ଆଜି ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ଋଷି ସୁନକ

ଲଣ୍ଡନ,୨୫।୧୦: ବିଟ୍ରେନର ପ୍ରଧାନମନ୍ତ୍ରୀ ଭାବେ ମଙ୍ଗଳବାର ଦାୟିତ୍ୱ ନେବେ ଋଷି ସୁନକ। ପ୍ରଥମ ଭାରତୀୟ ବଂଶୋଦ୍‌ଭବ ଭାବେ ବିଟ୍ରେନର ମଙ୍ଗ ଧରିବେ ସୁନକ। ଏହା ପୂର୍ବରୁ ବିଟ୍ରେନ ରାଜା କିଙ୍ଗ୍‌ ଜାର୍ଲସ ତୃତୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଋଷି ସୁନକଙ୍କୁ ବିଟ୍ରେନର କଞ୍ଜରଭେଟିଭ ପାର୍ଟିର ନେତା ଭାବେ ନିର୍ବାଚିତ କରାଯାଇଛି। କଞ୍ଜରଭେଟିଭ ପାର୍ଟି ଏବେ କ୍ଷମତାରେ ଅଛି। ଋଷି ସୁନକ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ବେଳେ ତାଙ୍କୁ ପଛରେ ପକାଇ ଲିଜ୍‌ ଟ୍ରସ ପ୍ରଧାନମନ୍ତ୍ରୀ ହୋଇଥିଲେ।

Share