Posted inଖେଳ

ସରିଲା ରିଙ୍କୁ ସିଂଙ୍କ ନିର୍ବନ୍ଧ, ସମାଜବାଦୀ ପାର୍ଟିର ଏହି ଚର୍ଚ୍ଚିତ ଏମ୍‌ପି ହେବେ ଜୀବନସାଥୀ…

ନୂଆଦିଲ୍ଲୀ,୧୭।୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂଙ୍କ ପ୍ରଶଂସକଙ୍କ ଲାଗି ଖୁସିଖବର। ଉତ୍ତରପ୍ରଦେଶର ଏମ୍‌ପି ପ୍ରିୟା ସରୋଜଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ପ୍ରିୟା ସମାଜବାଦୀ ପାର୍ଟିରୁ ଏମ୍‌ପି ଅଛନ୍ତି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ। ଏନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଥିବା ବେଳେ ରିଙ୍କୁଙ୍କ ପକ୍ଷରୁ ଆଧିକାରୀକ ଘୋଷଣାକୁ ଅପେକ୍ଷା କରାଯାଇଛି।

ପ୍ରିୟା ସରୋଜଙ୍କ ବିଷୟରେ କହିଲେ ସେ ମାତ୍ର ୨୫ ବର୍ଷ ବୟସରେ ଏମ୍‌ପି ହୋଇଥିଲେ। ସେ ମଛଲି ସହରରୁ ଲୋକ ସଭା ନିର୍ବାଚନ ଲଢ଼ିଥିଲେ। ସେ ପେସାରେ ସୁପ୍ରିମକୋର୍ଟର ଓକିଲ ଥିଲେ। ସେ ନିଜର ଶିକ୍ଷା ଦିଲ୍ଲୀ ୟୁନିଭର୍ସିଟିରୁ ଶେଷ କରିଛନ୍ତି।

ପ୍ରିୟା ସରୋଜ ବରିଷ୍ଠ ଭାଜପା ନେତା ବିପି ସରୋଜଙ୍କୁ ହରାଇ ଲୋକ ସଭାରେ ଏଣ୍ଟ୍ରି କରିଥିଲେ। ତାଙ୍କ ବାପା ତୁଫାନୀ ସରୋଜ ମଧ୍ୟ ମଛଲି ସହର ଲୋକ ସଭା ଆସନରୁ ୩ ଥର ଏମ୍‌ପି ଥିଲେ। ସେ ୧୯୯୯,୨୦୦୪,୨୦୦୯ରେ ଲୋକ ସଭା ନିର୍ବାଚନ ଜିତିଥିଲେ। ଏହାପରେ ତାଙ୍କ ଝିଅ ପ୍ରିୟା ସରୋଜ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଦେଶର ଦ୍ୱିତୀୟ ସବୁଠାରୁ ଯୁବ ଏମ୍‌ପି ପାଲଟିଛନ୍ତି।

ରିଙ୍କୁଙ୍କ ବିଷୟରେ କହିଲେ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ଭାରତୀୟ ଟିମ୍‌ର ଉଲ୍ଲେଖନୀୟ ବ୍ୟାଟ୍ସମ୍ୟାନ୍‌ ମଧ୍ୟରୁ ଜଣେ। ଟି୨୦ ଫର୍ମାଟରେ ତାଙ୍କ ପ୍ରଦର୍ଶନ ଅତୁଳନୀୟ। ସେ ଟିମ୍‌ ଇଣ୍ଡିଆ ପାଇଁ ୩୦ ଟି୨୦ ମ୍ୟାଚ୍‌ରେ ୪୬ରୁ ଅଧିକ ହାରରେ ୫୦୭ ରନ୍‌ କରିଛନ୍ତି। ସେ ଜାତୀୟ ଦଳ ପାଇଁ ୨ ଦିନିକିଆ ମୁକାବିଲା ଖେଳିଛନ୍ତି। ଏହାଛଡ଼ା ସେ ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଛନ୍ତି। ୨୦୨୫ ସିଜନରେ ତାଙ୍କୁ ୧୩ କୋଟି ଟଙ୍କା ମିଳିବ। କ୍ରିକେଟରେ ସଫଳତାର ଶିଢ଼ି ଚଢ଼ୁଥିବା ରିଙ୍କୁ ଏବେ ନିଜ ଜୀବନରେ ନୂଆ ଅଧ୍ୟାୟରେ ପ୍ରବେଶ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

‘ସମସ୍ତ ଏମ୍‌ପି ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ରହିବା ଜରୁରୀ’; ହ୍ବିପ ଜାରି କଲା ଭାଜପା

ନୂଆଦିଲ୍ଲୀ,୧୨।୪: ଭାରତୀୟ ଜନତା ପାର୍ଟି (ଭାଜପା) ଆଗାମୀ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ସମ୍ପର୍କରେ ଏହାର ସମସ୍ତ ଏମ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଲୋକ ସଭା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri