ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ଉର୍ବଶୀ, ପୋଷ୍ଟ ଦେଖି ରାଗିଲେ ୟୁଜର୍ସ

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ଶୁକ୍ରବାର ଏକ ବଡ ଧରଣର ଦୁର୍ଘଟଣା ହୋଇଛି । ଏଥିରେ ତାଙ୍କ ମୁଣ୍ଡ, ଗୋଡ, ପିଠି ଆଦିରେ ଖୁବ ଜୋର ଆଘାତ ଲାଗିଛି । ତେବେ ତାଙ୍କ ଦୁର୍ଘଟଣା ଖବର ଶୁଣିବା ପରେ ପ୍ରଶଂସକମାନେ ବିଚଳିତ ହୋଇ ପଡିଛନ୍ତି । ଏହାରି ଭିତରେ ଅଭିନେତ୍ରୀ ଉର୍ବଶୀ ରୌତେଲା ଋଷଭ ପନ୍ତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ତାଙ୍କ ଫଟୋ ଶୁଟର ଏକ ଫଟୋ ଶେୟାର କରିଛନ୍ତି । ହ୍ୱାଇଟ ଆଉଟଫିଟ ସହ ଇୟର ରିଂ ଓ ମାଙ୍ଗ ଟିକା ଲଗାଇଥିବା ନଜର ଆସିଛନ୍ତି ଉର୍ବଶୀ । ହେଲେ ସେ ତାଙ୍କ ପୋଷ୍ଟରେ ନାଁ ଲେଖିନାହାନ୍ତି । ଏଥିରେ କେବଳ କ୍ୟାପଶନରେ ଦିଲ ଓ ବାର୍ଡ ଇମୋଜି ବ୍ୟବହାର କରାଯାଇଛି । ଅନେକ ପ୍ରଶଂସକ ଋଷଭଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଆଉ କେତେଜଣ ପ୍ରଶ୍ନ କରଛନ୍ତି ଉର୍ବଶୀ ତାଙ୍କ ଆଶୁ ଆରୋଗ୍ୟ କାମନା କରି ନିଜ ଫଟୋ କାହିଁକି ଶେୟାର କରିଛନ୍ତି । ଆଉ କେତେଜଣ ୟୁଜର୍ସ ଉର୍ବଶୀଙ୍କୁ ଟ୍ରୋଲ କରିଛନ୍ତି । ଏମିତିତ ଜଣେ ଲେଖିଦେଇଛନ୍ତି ତୁମ ଯୋଗୁ ତାଙ୍କର ଦୁର୍ଘଟଣା ହେଲା ।
ସୂଚନାଯୋଗ୍ୟ, ଶୁକ୍ରବାର ପନ୍ତ ଦିଲ୍ଲୀରୁ ରୁଡକି ଯାଉଥିବା ବେଳେ ନାରସନ ବର୍ଡରରେ ଧକ୍କା ହେବା ପରେ ତାଙ୍କ ଗାଡି ଓଲଟିଯିବା ସହ ସେଥିରେ ନିଆଁ ଲାଗି ଯାଇଥିଲା । ଏହାପରେ ଲୋକେ ତାଙ୍କୁ ୱିଣ୍ଡୋ ସିଟବାଟେ ବାହାରକୁ ବାହାର କରିଥିଲେ ଓ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଖୁବ ଜୋର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ଋଷଭ ପନ୍ତ ତାଙ୍କ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ କିଛିଦିନ ହେବ ତାଙ୍କ ନାମ ଅଭିିନେତ୍ରୀ ଉର୍ବଶୀଙ୍କ ନାମ ସହ ଯୋଡି ଦିଆଯାଇଛି । ଉର୍ବଶୀ ଏକ ସାକ୍ଷାତକାରରେ କହିଛନ୍ତି ଆରପି ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ସାକ୍ଷାତ୍ କରିବାକୁ ଅପେକ୍ଷା କରିଥିବା ସହ ୧୬-୧୭ ମିସକଲ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri