Categories: ଖେଳ

ଆଇସୋଲେଶନରେ ଟିମ୍‌ ଇଣ୍ଡିଆର ୪ ସଦସ୍ୟ

ଲଣ୍ଡନ,୧୫।୭: ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଜଣାପଡ଼ିଛି ଟିମ୍‌ ଇଣ୍ଡିଆର କୋଚିଂ ଷ୍ଟାଫ ଧ୍ୟାନଚାନ୍ଦ ଗରାନି ମଧ୍ୟ କରୋନାରେ ସଂକ୍ରମିତ। ଦୁଇ ଜଣଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଆଇସୋଲେଟ୍‌ ରଖାଯାଇଛି। ସେମାନଙ୍କ ସହ କଣ୍ଟାକ୍ଟରେ ଆସିଥିବା ଆଉ ଜଣେ କୋଚିଂ ଷ୍ଟାଫ ଓ ରିଜର୍ଭ ଉଇକେଟକିପର ରିଦ୍ଧିମାନ ଶାହାଙ୍କୁ ରଖାଯାଇଛି ଆଇସୋଲେଶନରେ। ଏହି ୪ ଜଣ ଲଣ୍ଡନରେ ଥିବାବେଳେ ଟିମ୍‌ ଇଣ୍ଡିଆ ଗୁରୁବାର ସନ୍ଧ୍ୟାରେ ପହଞ୍ଚିଛି ଡର୍ହାମରେ। ୨୦ ଦିନ ଛୁଟି ସାରି ଫେରୁଥିବା ଭାରତୀୟ ଦଳ ଏଠାରେ ଏକ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବ।

ପନ୍ତ ଓ ଶାହ ଚଳିତ ମାସ ୨୦ ତାରିଖରୁ କମ୍ବାଇଣ୍ଡ୍‌ କାଉଣ୍ଟି ବିପକ୍ଷରେ ଆରମ୍ଭ ହେବାକୁ ଥିବା ପ୍ରାକ୍ଟିସ ମ୍ୟାଚ୍‌ରେ ଖେଳିବେ ନାହିଁ।

Share