ବ୍ରିଟେନ୍‌ରେ ବେଆଇନ ଭାବେ ପ୍ରବାସୀଙ୍କୁ ରହିବାକୁ ଦିଆଯିବନି ଅନୁମତି:ସୁନକ

ଲଣ୍ଡନ, ୫। ୩:ପ୍ରବାସୀଙ୍କୁ ବ୍ରିଟେନ୍‌ରେ ବେଆଇନ ଢଙ୍ଗରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଋଷି ସୁନକ ରବିବାର ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି। ଏ ନେଇ ଆସନ୍ତା ସପ୍ତାହରେ ନୂଆ ନିୟମ ଲାଗୁ କରାଯିବ। ଆଇନପ୍ରଣେତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ନୂଆ ନିୟମ ଅନୁସାରେ ୟୁରୋପ୍‌ ଦେଇ ବ୍ରିଟେନ୍‌ ଆସୁଥିବା ଛୋଟ ଜାହାଜଗୁଡ଼ିକ ଉପରେ କଡ଼ା ନଜର ରଖାଯିବ। ଗତବର୍ଷ ୪୫,୦୦୦ ପ୍ରବାସୀ ବ୍ରିଟେନରେ ଆଶ୍ରୟ ନେଇଥିବା ରିପୋର୍ଟ ପ୍ରକାଶ ପାଇଛି। ୨୦୨୨ରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ୧୦ ହଜାର ପ୍ରବାସୀଙ୍କୁ ଦେଶରୁ ବାହାର କରିବା ନେଇ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ। ଏମାନଙ୍କ ମଧ୍ୟରୁ ବହୁ ଶରଣାର୍ଥୀ ଯୁଦ୍ଧ ଭୟରେ ଆଫଗାନିସ୍ତାନ ଓ ସିରିଆରୁ ଚାଲିଆସିଥିବା ଜଣାପଡ଼ିଛି। ଚଳିତବର୍ଷ ସୀମା ପାର୍‌ କରି ୨,୯୫୦ ଜଣ ପ୍ରବାସୀ ବ୍ରିଟେନରେ ଆଶ୍ରୟ ନେଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

Share