‘ଜନ୍‌ ଓ୍ବିକ୍‌’ରେ ରିନା ସ୍ବୟଂମା

ଜାପାନରେ ଜନ୍ମିତ ବ୍ରିଟିଶ୍‌ ପପ୍‌ ସୁପରଷ୍ଟାର ରିନା ସ୍ବୟଂମା ଗୀତ ଗାଇବା ପରେ ଏବେ ଅଭିନୟ ଜଗତରେ ପାଦ ଥାପିଛନ୍ତି। ତାଙ୍କୁ କେଆନୁ ରିଭେସ୍‌ ଷ୍ଟାରର୍‌ ‘ଜନ୍‌ ଓ୍ବିକ୍‌: ଚାପ୍ଟର ୪’ରେ ଦେଖିବାକୁ ମିଳିବ। ଏହି ସିରିଜ୍‌ର ପୂର୍ବ ୩ଟି ଚାପ୍ଟର ୨୦୧୪, ୨୦୧୭ ଓ ୨୦୧୯ରେ ରିଲିଜ୍‌ ହୋଇଥିଲା। ନୂଆ ଫିଲ୍ମରେ ରିନା କେଉଁ ଭୂମିକାରେ ଡେବ୍ୟୁ କରିବେ ତାହା ଗୋପନ ରଖାଯାଇଛି। ଲଣ୍ଡନର କେମ୍ବ୍ରିଜ୍‌ ୟୁନିଭର୍ସିଟିରେ ରାଜନୀତି, ମନସ୍ତତ୍ୱ ଓ ସମାଜବିଜ୍ଞାନରେ ପାଠ ପଢ଼ିବାବେଳେ ଏହି ପପ୍‌ ଗାୟିକା ଚର୍ଚ୍ଚାକୁ ଆସିଥିଲେ। ଗୀତ ଗାଇବା ପୂର୍ବରୁ ସେ ମଡେଲିଂ ମଧ୍ୟ କରୁଥିଲେ। ‘ଜନ୍‌ ଓ୍ବିକ୍‌: ଚାପ୍ଟର ୪’ର ପ୍ରଯୋଜନା ବାସିଲ ଇଓ୍ବାୟକ୍‌, ଏରିକା ଲି ଏବଂ ଷ୍ଟାହେଲ୍‌ସ୍କି କରିଛନ୍ତି। ଫ୍ରାନ୍ସ, ଜର୍ମାନୀ ଓ ଜାପାନରେ ଏହାର ଶୁଟିଂ କରାଯିବ ବୋଲି ପ୍ରଡକ୍ସନ ହାଉସ୍‌ ପକ୍ଷରୁ କୁହାଯାଇଛି।

Share