ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ଜଣେ ଡ୍ରାଇଭର ମହିଳା ରୋଷେୟାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଉଭୟ ଥାନା ପୋଲିସ ୨ଟି ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
ଯୁବତୀଙ୍କୁ ବଳାତ୍କାର ମାମଲାରେ ଭରତପୁର ଥାନା ପୋଲିସ ପଡ଼ୋଶୀ ବାଲେଶ୍ୱର ଜିଲାର ପରେଶ ସାମଲକୁ ଗିରଫ କରିଛି। ସେ ଏକ ହୋଟେଲରେ କାମ କରୁଥିବା ବେଳେ ସାଅଁାପୁରରେ ରହୁଥିଲେ। ପୋଲିସ ଉଭୟଙ୍କୁ ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ପରେଶଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁସାରେ, ଅଭିଯୁକ୍ତ ପରେଶଙ୍କ ଘର ପାଖକୁ ଲାଗି ପୀଡ଼ିତା ପରିବାର ସହ ରୁହନ୍ତି। ସୋମବାର ସନ୍ଧ୍ୟା ୭ଟାରେ ଯୁବତୀଙ୍କ ମା’ ଓ ସାନ ଭଉଣୀ କୌଣସି କାମରେ ବାହାରକୁ ଚାଲିଯାଇଥିଲେ। ଘରେ ଯୁବତୀ ଏକୁଟିଆ ଥିବାବେଳେ ଅଭିଯୁକ୍ତ ପରେଶ କବାଟ ବାଡେଇ ଖୋଲିବାକୁ କହିଥିଲେ। ହେଲେ ସେ ଖୋଲି ନ ଥିଲେ। ବହୁ ସମୟ ପରେ ପରେଶ ପୁଣି କବାଟ ବାଡ଼େଇବାରୁ ଯୁବତୀ ଜଣକ ପରିବାର ଲୋକେ ଆସିଥିବା ଭାବେ କବାଟ ଖୋଲିଥିଲେ। ଏହି ସମୟରେ ପରେଶ ଜବରଦସ୍ତ ଘର ଭିତରକୁ ପଶି ଭିତରପଟୁ କବାଟ ବନ୍ଦ କରି ଯୁବତୀଙ୍କୁ ବଳାତ୍କାର କରିଥିଲେ। ଏହି ସମୟରେ ପୀଡିତାଙ୍କ ମା’ ଓ ଭଉଣୀ ଘରକୁ ଫେରି କବାଟ ବନ୍ଦ ଥିବା ଦେଖି ବାଡ଼େଇଥିଲେ। ଝରକା ପଟେ ସେମାନଙ୍କୁ ଦେଖି ଅଭିଯୁକ୍ତ କବାଟ ଖୋଲି ଚମ୍ପଟ ମାରିଥିଲେ। ପୀଡିତାଙ୍କ ମା’ ଥାନାକୁ ଫୋନ୍‌ କରି ଜଣାଇବା ପରେ ପୋଲିସ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ସେହିପରି ଚନ୍ଦ୍ରଶେଖରପୁର ଥାନା ପୋଲିସ ମହିଳା ରୋଷେୟାଙ୍କୁ ବଳାତ୍କାର କରିବା ଅଭିଯୋଗରେ ବାଲେଶ୍ୱରର ରଞ୍ଜନ କୁମାର ମହାରଣାଙ୍କୁ ଗିରଫ କରିଛି। ସେ ଡ୍ରାଇଭର ଭାବେ କାମ କରିବା ସହ ପଟିଆରେ ରହୁଥିଲେ। ପୋଲିସ ମହିଳାଙ୍କ ଡାକ୍ତରୀମାଇନା କରିବା ସହ ବୟାନ ରେକର୍ଡ କରି ରଞ୍ଜନକୁ ଗିରଫ କରିଛି।

ସୂଚନାଥାଉ କି, ରଞ୍ଜନ ପୀଡ଼ିତା ମହିଳାକୁ ନିଜ ଘରେ ରୋଷେୟା ଭାବେ ନିୟୋଜିତ କରିଥିଲେ। ସୋମବାର ସନ୍ଧ୍ୟା ୭ଟାରେ ମହିଳା ଜଣକ ତାଙ୍କ ଘରକୁ ରୋଷେଇ କରିବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ରଞ୍ଜନ ତାଙ୍କୁ ମୃଦୁ ପାନୀୟରେ ନିଶା ଔଷଧ ମିଶାଇ ପିଇବାକୁ ଦେବା ପରେ ବଳାତ୍କାର କରିଥିଲେ। ମହିଳା ଜଣକ ସକାଳୁ ଉଠିବା ପରେ ବଳାତ୍କାରର ଶିକାର ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ରଞ୍ଜନ ରହୁଥିବା ଘରେ ଚଢାଉ କରି ତାଙ୍କୁ ଗିରଫ କରିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

ସାଟେଲାଇଟ୍‌ ଇମେଜିଂ ଟେକ୍ନୋଲୋଜି ପାଇଁ ଭାରତୀୟ କମ୍ପାନୀକୁ ଆମେରିକାର ପ୍ୟାଟେଣ୍ଟ

ନୂଆଦିଲ୍ଲୀ,୯ା୯:ମହାକାଶ ପ୍ରଯୁକ୍ତିବଦିଦ୍ୟା କମ୍ପାନୀ ‘ଗାଲାକ୍ସଆଇ’କୁ ମଙ୍ଗଳବାର ଏହାର ଅପ୍‌ଟୋସାର ଇମେଜିଂ କ୍ଷମତାର ମୂଳ ପ୍ରଯୁକ୍ତିବିଦ୍ୟା ପାଇଁ ଆମେରିକାଠାରୁ ପ୍ୟାଟେଣ୍ଟ ମିଳିଛି। ଏହା ସହ ଏହା ସାଟେଲାଇଟ୍‌ ଇମେଜିଂ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri