ପାଣିରେ ଭାସୁଛି ପାଚିଲା ଧାନ, ଗଜା ବାହାରିବା ଦେଖି ଚାଷୀ…

ଗଞ୍ଜାମ,୧୩ା୧୧(ବିଦ୍ୟାଧର ସାହୁ): ବାତ୍ୟା ମୋନ୍ଥା ପ୍ରଭାବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଏବେ ପାଚିଲା ଧାନରେ କେନାଲ ପାଣି ପଶିଛି। ଚାଷୀ ଧାନ ଅମଳ କରି ଘରକୁ ନେବା ସମୟରେ ଜଳସେଚନ ବିଭାଗର ଖାମଖିଆଲ ନୀତି ଯୋଗୁ ପାଚିଲା ଧାନ ଏବେ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ତିନୋଟି ପଞ୍ଚାୟତ ତଥା ହୁମା, ରାମଗଡ଼ ଓ ପାଳିବନ୍ଧ ପଞ୍ଚାୟତର ୮ଟି ଗ୍ରାମର ଚାଷୀଙ୍କ ଶହ ଶହ ଏକର ଧାନଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ହୁମା ଖଟୁଆ କୁଦା ରାସ୍ତାପାର୍ଶ୍ୱରେ ଥିବା ଚାଷଜମିରେ ପାଚିଲା ଧାନରୁ ଗଜା ବାହାରି ଥିବା ଦେଖିବାକୁ ମିଳିଛି। ଫଳରେ ପାଳିବନ୍ଧ ପଞ୍ଚାୟତର ହୁମା, ଖଟୁଆକୁଦା, ମୟୁରପଦା, ନୀଳାଦ୍ରିପୁର କଣ୍ଟିଆଗଡ଼ ଓ ରାମଗଡ଼ ପଞ୍ଚାୟତର ପୋଡ଼ଗଡ଼, ଝାଟି ପଦର ଆଦି ଅଞ୍ଚଳ ଚାଷୀଙ୍କ ଧାନଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ଚାଷୀ ଭିକାରୀ ଛଟେଇ, ଶିଶିର କୁମାର ଛୋଟରାୟ, ଲକ୍ଷ୍ମୀ ପଲାଇ, କୃଷ୍ଣ ସ୍ବାଇଁ, ନାରାୟଣ ସ୍ବାଇଁ, କାଶୀନାଥ ପ୍ରଧାନ, ହାଡ଼ି ସ୍ବାଇଁ, ଚନ୍ଦ୍ର କେତୁ ସ୍ବାଇଁ, ମଙ୍ଗୁଳୁ ସ୍ବାଇଁ, ଶେଷଦେବ ସ୍ବାଇଁଙ୍କର ଏଥିପାଇଁ ଅଧିକ କ୍ଷତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଜଳସେଚନ ବିଭାଗ ପକ୍ଷରୁ ହୀରାଧାର ବାଟି କେନାଲରୁ ପାଣି ଛାଡ଼ି ଦେବା ଫଳରେ ଧାନଚାଷ କ୍ଷୟକ୍ଷତି ଘଟିଥିବା ଚାଷୀ ଭିକାରୀ ଛଟେଇ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ଅଧିକାରୀ ଅବଗତ କରାଯିବାରୁ ଆହୁରି ୧୫ରୁ ୨୦ ଦିନ ଏମିତି କେନାଲରୁ ପାଣି ଛଡ଼ାଯିବ ବୋଲି ବିଭାଗୀୟ ଅଧିକାରୀ କହୁଥିବା ଚାଷୀ ସୂର୍ଯ୍ୟ ସ୍ବାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପାଣିର ଦରକାର ବେଳେ ଜଳସେଚନ ବିଭାଗ ମୁହଁ ମୋଡ଼ିଥିବା ବେଳେ ଅଦରକାରୀ ସମୟରେ ପାଚିଲା ଧାନଚାଷ ଜମିକୁ ପାଣି କିଭଳି କେନାଲ ପାଣି ଛାଡ଼ିଲେ ତାହା ଦୁର୍ଭାଗ୍ୟର ବିଷୟ ବୋଲି ଖଟୁଆ କୁଦା ଗ୍ରାମର ଚାଷୀ ବୃନ୍ଦାବନ ପ୍ରଧାନ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଧାନ ସବୁ ଗଜା ହେଇଯିବା ପରେ ମଣ୍ଡି ଚାଷୀଙ୍କଠାରୁ ଧାନ କିଣିବନି। ଅମଳ ସମୟରେ ଚାଷୀ ଧାର ଉଦ୍ଧାର କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। କିଭଳି ଋଣ ଶୁଝିବେ ବୋଲି ପୂର୍ବତନ ସରପଞ୍ଚ ତଥା ଚାଷୀ ମୂଲିଆ ନେତା ଦିଲ୍ଲୀପ କୁମାର ଛୋଟରାୟ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି। ଜିଲା ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ନତୁବା ବାଧ୍ୟ ହୋଇ ଚାଷୀ ତହସିଲ ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ ଆନ୍ଦୋଳତ୍ମକପନ୍ଥା ଗ୍ରହଣ କରାଯିବ ବୋଲି କୃଷକ ନେତା ଛୋଟରାଏ ଗଣମାଧ୍ୟମକୁ କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ନୂଆ ନିର୍ଦ୍ଦେଶ: ତେଲ-ଗ୍ୟାସ ବ୍ୟବହାର କରୁଥିବା କମ୍ପାନୀଗୁଡ଼ିକୁ କରିବାକୁ ପଡିବ ଏହି କାମ

