Posted inଜାତୀୟ

ମଣିପୁରରେ ଥମୁନି ଉତ୍ତେଜନା

ଇମ୍ଫାଲ,୧ା୧୦: ମଣିପୁରରେ ଜାତିଆଣ ହିଂସାକୁ ୫ ମାସ ବିତିଥିଲେ ମଧ୍ୟ ଉତ୍ତେଜନା ଥମିବା ନାଁ ନେଉନାହିଁ। ଦୁଇଜଣ ଛାତ୍ରୀଛାତ୍ରଙ୍କୁ ଅପହରଣ କରିନେଇ ହତ୍ୟା କରିବା ଘଟଣାରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟପାଳ ଅନସ୍ବୟା ଉଇକେ ମୃତ ଛାତ୍ରୀଛାତ୍ରଙ୍କ ପରିବାରକୁ ସେମାନଙ୍କ ବାସଭବନରେ ଭେଟିଛନ୍ତି। ସେ ମୃତକଙ୍କ ମାଆବାପାଙ୍କୁ ସାନ୍ତ୍ୱନା ଦେବା ସହ ଖାଇବା ଛାଡ଼ିଦେଇଥିବା ମାଆଙ୍କୁ ପାଣି ପିଆଇଥିଲେ। ଅପହରଣ ଓ ହତ୍ୟାରେ ସମ୍ପୃକ୍ତ ଅପରାଧୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ୨ ଛାତ୍ରୀଛାତ୍ର ଜୁଲାଇରେ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗତ ମଙ୍ଗଳବାର ରାଜଧାନୀ ଇମ୍ଫାଲରେ ସାନି ହିଂସା ଦେଖାଦେଇଥିଲା। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ସୁରକ୍ଷା ବଳ ଅତ୍ୟଧିକ ବଳ ପ୍ରୟୋଗ କରିବାରୁ ଶତାଧିକ ଛାତ୍ରୀଛାତ୍ର ଆହତ ହୋଇଥିଲେ।
ଦାୟୀ ସୁରକ୍ଷା କର୍ମୀଙ୍କୁ ଦଣ୍ଡିତ କରାଯିବ ବୋଲି ଶନିବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂ ପ୍ରତିଶ୍ରୁତି ଦେଇଛନ୍ତି। ଲୋକମାନେ ଏକତ୍ର ରହିବା ସହ ଶାନ୍ତି ବଜାୟ ରଖିବା ଏବଂ ରାଜ୍ୟର ଶତ୍ରୁ ବିରୋଧରେ ସାମୂହିକ ଲଢ଼େଇ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ଛାତ୍ରୀଛାତ୍ର ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ସିବିଆଇ ଟିମ୍‌ କରୁଛି।
ହିଂସାକାଣ୍ଡର ସମାଧାନ କରି ରାଜ୍ୟରେ ଶାନ୍ତି ଫେରାଇ ଆଣିବାରେ ସରକାର ବିଫଳ ହୋଇଥିବାରୁ ଲୋକଙ୍କ କ୍ରୋଧ ବଢ଼ିବାରେ ଲାଗିଛି। ଜନସାଧାରଣଙ୍କ ଆକ୍ରୋଶ ସମ୍ପର୍କରେ ମଣିପୁର ଭାଜପା ପକ୍ଷରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଅବଗତ କରାଯାଇଛି। ଭାଜପା ରାଜ୍ୟ ସଭାପତି ସାରଦା ଦେବୀ, ଉପସଭାପତି ଚିଦାନନ୍ଦ ସିଂ ଏବଂ ଅନ୍ୟ ୬ ଜଣ କାର୍ଯ୍ୟକର୍ତ୍ତା ନଡ୍ଡାଙ୍କୁ ପତ୍ର ଲେଖି ଏହା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଜନସାଧାରଣଙ୍କ କ୍ରୋଧ ଓ କ୍ଷୋଭ ବଢ଼ୁଥିବା ଭାଜପା କାର୍ଯ୍ୟକର୍ତ୍ତା କହିଛନ୍ତି। ଘରଦ୍ୱାର ଛାଡ଼ି ବିଭିନ୍ନ ରିଲିଫ୍‌ କ୍ୟାମ୍ପ୍‌ରେ ଆଶ୍ରୟ ନେଇଥିବା ଲୋକଙ୍କୁ ଶୀଘ୍ର ଭିଟାମାଟିକୁ ଫେରାଇ ଅଣାଯିବା ପାଇଁ ନେତାମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri