ଲକ୍ଷ୍ନୌ,୭।୧୦: ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ରିଙ୍କୁ ସିଂ ତାଙ୍କ ଭଉଣୀ ନେହାକୁ ଏକ ନୂଆ ଇଲେକ୍ଟ୍ରିକ୍ ସ୍କୁଟି ଉପହାରରେ ଦେଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ଫଟୋ ଶେୟାର କରି ରିଙ୍କୁଙ୍କ ଭଉଣୀ ନେହା ଏହି ସୂଚନା ଦେଇଛନ୍ତି।
ଫଟୋରେ ସ୍କୁଟି ସହିତ ନେହା ଓ ରିଙ୍କୁ ରହିଛନ୍ତି। ଏଥିପୂର୍ବରୁ ରିଙ୍କୁ ଗତ ନଭେମ୍ବରରେ ଅଲିଗଡ଼ରେ ଏକ ବିଳାଶପୂର୍ଣ୍ଣ ୩ ତାଲା ବାଙ୍ଗଲୋ କିଣିଥିଲେ, ଯାହାର ନାମ ତାଙ୍କ ମା’ଙ୍କ ନାମରେ ରଖିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୩.୫ କୋଟି ଟଙ୍କା। ଉଲ୍ଲେଖଯୋଗ୍ୟ, ଗତ ମାସରେ ଅନୁଷ୍ଠିତ ଏସିଆ କପ୍ରେ ପାକିସ୍ତାନ ବିପକ୍ଷ ଫାଇନାଲରେ ରିଙ୍କୁ ଚୌକା ମାରି ଭାରତକୁ ବିଜୟ କରାଇଥିଲେ
Dharitri – Odisha’s No.1 Trusted Odia Daily


