Categories: ଖେଳ

ଚେସ୍‌ ଖେଳୁଛନ୍ତି ପନ୍ତ

ନୂଆଦିଲ୍ଲୀ,୭।୩: କାର ଦୁର୍ଘଟଣା ପରେ ଭାରତର ଷ୍ଟାର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଷଭ ଅନ୍ତର୍ଜାତୀୟ କ୍ରିକେଟ୍‌ଠାରୁ ଦୂରରେ ଅଛନ୍ତି। ତାଙ୍କୁ କ୍ରିକେଟ୍‌ ଜଗତକୁ ଫେରିବା ପାଇଁ ଆହୁରି ଅନେକ ମାସ ଲାଗିବ। ପନ୍ତଙ୍କ ଗୋଡ଼ ଅସ୍ତ୍ରୋପଚାର ହୋଇଛି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି। ତାଙ୍କ ମନରେ କ’ଣ ରହିଛି ତାହା ପନ୍ତ ଦୁଇଟି ପୋଷ୍ଟ ମାଧ୍ୟମରେ ଜଣାଇବାକୁ ଚେଷ୍ଟା କରିଛନ୍ତି।
ପନ୍ତ ଇନ୍‌ଷ୍ଟାଗ୍ରାମ ଷ୍ଟାଟସ୍‌ରେ ଚେସ୍‌ ଖେଳୁଥିବାର ପ୍ରଥମ ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କରିବା ସହିତ ସେ ଲେଖିଛନ୍ତି- କିଏ ଖେଳୁଛନ୍ତି ଅନୁମାନ କରିପାରିବେ କି? ଏହାପରେ ପନ୍ତ ତାଙ୍କର ଦ୍ୱିତୀୟ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ ଏକ ଛୋଟ ଭିଡିଓ ଶେୟାର କରିଥିଲେ। ଏହି ଭିଡିଓରେ ସେ ଛାତ ଉପରେ ବସିଛନ୍ତି।
ଡିସେମ୍ବର ୩୦ରେ ଭାରତର ତାରକା କ୍ରିକେଟର ରିଷଭ ପନ୍ତ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଦିଲ୍ଲୀରୁ ରୁର୍କି ଯାଉଥିବାବେଳେ ତାଙ୍କ କାର ରୁର୍‌କୀ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ।

Share