ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଆଗକୁ ବଢୁଛନ୍ତି ଋଷି ସୁନକ

ଲଣ୍ଡନ,୧୯ ।୭: ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଧୀରେ ଧୀରେ ଆଗକୁ ବଢୁଛନ୍ତି । ସେ ତୃତୀୟ ରାଉଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଏହି ରାଉଣ୍ଡରେ ତାଙ୍କୁ ୧୧୫ ଭୋଟ ମିଳିଛି । ଫଳରେ ସେ ଏହି ରେସରେ ଆଗରେ ରହିଛନ୍ତି । ତୃତୀୟ ରାଉଣ୍ଡରେ ମୋଟ ୩୫୭ ଭୋଟ ଦିଆଯାଇଥିଲା ।
ଏହି ରାଉଣ୍ଡରେ ଋଷିଙ୍କ ପ୍ରତିଦ୍ୱନ୍ଦି ପେନି ମୋର୍ଡିଟ ୮୨ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ୭୧ଟି ଭୋଟ ସହ ଲିଜ ଟ୍ରସ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ରାଉଣ୍ଡରେ ୫୮ ଭୋଟ ସହ କେମି ବୈଡେନେଚ ଚତୁର୍ଥ ସ୍ଥାନରେ ରହିଛନ୍ତି । ୩୧ ଖଣ୍ଡ ଭୋଟ ପାଇ ଟମ ତୁଗେଂଦତ ପ୍ରଧାନମନ୍ତ୍ରୀ ରେସରୁ ବାହାରି ଯାଇଛନ୍ତି ।
ତୃତୀୟ ରାଉଣ୍ଡରେ ବିଜୟ ହେବା ପରେ ସୁନକଙ୍କୁ ସମର୍ଥନ କରୁଥିବା ବ୍ରିଟେନର ପୂର୍ବତନ ସ୍ୱାସ୍ଥ୍ୟ ସଚିବ ମୈଟ ହୋନକାକ କହିଛନ୍ତି, ପ୍ରଧାନମନ୍ତ୍ରୀ ପାଇଁ ଋଷି ସୁନକ ହେଉଛନ୍ତି ଉପଯୁକ୍ତ ପ୍ରାର୍ଥୀ । ସେ ଏସିଆର ମୂଳ ବାସିନ୍ଦା ହୋଇଥିଲେ ସୁଦ୍ଧା ଏହାର କୌଣସି ଫରକ ପଡିବ ନାହିଁ । ତାଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବା ଓ ଏହାକୁ ସୂଚାରୁରୂପେ ତୁଲାଇବାର ଯଥେଷ୍ଟ କ୍ଷମତା ରହିଛି । ମୈଟ ହୋନକାକ ଆହୁରି ମଧ୍ୟ କହିଛନ୍ତି ସେ ସୁନକଙ୍କ ଖୁବ୍ ନିକଟରେ କାମ କରିଛନ୍ତି, ଅସୁବିଧା ପରିସ୍ଥିତିକୁ ସେ ଖୁବ୍ ସୁନ୍ଦର ଭାବେ ସମ୍ଭାଳି ପାରନ୍ତି ।

Share