Categories: ଖେଳ

ପନ୍ତଙ୍କ ହେବ ଲିଗାମେଣ୍ଟ ସର୍ଜରୀ

ନୂଆଦିଲ୍ଲୀ,୬।୧: ଛଅ ଦିନ ପୂର୍ବେ ବଡ଼ ସଡ଼କ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ଭାରତୀୟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ପ୍ରଥମେ ଡେରାଡୁନ୍‌ ପରେ ଏବେ ଅଧିକ ଚିକିତ୍ସା ଲାଗି ମୁମ୍ବାଇ ଅଣାଯାଇଛି। ତେବେ ତାଙ୍କର ଲିଗାମେଣ୍ଟ ସର୍ଜରୀ ହେବ ବୋଲି ଜଣାପଡ଼ିଛି।

ବିସିସିଆଇ ସଚିବ ଜୟ ଶାହ ବୟାନ ଜାରି କରି କହିଛନ୍ତି, ପନ୍ତଙ୍କୁ କୋକିଳାବେନ ଧିରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଆଣ୍ଠୁର ସର୍ଜରୀ ହେବ। ଏଥିସହ ଅନ୍ୟ ଚିକିତ୍ସା ଜାରି ରହିବ। ତାଙ୍କର ସୁସ୍ଥ ହେବା ଏବଂ ରିହାବିଲିଟେଶନ ସମୟରେ ବିସିସିଆଇର ମେଡିକାଲ ଟିମ୍‌ ତାଙ୍କ ଉପରେ ନଜର ରଖିବ। ବୋର୍ଡ ତାଙ୍କର ସୁସ୍ଥ ହେବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ଯଥା ସମ୍ଭବ ସହାୟତା ଯୋଗାଇ ଦେବ।

Share