ରିଂ ରୋଡ୍‌, ଆଡ଼ିବନ୍ଧ ନିର୍ମାଣ ଲାଗି ତତ୍ପରତା

ବାରିପଦା ଅଫିସ,୨୧ା୮- ବାରିପଦା ସହରକୁ ବୁଢ଼ାବଳଙ୍ଗ ନଦୀ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ମୟୂରଭଞ୍ଜ ଜଳସେଚନ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ରିଂ ରୋଡ୍‌ ସହ ଆଡ଼ିବନ୍ଧ ଓ ସ୍ବୟଂଚାଳିତ ସୁଇସ ଗେଟ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି।
ବିଗତ ଫାଇଲିନ ବାତ୍ୟା ସମୟରେ ବାରିପଦା ସହର ମଧ୍ୟରେ ଉଦ୍‌ବୃତ୍ତ ବନ୍ୟାଜଳ ପ୍ରବେଶ କରିଥିଲା। ଘରଦ୍ୱାର, ଦୋକାନ ବଜାର ଓ ରାସ୍ତା ଘାଟ ଜଳମୟ ହୋଇପଡ଼ିଥିଲା ା ମୁଖ୍ୟ ଚିକିସତ୍ାଳୟ ମଧ୍ୟରେ ୧୦ଫୁଟ ଉଚ୍ଚରେ ପାଣି ପ୍ରବେଶ କରିବାରୁ ରୋଗୀମାନେ ଦୁର୍ଦ୍ଦଶା ଭୋଗିଥିଲେ ା ଜୀବନ ହାନି ଘଟିବା ସହ ବହୁ ଧନସମ୍ପତ୍ତି ନଷ୍ଟ ହୋଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସହରବାସୀଙ୍କ ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ବନ୍ୟା ବିପର୍ଯ୍ୟୟକୁ ରୋକିବା ପାଇଁ ନଦୀରେ ଆଡ଼ିବନ୍ଧ ଓ ରିଂ ରୋଡ୍‌ ନିର୍ମାଣ କରାଯିବାକୁ ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତରେ ଆସି ନିର୍ବାଚନୀ ସଭାରେ ଘୋଷଣା କରିଥିଲେ। ତଦନୁଯାୟୀ ୧୧୭ତମ ଟେକନିକାଲ ଆଡ୍‌ଭାଇଜର କମିଟି(ଟିଏସି) ବୈଠକରେ ଦାମୋଦରପୁର ଘାଟରୁ ସୁନାମୁହିଁ ଦାମୋଦର ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଆଡ଼ିବନ୍ଧ ନିର୍ମାଣ କରାଯିବା ନେଇ ଆଲୋଚନା ହୋଇଥିଲା ା ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୬୨କୋଟି ୩୪ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିବା ପାଇଁ କମିଟି ସୁପାରିଶ କରିଥିଲା ା ଫାଇଲିନକୁ ୮ବର୍ଷ ବିତିଲା ପରେ ରିଂରୋଡ୍‌ ସହିତ ନଦୀରେ ଆଡ଼ିବନ୍ଧ ଓ ସୁଇସ ଗେଟ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ସର୍ଭେ କରାଯାଉଛି ା ସହରରେ ଥିବା ଜରାଳୀ, ସରାଳୀ, ଶୁକଯୋଡି ଓ ବିଭିନ୍ନ ନାଳ ସହିତ ବୁଢ଼ାବଳଙ୍ଗ ନଦୀର ସଙ୍ଗମ ସ୍ଥଳ ଗୁଡ଼ିକରେ ୭/୮ଟି ସୁଇସ ଗେଟ ନିର୍ମାଣ ପାଇଁ ରିପୋର୍ଟ ପ୍ରସ୍ତୁତ କରାଯାଉଛି ବୋଲି ବିଭାଗୀୟ ସହକାରୀଯନ୍ତ୍ରୀ ପ୍ରକାଶ କରିଛନ୍ତି ା
୭ କି.ମି. ଦୈଘ୍ୟ ବିଶିଷ୍ଟ ରିଂ ରୋଡ୍‌ ନିର୍ମାଣ ପାଇଁ ଆବଶ୍ୟକ ଜମି ନିମନ୍ତେ ସର୍ଭେ ଆରମ୍ଭ ହୋଇଛି ା ତେବେ ଦୀର୍ଘ ଦିନର ଦାବି ପୂରଣ ହେଲେ ତଟବର୍ତ୍ତୀ ଅଞ୍ଚଳରେ ଥିବା ୱାର୍ଡ ନଂ. ୧,୪,୫,୭,୮,୯,୧୧,୧୨ ଓ ୨୦ର ହଜାର ହଜାର ଜନସାଧାରଣ ସୁରକ୍ଷିତ ରହିପାରିବେ ା ଏହି ପ୍ରକଳ୍ପ ପାଇଁ ମଧୁବନ ଉନ୍ନୟନ ପରିଷଦ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ସହରବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଜିଲା ପ୍ରଶାସନ ବିଳମ୍ବ କରୁଛି ବୋଲି ପରିଷଦର ସମ୍ପାଦକ ବିକ୍ରମ କେଶରୀ ଜେନା ଅଭିଯୋଗ କରିଛନ୍ତି ା ପ୍ରତିବର୍ଷ ବୁଢ଼ାବଳଙ୍ଗର ବନ୍ୟାଜଳ ସହର ମଧ୍ୟକୁ ପ୍ରବେଶ କରୁଥିବାରୁ ବହୁ ଲୋକ ପ୍ରଭାବିତ ହୋଇଥାନ୍ତି ା ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ୨ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବର୍ଷାଦିନେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଆନ୍ତରିକାତା ଅଭାବରୁ ସରକାରଙ୍କ ପ୍ରଦତ୍ତ ଯୋଜନା ଠିକ୍‌ ସମୟରେ କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ତଳିଆ ଅଞ୍ଚଳର ବସନ୍ତ କୁମାର ଦାସ, ଅଜିତ ମହାପାତ୍ର, ନରୋତ୍ତମ ସାହୁ କହିଛନ୍ତି। ତେବେ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଲୋକଦେଖାଣିଆ ଭାବେ ଏଭଳି ଘୋଷଣା କରାଯାଇଛି ବୋଲି ଆଦିବାସୀ ନେତା ରାକେଶ ସିଂ, ଦୀପକ ସିଂ କହିଛନ୍ତି।
ଫଟୋ-
ବୁଢ଼ା ବଳଙ୍ଗ ନଦୀ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri