୨୦ ବର୍ଷରେ ୨୦ ଗୁଣା ବଢ଼ିଛି ଆରଆଇଏଲ୍‌ ରାଜସ୍ବ

ନୂଆଦିଲ୍ଲୀ,୨୯।୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି (ଆର୍‌ଆଇଏଲ୍‌)ର ବର୍ତ୍ତମାନର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆର୍‌ଆଇଏଲ୍‌ରେ ୨୦ ବର୍ଷ ପୂରଣ କରିଛନ୍ତି। ଏପରିକି ୨୦୦୨ରେ ରିଲାଏନ୍ସର ପ୍ରତିଷ୍ଠାତା ତଥା ମୁକେଶଙ୍କ ପିତା ଧୀରୁ ଭାଇ ଅମ୍ବାନୀଙ୍କ ଅକାଳ ବିୟୋଗ ପରେ ମୁକେଶ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାର ଗ୍ରହଣ କରିଥିଲେ। ବିଶେଷକରି ସେ କମ୍ପାନୀର ନେତୃତ୍ୱ ଭାର ନେବା ପରଠାରୁ ଯେଉଁ ସଫଳତାର ଧାରା ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି। ଅପରପକ୍ଷରେ ମୁକେଶ ରିଲାଏନ୍ସର ମଙ୍ଗ ସମ୍ଭାଳିବା ପରେ ଗତ ୨ ଦଶନ୍ଧି ମଧ୍ୟରେ କମ୍ପାନୀର ରାଜସ୍ବ ଓ ଲାଭ ସହ ବଜାର ପୁଞ୍ଜୀକରଣରେ ମଧ୍ୟ ଲଗାତର ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହୋଇଛି। ଗତ ୨୦ ବର୍ଷ ମଧ୍ୟରେ କମ୍ପାନୀର ଲାଭ ୨୦ (୨୦.୬) ଗୁଣା ବଢ଼ିଥିବା ବେଳେ ବଜାର ପୁଞ୍ଜୀକରଣ ପ୍ରାୟ ୪୨ ଗୁଣା ବୃଦ୍ଧି ପାଇଛି।

ସେହିଭଳି ମୁକେଶଙ୍କ ବ୍ୟବସାୟ ପରିଚାଳନା ଶୈଳୀ ଅନ୍ୟ ଶିଳ୍ପପତିମାନଙ୍କଠାରୁ ଭିନ୍ନ ବୋଲି କୁହାଯାଉଛି। ଫଳରେ ରିଲାଏନ୍ସରେ କେବଳ ବଡ଼ ଧରଣର ରୂପାନ୍ତରଣ ହୋଇନି, ବରଂ ନିବେଶକମାନେ ମଧ୍ୟ ବେଶ ୍‌ ଲାଭବାନ୍‌ ହୋଇଛନ୍ତି। ପ୍ରତିବର୍ଷ ୮୭ ହଜାର କୋଟି ଟଙ୍କା ହିସାବରେ ନିବେଶକମାନେ ୧୭.୪ ଲକ୍ଷ କୋଟି ଟଙ୍କା ପାଇଛନ୍ତି। ଏହି ସ୍ବଳ୍ପ ସମୟ ମଧ୍ୟରେ ରିଲାଏନ୍ସ ବିଶ୍ୱର ବଡ଼ ବଡ଼ ସଂସ୍ଥାଠାରୁ ଅନେକ ନିବେଶ ହାସଲ କରିଛି। ବିଶେଷକରି ଫେସ୍‌ବୁକ୍‌, ଗୁଗଲ୍‌ ଏବଂ ବିପି ଭଳି ବିଶ୍ୱସ୍ତରୀୟ ସଂସ୍ଥା ରିଲାଏନ୍ସରେ ନିବେଶ କରିବାକୁ ଆଗେଇ ଆସିଛନ୍ତି। ସେହିଭଳି ଦେଶର ସବୁଠୁ ବଡ଼ କମ୍ପାନୀର ସଫଳତା କାହାଣୀର ଅନେକ ଅଧ୍ୟାୟକୁ ମୁକେଶ ତାଙ୍କ ହାତରେ ଲେଖିଛନ୍ତି। ପେଟ୍ରୋଲିୟମ କାରବାରରୁ ଯାତ୍ରା ଆରମ୍ଭ କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ବର୍ତ୍ତମାନ ଟେଲିକମ୍‌ ଏବଂ ରିଟେଲ କ୍ଷେତ୍ରରେ ଏକ ଅଗ୍ରଣୀ ବ୍ୟବସାୟୀ ସାଙ୍ଗକୁ ଅନେକ ସଫଳତା ମଧ୍ୟ ହାସଲ କରିଛି। ମୁକେଶ ହିଁ ପ୍ରଥମେ ଡାଟାକୁ ‘ନୂଆ ତୈଳ’ ବୋଲି କହିଥିଲେ। ଜିଓର ଡାଟା ଦେଶରେ ସାଧାରଣ ଲୋକଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ଦେଶ ନୁହେଁ ସାରା ଦୁନିଆର ଅନ୍ୟତମ ବୃହତ୍‌ ଟେଲିକମ୍‌ କମ୍ପାନୀ ଜିଓକୁ ମୁକେଶ ପ୍ରତିଷ୍ଠା କରିଛନ୍ତି। ବହୁ କମ୍‌ ସମୟ ମଧ୍ୟରେ ଜିଓ ଅନେକ ସଫଳତା ପାଇଛି। ଡିଜିଟାଲ ଦୁନିଆରେ ଏହାର ପ୍ରଭାବ ସମସ୍ତଙ୍କୁ ଚକିତ କରିଛି। ଏପରିକି ସବୁଠୁ ଅଧିକ ଡିଜିଟାଲ ନେଣଦେଣର ରେକର୍ଡ ମଧ୍ୟ ଭାରତ ନାଁରେ ରହିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଠେଲା ବେପାରୀଙ୍କଠାରୁ ଆରମ୍ଭ କରି ପଞ୍ଚତାରକା ହୋଟେଲ ପର୍ଯ୍ୟନ୍ତ ସବୁଆଡ଼େ ଡିଜିଟାଲ ପେମେଣ୍ଟ ସୁବିଧା ରହିଛି।

