Categories: ଖେଳ

ସ୍ବତନ୍ତ୍ର ‘ଶତକ’ ପୂରଣ କଲେ ରିଷଭ,ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ସେଞ୍ଚୁରିୟନ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନ ଟେଷ୍ଟର ତୃତୀୟ ଦିନରେ ରିଷଭ ପନ୍ତ ଏକ ସ୍ବତନ୍ତ୍ର ‘ଶତକ’ ପୂରଣ କରିଥିଲେ। ସେ ଉଇକେଟ ପଛରେ ୧୦୦ ଶିକାର କରିବାରେ ଦ୍ରୁତତମ ଭାରତୀୟ ଉଇକେଟ କିପର ହୋଇଛନ୍ତି। ପନ୍ତ ନିଜ ୨୬ତମ ଟେଷ୍ଟରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ରିଦ୍ଧିମାନ ସାହା ୩୬ଟି ଟେଷ୍ଟରେ ପ୍ରଥମ ୧୦୦ ଶିକାର କରିଥିଲେ। ପନ୍ତ କେବଳ ୨୪ ବର୍ଷ ବୟସରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ରିଷଭ ପନ୍ତ ଉତ୍ତରାଖଣ୍ଡରୁ ଆସିଛନ୍ତି ଏବଂ ତାଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରିଷଭଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଧାମି ଏକ ଟୁଇଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଉତ୍ତରାଖଣ୍ଡର ପୁଅ ରିଷଭ ପନ୍ତ ତଥା ରାଜ୍ୟର ବ୍ରାଣ୍ଡ ଆମ୍ବାସାଡରଙ୍କ ଦ୍ୱାରା ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଏକ ଟେଷ୍ଟ ମ୍ୟାଚରେ ଦ୍ରୁତତମ ଭାରତୀୟ କିପର ହୋଇଥିବାରୁ ହାର୍ଦ୍ଦିକ ଅଭିନନ୍ଦନ।

https://mobile.twitter.com/pushkardhami/status/1476048609284079623

Share