Categories: ଖେଳ

ଅଷ୍ଟ୍ରେଲିଆ ପାଇଁ ବିପଦ ଋଷଭ ପନ୍ଥ-କେ.ଏଲ୍‌: ଅଧିନାୟକ ପେନ୍‌

ମେଲବର୍ନ,୨୫।୧୨: ଡିସେମ୍ବର ୨୬ରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ଏହାପୂର୍ବରୁ ଘରୋଇ ଦଳ ନିଜର ହୋମଓ୍ବାର୍କ ଶେଷ କରିଛି। ମ୍ୟାଚ୍‌ ପୂର୍ବ ସନ୍ଧ୍ୟାରେ ଦଳର ଅଧିନାୟକ ଟିମ୍‌ ପେନ୍‌ ଭାରତୀୟ ଟିମ୍‌ର ଋଷଭ ପନ୍ଥ ଏବଂ କେ.ଏଲ୍‌ ରାହୁଲଙ୍କୁ ବହୁତ ଭୟଙ୍କର ଖେଳାଳି ବୋଲି କହିଛନ୍ତି। ସେମାନେ ଦଳପାଇଁ ବିପଦ ସାବ୍ୟସ୍ତ ହୋଇପାରନ୍ତି। ହେଲେ ଦଳ ମେଲବର୍ନରେ ଇଂଲଣ୍ଡ ଭଳି ଭୁଲ ଦୋହରାଇବନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ପେନ୍‌ କହିଛନ୍ତି, ଭାରତ ନିଜର କ୍ରିକେଟ ଉପରେ ଗର୍ବ କରେ। ଦଳରେ ବହୁତ ପ୍ରତିଭାଶାଳୀ ଖେଳାଳି ଅଛନ୍ତି। ହେଲେ ଆଡିଲେଡ୍‌ ଭଳି ମେଲବର୍ନରେ ଦଳର ସମାନ ଅବସ୍ଥା ହେବାକୁ ଯାଉଛି ବୋଲି ସେ ଚେତାଇ ଦେଇଛନ୍ତି।

Share