ଏଥିପାଇଁ ସରକାର ଭରପୂର ପ୍ରୟାସ କରିଥିବା ବେଳେ ରିଲାଏନ୍ସ ଜିଓର ମଧ୍ୟ ବଡ଼ ହାତ ରହିଛି। ଯେଉଁ ୧ ଜିବି ଡାଟା ପୂର୍ବରୁ ୨୫୦ ଟଙ୍କାରେ ମିଳୁଥିଲା, ଜିଓ ଆସିବା ପରେ ସେହି ଦାମ୍‌ ପ୍ରାୟ ୧୦ ଟଙ୍କାକୁ ଖସିଆସିଛି। ଡାଟା ବ୍ୟବହାରରେ ଭାରତ ୨୦୧୬ରେ ୧୫୦ତମ ସ୍ଥାନରେ ଥିଲା। ଏବେ ତାହା ସବୁ ଦେଶକୁ ପଛରେ ପକାଇ ୧ ନମ୍ବର ହୋଇଛି। ସେହିପରି ରିଟେଲ କ୍ଷେତ୍ରରେ ରିଲାଏନ୍ସ ବିଶ୍ୱର ବଡ଼ବଡ଼ କମ୍ପାନୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଅନ୍‌ଲାଇନରୁ ଆରମ୍ଭକରି ଅଫ୍‌ଲାଇନ, ରିଟେଲ ଏବଂ ପାଇକାରୀ ଆଦି କ୍ଷେତ୍ରରେ ମୁକେଶଙ୍କ ନେତୃତ୍ୱରେ ରିଲାଏନ୍ସ ଏହାର ସ୍ଥିତିକୁ ବେଶ୍‌ ମଜଭୁତ କରିଛି। ଆମାଜନ, ଫ୍ଲପିକାର୍ଟ ଓ ୱାଲ୍‌ମାର୍ଟ ଭଳି କମ୍ପାନୀ ରିଲାଏନ୍ସକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର କରୁଛନ୍ତି। ରିଲାଏନ୍ସ ରିଟେଲ ଦ୍ରୁତଗତିରେ ଷ୍ଟୋର ସଂଖ୍ୟା ବଢ଼ାଉଛି। ଗତବର୍ଷ ପ୍ରତିଦିନ କମ୍ପାନୀ ହାରାହାରି ୭ଟି ନୂଆ ଷ୍ଟୋର ଖୋଲିବାର ରେକର୍ଡ କରିଛି। ରାଜସ୍ବ ଦୃଷ୍ଟିରୁ ମଧ୍ୟ ରିଲାଏନ୍ସ ରିଟେଲ ଦେଶର ୧ ନମ୍ବର ରିଟେଲ କମ୍ପାନୀ ହୋଇଛି।

ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଜାମନଗରରେ ନ୍ୟୁ ଏନର୍ଜି ପାଇଁ ୭୫ ହଜାର କୋଟି ଟଙ୍କା ନିବେଶକରି ନୂଆ ଗିଗା ଫ୍ୟାକ୍ଟ୍ରି ସ୍ଥାପନ ସହ ସୋଲାର ଏନର୍ଜି (ସୌରଶକ୍ତି) ଓ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଉପରେ ମଧ୍ୟ ବେଶ୍‌ ଦ୍ରୁତଗତିରେ କାମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri