Posted inଖେଳ

ଉର୍ବଶୀଙ୍କୁ ଏହି କାରଣ ଲାଗି ବ୍ଲକ୍‌ କରିଥିଲେ ରିଷଭ ପନ୍ତ

ନୂଆଦିଲ୍ଲୀ, ୪।୭- କ୍ରିକେଟ୍‌ ଓ ବଲିଉଡ୍‌ ମଧ୍ୟରେ ସମ୍ପର୍କ ଅତି ପୁରୁଣା। ପୂର୍ବରୁ ବହୁ ଭାରତୀୟ କ୍ରିକେଟର୍‌ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିବା ଦେଖାଯାଇଛି। ନିକଟ ଅତୀତରେ ଭାରତୀୟ ଦଳର ଯୁବ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ପ୍ରେମ ସମ୍ପର୍କକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଚଳିତ ବର୍ଷ ପ୍ରାରମ୍ଭରେ ଏହି ଯୋଡ଼ି ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ରିପୋର୍ଟ ମୁତାବକ, ଉର୍ବଶୀଙ୍କ ସହ କଥା ହେବାକୁ ଚାହୁଁ ନ ଥିଲେ ୨୨ ବର୍ଷୀୟ ପନ୍ତ। ଏହି କାରଣରୁ ସେ ଉଭୟ ହ୍ବାଟ୍ସଆପ୍‌ ଓ ଫୋନରୁ ଉର୍ବଶୀଙ୍କୁ ବ୍ଲକ କରିଦେଇଥିଲେ। ପନ୍ତ ଯେଉଁ ସମୟରେ ଉର୍ବଶୀଙ୍କୁ ବ୍ଲକ୍‌ କରିଥିଲେ ସେହି ସମୟରେ ସେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଖେଳୁଥିଲେ। ସିରିଜର ୩ୟ ଟି୨୦ ମ୍ୟାଚ୍‌ରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା। ସେହିଭଳି ସେ ଖରାପ ଫର୍ମ ଦେଇ ଗତି କରୁଥିଲେ। ଏହାକୁ ନେଇ ବେଶ୍‌ ଚିନ୍ତିତ ଥିବା ରିଷଭ ଫୋନ ଓ ହ୍ବାଟସଆପ୍‌ରୁ ୨୬ ବର୍ଷୀୟା ଉର୍ବଶୀଙ୍କୁ ବ୍ଲକ କରି ଦେଇଥିଲେ। ପନ୍ତଙ୍କ ଅତି ନିକଟତମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଉର୍ବଶୀ ବାରମ୍ବାର ପନ୍ତଙ୍କ ସହ କଥା ହେବାକୁ ଚାହୁଁଥିଲେ। ଯାହା ଫଳରେ ବାଧ୍ୟ ହୋଇ ପନ୍ତ ଏଭଳି ପଦକ୍ଷେପ ନେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଉର୍ବଶୀ ଓ ଅନ୍ୟତମ ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଲମ୍ବା ସମୟ ପର୍ଯ୍ୟନ୍ତ ଆଫେୟାର୍ସ ରହିଥିଲା। କିନ୍ତୁ ନତାଶା ଷ୍ଟେନକୋଭିକଙ୍କୁ ପାଣ୍ଡ୍ୟା ଜୀବନ ସାଥୀ ବାଛିବା ପରେ ଉର୍ବଶୀ ତାଙ୍କଠାରୁ ଦୂରେଇ ଯାଇଥିଲେ। ଏହାପରେ ରିଷଭଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri