ଭାରତରେ ଦଙ୍ଗା

ଦଙ୍ଗା ଶବ୍ଦର ଅର୍ଥ କହିଲେ ଲୋକଙ୍କ ଦ୍ୱାରା ଶାନ୍ତିର ହିଂସାମତ୍କ ବିଶୃଙ୍ଖଳାକୁ ବୁଝାଏ। ସାଧାରଣତଃ ସାରା ବିଶ୍ୱରେ ଯେକୌଣସି ସ୍ଥାନରେ ଦଙ୍ଗାକୁ ଦେଶ ବିରୋଧରେ ସମାଜର କ୍ରୋଧ ଭାବେ ବୁଝାଯାଏ। ଉଦାହରଣ ସ୍ବରୂପ ପ୍ୟାରିସ୍‌ରେ ୧୯୬୮ରେ ସାମ୍ରାଜ୍ୟବାଦ ଓ ପୁଞ୍ଜିବାଦ ବିରୋଧରେ ଛାତ୍ରଙ୍କ ପ୍ରତିବାଦରୁ ଦଙ୍ଗା ହୋଇଥିଲା କିମ୍ବା ରୋଡ୍‌ନୀ କିଙ୍ଗ୍‌ଙ୍କୁ ଆକ୍ରମଣ କରିଥିବା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦୋଷ ଘୋଷଣା ପରେ ୧୯୯୨ରେ ଲସ୍‌ ଏଞ୍ଜେଲସ ଦଙ୍ଗା ଦେଖାଦେଇଥିଲା। ୨୦୧୧ରେ ମାର୍କ ଡୁଗାନ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗୁଳିକରିବା ପରେ ଇଂଲଣ୍ଡର ବିଭିନ୍ନ ସହରରେ ଦଙ୍ଗା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୩୦୦୦ ଗିରଫ ହୋଇଥିଲେ। ଚଳିତ ବର୍ଷ ଫ୍ରାନ୍ସରେ ଜଣେ ୧୭ ବର୍ଷୀୟ କିଶୋରଙ୍କୁ ପୋଲିସ ଗୁଳିକରି ହତ୍ୟା କରିବା ପରେ ସେଠାରେ ସୃଷ୍ଟି ହୋଇଥିବା ଦଙ୍ଗାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଭାରତରେ ଦଙ୍ଗାକୁ ଅନ୍ୟ ନାଗରିକଙ୍କ ଦ୍ୱାରା ନାଗରିକଙ୍କ ବିରୋଧରେ ସଂଗଠିତ ହିଂସା ଭାବେ ଗ୍ରହଣ କରାଯାଉଥିବାରୁ ଏଠାରେ ଦଙ୍ଗା ଶବ୍ଦର ବାସ୍ତବ ସଂଜ୍ଞା ଭିନ୍ନ। ଏଭଳି ହିଂସା ସମୟରେ ଏଠି ଦେଶ ଦୂରେଇଯାଏ ଓ ତାହାକୁ ସ୍ବୀକୃତି ଦିଏ। ବହୁସଂଖ୍ୟକ ମନରେ ନିଆଁ ଲଗାଇବା, ବଳାତ୍କାର, ଲୁଟ୍‌ ଏବଂ ହତ୍ୟା କରିବାର ଭାବନା ପ୍ରକାଶ ପାଏ। ଏହାବ୍ୟତୀତ ବହୁ ସମୟରେ ଦେଶର କିଛି ତତ୍ତ୍ୱ ହିଂସାରେ ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତି, ଯାହାର ଉଦାହରଣ ଆମେ ଏବେ ଦେଖିପାରୁଛୁ। ସର୍ବଶ୍ରେଷ୍ଠ ଶାସିତ ରାଜ୍ୟଗୁଡ଼ିକର କ୍ଷୟକ୍ଷତି ନିୟନ୍ତ୍ରଣ କରିବା କ୍ଷମତା ଥିବା ଦେଖାଯାଉ ନାହିଁ। ଏପରିକି ଯେଉଁମାନେ ଆମର ଦକ୍ଷ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ, ସେମାନେ ଏହି କ୍ଷେତ୍ରରେ ବିଫଳ ହୋଇଛନ୍ତି। ଏହା ମଧ୍ୟ ସତ୍ୟ ଯେ, ରାଜ୍ୟର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ସମେତ ଅନେକେ ହିଂସାକୁ ଯଥାର୍ଥ ମନେକରନ୍ତି। କିଛି ବର୍ଷ ପୂର୍ବେ ଇଣ୍ଡିଆନ ଏକ୍ସପ୍ରେସ୍‌ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଏକ ସାକ୍ଷାତ୍‌କାର ପ୍ରକାଶ ପାଇଥିଲା। ସେଥିରେ ତାଙ୍କୁ ପଚରାଯାଇଥିଲା: ମୁଜାଫରନଗର ଦଙ୍ଗା ଗତ ସରକାରଙ୍କ ଅଧୀନରେ ଘଟିଥିଲା, କିନ୍ତୁ ୪୪ ମାମଲା ମଧ୍ୟରୁ ୪୩ଟିରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଆପଣଙ୍କ ସରକାର କାହିଁକି କୋର୍ଟରେ ଆବେଦନ କରୁନାହାନ୍ତି? ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଥିଲେ, ”ମୁଜାଫରନଗର ମାମଲାରେ ଚାର୍ଜଶିଟ ପୂର୍ବ ସରକାର ଦାଖଲ କରିଥିଲେ। ସେହି ସରକାରଙ୍କ ପକ୍ଷପାତ ନୀତି ଏବଂ ବିଫଳତାର ପରିଣାମ ଥିଲା ଦଙ୍ଗା, ଯେଉଁଥିରେ ଜାତି, ବିଶ୍ୱାସ ଓ ଧର୍ମ ଆଧାରରେ ସମଗ୍ର ସମାଜ ବିଭାଜିତ ହୋଇଥିଲା। ଆମ ସରକାରରେ ସେପରି କିଛି ନାହିଁ। ତେବେ ଆବେଦନ ଉପରେ ଯେଉଁ ପ୍ରଶ୍ନ କରୁଛନ୍ତି ତା’ଉପରେ ଆବଶ୍ୟକ ହେଲେ ଆମେ ତାହା କରିବୁ। ଯଦି କୌଣସି ଆବଶ୍ୟକତା ନାହିଁ, ତେବେ କାହିଁକି ଅଦାଲତ ମାମଲାରେ ଆମେ ହସ୍ତକ୍ଷେପ କରିବୁ?“ ଏପରି ହିଂସାର ମୂଳ ହେଉଛି ଆମ ସମାଜର ଏକ ବୃହତ୍‌ ଅଂଶରେ ଥିବା ଏକ ସ୍ଥାୟୀ ଅନ୍ତର୍ନିହିତ ଭାବନା ଏବଂ ରାଜନୀତି ମାଧ୍ୟମରେ ଏହାକୁ ଉତ୍ସାହିତ କରାଯାଉଛି। ବାହ୍ୟଶକ୍ତି ବି ଏହାକୁ ତେଜିଥା’ନ୍ତି, ଯାହାର ଦୃଷ୍ଟାନ୍ତ ହେଉଛି ୧୯୮୪ରେ ଏକ ହତ୍ୟା, ୧୯୯୨ରେ ଭଙ୍ଗାରୁଜା କିମ୍ବା ୨୦୦୨ରେ ଟ୍ରେନ୍‌ରେ ଘଟିଥିବା ଘଟଣା।
ବିଦେଶରେ ଘଟୁଥିବା ଦଙ୍ଗା ଏବଂ ଏଠାକାର ଦଙ୍ଗା ମଧ୍ୟରେ ଆଉ ଏକ ପ୍ରଭେଦ ହେଉଛି ସ୍ବତପ୍ରବୃତ୍ତତା। ଉପରେ ଦୃଷ୍ଟାନ୍ତ ଭାବେ ଦର୍ଶାଯାଇଥିବା ଦଙ୍ଗାଗୁଡ଼ିକ ଘଟିବାର କେବେ ଆଶା କରାଯାଇ ନ ଥିଲା। କିନ୍ତୁ ଭାରତରେ, ଆମେ ଜାଣିଛୁ ଯେ, ସୁଚିନ୍ତିତ ଭାବେ ଉତ୍ତେଜନା ବଢ଼ିବାର ଏକ ପରିଣାମ ଆସିବ ଓ ଦଙ୍ଗା ଘଟିବ। ଗୋ ପରିବହନ, ଗୋମାଂସ ଅଧିକାର, ବିଭିନ୍ନ ଧର୍ମୀୟ ବିବାହ, ଆସାମରେ ଏନ୍‌ଆର୍‌ସିର ଅବାଧ ଏବଂ ଦ୍ୱନ୍ଦ୍ୱାମତ୍କ ତଥା ଭୟ ସୃଷ୍ଟିକାରୀ ଘଟଣା, ଛାଡ଼ପତ୍ରର ଅପରାଧୀକରଣ, ଶ୍ରୀନଗରରେ ଆମେ କରୁଥିବା କାମ ଏବଂ ଏପରି ଅନେକ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଭାଜପାର ଆଇନକୁ ଏହି ଦୃଷ୍ଟିରେ ଦେଖାଯାଇପାରେ। ଏପରି କାର୍ଯ୍ୟ ଉତ୍ତେଜନାକୁ ଉସୁକାଇଥାଏ। ନିକଟ ଅତୀତରେ ପ୍ରାଧ୍ୟାପକ ତଥା ଭାଷାବିତ୍‌ ଭିକ୍ଟର କ୍ଲେମ୍ପେରରଙ୍କ ଡାଏରିରୁ ସଂଗୃହୀତ ସ୍ତମ୍ଭ ଭାରତୀୟ ଖବରକାଗଜରେ ପ୍ରକାଶ ପାଇଥିଲା। କ୍ଲେମ୍ପେରର ୧୯୩୦ ଦଶକରେ ଜର୍ମାନୀରେ ତାଙ୍କ ସହ ଅନ୍ୟମାନଙ୍କ ପ୍ରତି ଯାହା ଘଟିଥିଲା ତାହାର ଏକ ରେକର୍ଡ ରଖିଥିଲେ। ସେହିଭଳି ଏବେ ଅର୍ଥନୀତିରେ, ମଣିପୁରରେ କିମ୍ବା ଲଦାଖ ସୀମାରେ ଯାହା ହେଉନା କାହିଁକି ପ୍ରତିଦିନ କିଛି ନା କିଛି ଘଟୁଛି ଓ ତାହା ଲିପିବଦ୍ଧ ହେଉଛି। ପୂର୍ବରୁ ଅଯୋଧ୍ୟା ଘଟଣାରେ ଯେଉଁ ଭାବନା ପ୍ରକାଶ ପାଇଥିଲା ଚଳିତ ମାସରେ କାଶୀ ବିଶ୍ୱନାଥ ମନ୍ଦିରର ପଦକ୍ଷେପ ତାହା ସୃଷ୍ଟି କରିବ। ଅଯୋଧ୍ୟା ମାମଲାକୁ ସମ୍ପତ୍ତି ବିବାଦ ଦୃଷ୍ଟିରୁ ବିଚାରକରି ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ସେଭଳି ଦୃଷ୍ଟିରେ ରାଜନୀତି ସ୍ତରରେ ଆଲୋଚନା କରାଯାଇ ନାହିଁ। ଏହା ବଦଳରେ ୫ ଶତାବ୍ଦୀ ପୂର୍ବରୁ ନିର୍ମିତ ଏକ ଢାଞ୍ଚା ପ୍ରତି ପ୍ରତିଶୋଧ ଭାବନାକୁ ଦର୍ଶାଯାଇଛି। ବାବର ୧୫୨୬ ମସିହାରେ ଇବ୍ରାହିମ ଲୋଦିଙ୍କୁ ପରାସ୍ତ କରିଥିଲେ ଏବଂ ୫ ବର୍ଷ ପରେ ଆଗ୍ରାରେ ୪୭ ବର୍ଷ ବୟସରେ ଏହା ପୂର୍ବରୁ ନିର୍ମିତ ଅନ୍ୟ ଏକ କୋଠାରେ ମୃତ୍ୟୁବରଣ କରିଥିଲେ। ତେବେ କେତେ ବର୍ଷ ପୂର୍ବରୁ ଢାଞ୍ଚା ନିର୍ମାଣ ହୋଇଥିଲା?
ବର୍ତ୍ତମାନ କାଶୀ ପ୍ରସଙ୍ଗ ଉପରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ତେବେ ଏହାକୁ ନ୍ୟାୟିକ ସ୍ତରରେ ସମାଧାନ କରିବାକୁ ଯାଉଥିବା ସମୟରେ ଏବଂ ସର୍ଭେ ଶେଷ ହେବା ପରେ ଆମେ କିପରି ପ୍ରସ୍ତୁତ ରହିବୁ ଓ ନିୟନ୍ତ୍ରଣ କରିବୁ ଏବଂ ତାହାକୁ ବିଶ୍ୱ କିଭଳି ଦେଖିବ ତାହା ଧ୍ୟାନ ଆକର୍ଷକ ହେବ। ଆଶା କରାଯାଏ ଯେ, ଦେଶ ସମ୍ଭାବ୍ୟ ପରିଣାମ ପ୍ରତି ସଚେତନ ଅଛି ଏବଂ ଅନ୍ୟ ଏକ ସଙ୍କଟ ପାଖେଇ ଆସୁଥିବାରୁ ଏହାକୁ ହ୍ରାସ କରିବା ପାଇଁ ଯାହା କରିପାରିବ ତାହା କରୁଛି। ଶେଷରେ, ଆମେ ଯେଉଁଠାରୁ ଆରମ୍ଭ କରିଥିଲୁ ଅର୍ଥାତ୍‌ ଦଙ୍ଗା ଶବ୍ଦର ଅର୍ଥକୁ ଫେରିବା। ଭାରତରେ ଯେତେବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ସଂଗଠିତ ହିଂସାରେ ଯାହା ଘଟେ ତାହାକୁ ଆମେ ଦଙ୍ଗା କହିଥାଉ। ଯେତେବେଳେ ଭାରତରେ ସଂଖ୍ୟାଲଘୁ ପ୍ରତିକ୍ରିୟା ପ୍ରକାଶ କରନ୍ତି, ଯାହା ଆମେ ପୁଣି ମଣିପୁରରେ ଦେଖୁଛୁ, ସେହି କ୍ଷେତ୍ରରେ ଏହି ହିଂସାକୁ ଏଠାରେ ଭିନ୍ନ ଶ୍ରେଣୀଭୁକ୍ତ କରାଯାଇ ଅନ୍ୟ ନାମ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri