ଆଜି ଭୁବନେଶ୍ୱର ଷ୍ଟେଶନର ପୁନର୍ବିକାଶ ଭିତ୍ତିପ୍ରସ୍ତର

ଭୁବନେଶ୍ୱର,୨୯।୧୨: ପୂର୍ବତଟ ରେଳପଥର ପ୍ରମୁଖ ରେଳ ଷ୍ଟେଶନ ‘ଭୁବନେଶ୍ୱର ଷ୍ଟେଶନ’ର ପୁନଃ ବିକାଶ କାର୍ଯ୍ୟ ପାଇଁ ଗୁରୁବାର ତା’ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଏପରିକି ଏକ ବିଶ୍ୱସ୍ତରୀୟ ଢାଞ୍ଚାରେ ଏହାର ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ବିଶେଷକରି ରେଳଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇଦେବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପରିକଳ୍ପନା ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେଶନ ପୁନଃ ବିକାଶ ସ୍ଥାନ ପାଇଛି l

ସେହିଭଳି ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହୋଇଥିବାରୁ ରେଳମନ୍ତ୍ରୀ ଶୀଘ୍ର କାର୍ଯ୍ୟ ସମ୍ପାଦନ ପାଇଁ ମଧ୍ୟ ଗୁରୁତ୍ୱାରୋପ କରୁଛନ୍ତି। ଉକ୍ତ ପ୍ରକଳ୍ପ ପାଇଁ ନିକଟରେ ୩୦୮ କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କରାଯାଇଛି,ଯାହାକି ଆସନ୍ତା ୨୪ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଆକଳନ କରାଯାଇଛି। ସେହିପରି ୧୪କି.ମି. ଦୈଘ୍ୟ ଅନୁଗୋଳ-ବଳରାମ ନୂତନ ରେଳଲାଇନର ଶୁଭାରମ୍ଭ ହେବ। କାରଣ ପଣ୍ୟ କାରବାର ପାଇଁ ବିଶେଷ ଭାବେ ଏହା ଉପଯୋଗ ହୋଇପାରିବ ଏବଂ ବିଭିନ୍ନ ଶିଳ୍ପସଂସ୍ଥାକୁ ସହାୟତା ଯୋଗାଇବ।

ଏହା ବ୍ୟତୀତ ବହୁ ପ୍ରତୀକ୍ଷିତ ତଥା ଜନସାଧାରଣଙ୍କ ଦୀର୍ଘଦିନର ଦାବି ପୂରଣ କରିବା ପାଇଁ ଦୁଇଟି ନୂତନ ଟ୍ରେନ୍‌ର ପ୍ରଚଳନ କରାଯାଉଛି। ଜନସାଧାରଣଙ୍କ ଦୀର୍ଘଦିନର ଆକାଂକ୍ଷା ଥିବା ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ୍‌ ଏବଂ ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗ ଦେଇ ସମ୍ବଲପୁର ଓ ଶାଲିମାର (କଲିକତା) ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ପ୍ରଚଳନ କରାଯିବ। ଉଭୟ ନୂତନ ଟ୍ରେନ୍‌ ସେମାନଙ୍କର ଉଦ୍‌ଘାଟନୀ ଦିବସରେ ସ୍ବତନ୍ତ୍ର ଟ୍ରେନ୍‌ ଭାବେ ଚଳାଚଳ କରିବେ। ଉଲ୍ଲେଖଯୋଗ୍ୟ, ୨୦୮୩୨-୩୧ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ୍‌ ୨୦୨୩ ଜାନୁୟାରୀ ୩ରୁ ସମ୍ବଲପୁର ଠାରୁ ପ୍ରତି ରବିବାର, ମଙ୍ଗଳବାର ଓ ଗୁରୁବାର ସା ୭ ଘ.୧୦ମି.ରେ ଛାଡ଼ି ଶାଲିମାରକୁ ଯାତ୍ରା କରିବାକୁ ଥିବାବେଳେ ଏହା ଜାନୁୟାରୀ ୪ରୁ ଶାଲିମାରଠାରୁ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ରାତ୍ରି ୯ଘ.୨୫ମି.ରେ ଛାଡ଼ି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ। ସେହିଭଳି ୦୮୪୧୬-୧୫ ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ୍‌ ପୁରୀରୁ ଡିସେମ୍ବର ୩୧ଠାରୁ ପ୍ରତିଦିନ ଅପରାହ୍ନ ୧ଘ.୧୫ମି.ରେ ଛାଡ଼ି ଜଳେଶ୍ୱର ଯାତ୍ରା କରିବ ଏବଂ ୨୦୨୩ ଜାନୁୟାରୀ ପହିଲାରୁ ଜଳେଶ୍ୱରଠାରୁ ସକାଳ ୪ଘ.୫୦ମି.ରେ ଛାଡ଼ି ପୁରୀକୁ ଫେରିବ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?