‘କାନ୍ତାରା ପାର୍ଟ-୨’ର କାହାଣୀକୁ ନେଇ ଖୁଲାସା କଲେ ରିଷଭ ଶେଟ୍ଟୀ

ମୁମ୍ବାଇ: ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି। ରିଷଭ ଶେଟ୍ଟୀଙ୍କ ‘କାନ୍ତାରା’ ବକ୍ସ ଅଫିସରେ ଧମାକାଦାର ଆୟ କରି ଅନେକ ରେକର୍ଡ ସୃଷ୍ଟି କରିଛି। ତେବେ ପାର୍ଟ-୧ର ସଫଳତା ପରେ ନିର୍ମାତା ‘କାନ୍ତାରା’ର ପାର୍ଟ-୨ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ନିର୍ଦ୍ଦେଶକ ତଥା ଅଭିନେତା ରିଷଭ ଶେଟ୍ଟୀ ଏହି ଚଳଚ୍ଚିତ୍ରର ପାର୍ଟ-୨ କୁ ନେଇ ବଡ଼ ଖୁଲାସା କରିଛନ୍ତି।
ନିକଟରେ ‘କାନ୍ତାରା’ ୧୦୦ ଦିନର ସଫଳତା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଯେଉଁଥିରେ ରିଷଭ ଶେଟ୍ଟୀ ଅଂଶଗ୍ରହଣ କରିଥିଲେ। ଏହି ବିଶେଷ ଅବସରରେ ଋଷଭ ଶେଟ୍ଟୀ
‘କାନ୍ତାରା-୨’ ର ସ୍କ୍ରିପ୍ଟ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ‘କାନ୍ତାରା ପାର୍ଟ-୨’ର କାହାଣୀ ଏକ ସିକ୍ୱେଲ ନୁହେଁ, ବରଂ ଏକ ପ୍ରିକ୍ୱେଲ ହେବ ବୋଲି ସେ କହିଛନ୍ତି। ‘କାନ୍ତାରା’ପାର୍ଟ-୧ ପୂର୍ବରୁ ଏହି ଚଳଚ୍ଚିତ୍ରର କାହାଣୀ କ’ଣ ଥିଲା, ଏହା କିପରି ଆରମ୍ଭ ହେଲା ତାହା ପାର୍ଟ-୨ରେ ଦେଖାଯିବ। ରିଷଭ ଶେଟ୍ଟୀଙ୍କ ଏହି ବିବୃତ୍ତି ପରେ ପାର୍ଟ-୨ ପାଇଁ ଦର୍ଶକଙ୍କ ଉତ୍ସାହ ବଢିଯାଇଛି।

Share