ନୂଆଦିଲୀ,୨୦।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ସରକାର ଦେଶ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏହି…

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବେ ଛଅଟି ଦେଶ; ବିଶ୍ୱ ସାରାରେ ଖାଦ୍ୟ ସଙ୍କଟ ତୀବ୍ର ହୋଇପାରେ

ତେହାରାନ,୨୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲର ଭୟଙ୍କର ଆକ୍ରମଣରୁ ପୂର୍ବରୁ ଜଳୁଥିବା ଏକ ମୋର୍ଚ୍ଚାରେ, ଇରାନ…

ଯୁଦ୍ଧ ଭିତରେ ଖସିଲା ସୁନାଦର; ଦେଢଲକ୍ଷରୁ ତଳକୁ ଖସିଲା ଭରିଏ ସୁନାର ମୂଲ୍ୟ!

ନୂଆଦିଲ୍‌ଲୀ,୨୦।୩: ଖସିଲା ସୁନା, ରୁପା ଦର । ସପ୍ତାହକ ମଧ୍ୟରେ ୨୦ ହଜାର ଟଙ୍କା ଖସିଲାଣି ସୁନା ଦର । ଦେଢ଼ ଲକ୍ଷରୁ ତଳକୁ ଖସିଲା ଭରିଏ…

ବଢିଲା ଭାରତ-ଚାଇନା ସମେତ ଅନେକ ଦେଶର ଟେନସନ, ୫ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ସପ୍ଲାଇ ଉପରେ ପଡ଼ିବ ପ୍ରଭାବ

ଦୋହା/ନୂଆଦିଲ୍ଲୀ,୨୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ କେବଳ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରୁନାହିଁ ବରଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଟାର୍ଗେଟ କରୁଛି।…

ଆଫଗାନିସ୍ତାନକୁ ଯୁଦ୍ଧରେ ସାହାଯ୍ୟ କରୁଛି ଭାରତ! ପାକିସ୍ତାନ ଆଣିଲା ସାଂଘାତିକ ଅଭିଯୋଗ…

ନୂଆଦିଲ୍‌ଲୀ,୨୦।୩: ଆଫଗାନିସ୍ତାନରେ ତାଲିବାନର ସର୍ୱୋଚ୍ଚ ନେତା ହିବାତୁଆଲ୍ଲାହ ଆଖୁନ୍ଦଜାଦା ପାକିସ୍ତାନ ସମ୍ପର୍କରେ ଏକ ଅତ୍ୟନ୍ତ କଠୋର ଏବଂ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଇଦ-ଉଲ-ଫିତର ଅବସରରେ କାନ୍ଦାହାରର ଇଦଗାହରେ…

ପ୍ରସ୍ତାବିତ ମେଗା ଷ୍ଟିଲ୍‌ପ୍ଲାଣ୍ଟ ପାଇଁ ଗ୍ରାମସଭା ଚାଲିଥିବାବେଳେ ଧସ୍ତାଧସ୍ତି, ଏକର ପିଛା ଏତିକି କୋଟି ଦାବି କରି…

ପାଟଣା,୨୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଶୁକ୍ରବାର ଚେମଣା ପଞ୍ଚାୟତ ଧନୁର୍ଜୟପୁର ଗ୍ରାମ ସ୍କୁଲ ପଡ଼ିଆରେ…

ବିଶ୍ୱର ସବଠୁ ଖୁସି ଦେଶ କିଏ ଜାଣନ୍ତି: ଏହି ସ୍ଥାନରେ ଅଛି ଭାରତ

ଲଣ୍ଡନ,୨୦ା୩:ଫିନ୍‌ଲାଣ୍ଡ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ଭାବେ ନିଜର ମାନ୍ୟତା ବଜାୟ ରଖିଛି। କ୍ରମାଗତ ଭାବେ ୯ମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ସୂଚୀ…

ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ….

ଭୁବନେଶ୍ବର,୨୦।୩: ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଛି ଯେ, ଚାରିଆଡ଼େ ଧୂଆଁମୟ ହୋଇଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri