Categories: ଖେଳ

ଗତ ୮ ଇନିଂସରେ କରିଛନ୍ତି ମାତ୍ର ୮୬ ରନ୍‌

ନୂଆଦିଲ୍ଲୀ,୨୫।୧୧: ଅନ୍ତର୍ଜାତୀୟ କ୍ରିକେଟରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ଦିନିକିଆ ମୁକାବିଳାରେ ପନ୍ତ ୧୫ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି। ଏହାକୁ ମିଶାଇ ଗତ ୮ ଇନିଂସରେ ପନ୍ତ ଫେଲ୍‌ ହୋଇଛନ୍ତି। ସେ ଏଥିରେ କେବଳ ୮୬ ରନ୍‌ କରିଛନ୍ତି।

କହିରଖୁଛୁ, ପନ୍ତ ଏଯାବତ ୬୬ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ବେଳେ ସେଥିରେ ୯୮୭ ରନ୍‌ କରିଛନ୍ତି। ସେଥିରେ ସେ ୩ ଅର୍ଦ୍ଧଶତକ ରହିଛି। ସେହିଭଳି ଦିନିକିଆରେ ପନ୍ତ ୨୮ ମ୍ୟାଚ୍‌ରେ ୮୫୫ ରନ୍‌ କରିଛନ୍ତି।

Share