Categories: ବାଣିଜ୍ୟ

ରାମରାଜ୍‌ କଟନ୍‌ର ନୂଆ ଚେହେରା ରିଷଭ

ଭୁବନେଶ୍ୱର,୩୧।୧ (ଅଭୟ ଦାଶ): ଦେଶର ଅଗ୍ରଣୀ ପୋଷାକ ବ୍ରାଣ୍ଡ୍‌ ରାମରାଜ୍‌ କଟନ୍‌ ଜଣାଶୁଣା ଫିଲ୍ମ ନିର୍ମିତା ତଥା ଭାରତୀୟ ଅଭିନେତା ରିଷଭ ସେଟ୍ଟୀଙ୍କୁ ବ୍ରାଣ୍ଡ୍‌ର ନୂଆ ଚେହରା (ବ୍ରାଣ୍ଡ ଆମ୍ବାସାଡାର) ଭାବେ ନିଯୁକ୍ତି କରିଛି। ଏପରିକି ସେଟ୍ଟୀ ବ୍ରାଣ୍ଡ୍‌ର ଅଗ୍ରଣୀ ପୋଷାକ ରାମରାଜ୍‌ ଧୋତି, ଶାର୍ଟ ଏବଂ କୁର୍ତ୍ତା ଆଦିର ପ୍ରଚାରପ୍ରସାର କରିବେ ବୋଲି ଜଣାପଡିଛି। ଏ ସମ୍ପର୍କରେ ରାମରାଜ୍‌ କଟନ୍‌ର ଏମ୍‌ଡି ଅରୁଣ ଈଶ୍ୱର କହିଥିଲେ, ଆମେ ରିଷଭଙ୍କୁ ଆମ ପରିବାରକୁ ସ୍ବାଗତ କରୁଛୁ। ଏପରିକି ରିଷଭ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଆମ ସହ ଯୋଡ଼ିହୋଇଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ରିଷଭ ଆମର ବ୍ରାଣ୍ଡ୍‌ଗୁଡିକୁ ସବୁ ବର୍ଗର ଗ୍ରାହକଙ୍କ ନିକଟତର କରାଇପାରିବେ ବୋଲି ଆମର ବିଶ୍ୱାସ ଓ ଭରସା ରହିଛି।

Share