍ଷିକ ସମ୍ପର୍କ ଆଣିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜଭୂତ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷେ ଦଳୀୟ ଏମ୍‌ପିଙ୍କ ସମର୍ଥନ ପରେ ଏହି ଗୁରୁଦାୟିତ୍ୱକୁ ସେ ବିନମ୍ରତାର ସହ ସ୍ବୀକାର କରୁଥିବା କହିଛନ୍ତି।

ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି କହିଛନ୍ତି, ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ବୈଶ୍ୱିକ ପ୍ରସଙ୍ଗ ଉପରେ ଏକ ହୋଇ କାମ କରିବା। ରୋଡମ୍ୟାପ ୨୦୩୦କୁ ଲାଗି କରିବା ପାଇଁ ସେ ଉତ୍ସାହିତ ଥିବା କହିଛନ୍ତି। ଏପରିକି ବ୍ରିଟେନରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ସୁନକ।

ସୁଚନାଯୋଗ୍ୟ, ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି । ଦୀପାବଳିରେ ପୋନ୍ନ ମୋର୍ଡାଣ୍ଟ ପ୍ରଧାନମନ୍ତ୍ରୀ ଦୌଡରୁ ହଟିବା ନେଇ ଘୋଷଣା କରିବା ପରେ ସୁନକ କଞ୍ଜରଭେଟିଭ ପାର୍ଟିର ନେତା ନିର୍ବାଚିତ ହୋଇଛନ୍ତି।

Share