ପଶ୍ଚିମବଙ୍ଗରେ ୨୦,୦୦୦ କୋଟି ନିବେଶ କରିବ ଆର୍‌ଆଇଏଲ୍‌

ଭୁବନେଶ୍ୱର,୨୨।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାଠାରେ ଆୟୋଜିତ ୭ମ ବେଙ୍ଗଲ ଗ୍ଲୋବାଲ ସମ୍ମିଟ୍‌ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଶ୍ଚିମବଙ୍ଗରେ ୨୦,୦୦୦କୋଟି ଟଙ୍କା ବିନିଯୋଗ କରିବା ନେଇ ଘୋଷଣା କରିଛନ୍ତି। ଉକ୍ତ ବିନିଯୋଗ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କରାଯିବ। ବିଶେଷକରି ରିଲାଏନ୍ସ ବଙ୍ଗ ବିକାଶରେ କୌଣସି ପଦ୍ଧତିକୁ ଛଡାଯିବ ନାହିଁ ବୋଲି ମୁକେଶ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଏପରିକି ଏପର୍ଯ୍ୟନ୍ତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପଶ୍ଚିମବଙ୍ଗରେ ପ୍ରାୟ ୪୫,୦୦୦ କୋଟି ଟଙ୍କା ବିନିଯୋଗ କରିସାରିିଛି। ଆସନ୍ତା ୩ ବର୍ଷରେ ଆର୍‌ଆଇଏଲ୍‌ ଅତିରିକ୍ତ ୨୦,୦୦୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ମୁକେଶ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ୨୦,୦୦୦ କୋଟି ଟଙ୍କାର ଉକ୍ତ ବିନିଯୋଗ ରାଜ୍ୟର ଟେଲିକମ୍‌, ଖୁଚୁରା ଏବଂ ବାୟୋ ଶକ୍ତି କ୍ଷେତ୍ରରେ କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଆମେ ରାଜ୍ୟର ପ୍ରତ୍ୟେକ କୋଣକୁ ୫ଜି ସେବା ପହଞ୍ଚାଇବା ସହ ଗ୍ରାମୀଣ ଅଞ୍ଚଳରେ ଜିଓ ଟୁ ୫ଜି ନେଟ୍‌ୱର୍କକୁ ସଶକ୍ତ କରାଉଛୁ। ଏପରିକି ପଶ୍ଚିମବଙ୍ଗର ଅଧିକାଂଶ ଭାଗରେ ଜିଓର ନେଟ୍‌ୱର୍କ ପହଞ୍ଚଛି। ରାଜ୍ୟର ୯୮.୮% ଏବଂ କୋଲକାତା ଟେଲିକମ୍‌ ସର୍କଲରେ ୧୦୦% ଜନସଂଖ୍ୟାକୁ ଜିଓର ନେଟ୍‌ଓ୍ବର୍କ ଯୋଡ଼ିପାରିଛି। ଜିଓର ଶକ୍ତିଶାଳୀ ନେଟ୍‌ୱର୍କ ପଶ୍ଚିମବଙ୍ଗରେ ରୋଜଗାର ସହ ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ କୃଷିକୁ ବହୁ ପରିମାଣରେ ପ୍ରୋତ୍ସାହିତ କରିବ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିପରି ଏହି ୨ ଦିନିଆ ସମ୍ମିଟକୁ ଉଦ୍‌ବୋଧନ ଦେବା ସହିତ ପଶ୍ଚମିବଙ୍ଗରେ ଜୈବ ଇନ୍ଧନକୁ ତ୍ୱରାନ୍ବିତ କରିବା ସହ୍‌ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଯୋଜନା ଆଦି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିସ୍ତୃତ ଆଲୋକପାତ କରିଛନ୍ତି। ସେହିପରି ଉକ୍ତ ସର୍ବଭାରତୀୟ ବ୍ୟବସାୟ ସମ୍ମିଳନୀରେ ଭାରତବର୍ଷର ପ୍ରମୁଖ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ,ଆଦାନୀ, ପିଡବ୍ଲ୍ୟୁସି, ଫିକି, ଡେଲଏଟ ଭଳି ଅନେକ ଜଣାଶୁଣା ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ କମ୍ପାନୀଗୁଡିକ ଉକ୍ତ ସମ୍ମିଟରେ ସାମିଲ ହୋଇ ନିବେଶ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri